Advertisment

'କରୋନା ଆକ୍ରାନ୍ତଙ୍କୁ ଦେଖିଲେ ଗୁଳି କର'

ନ୍ୟୁୟର୍କ: କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବରେ ସାରା ବିଶ୍ୱରେ ବଢ଼ି ଚାଲିଛି। ସଂକ୍ରମଣ ଦୂର କରିବା ପାଇଁ ଅନେକ ଦେଶ ଟୀକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ଉତ୍ତର କୋରିଆ ସଂକ୍ରମିତ ବ୍ୟକ୍ତିଙ୍କୁ ଦେଖିଲା ମାତ୍ରେ ଗୁଳି କରି ମାରିଦେବାକୁ ନିର୍ଦ୍ଦେଶ ଦେଇଛି। ଆମେରିକାର ସେନା କମାଣ୍ଡର ଏହି ଦାବି କରିଛନ୍ତି। ଆମେରିକାର ସେନା କମାଣ୍ଡର କହିଛନ୍ତି ଯେ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କୁ ଚୀନ୍‌ର ଦେଶରୁ ପ୍ରବେଶ ନକରିବା ପାଇଁ ଉତ୍ତର […]

ଅଦ୍ୟତନ ହୋଇଛି
ମୃତ୍ୟୁ ଖବର ମିଛ, କିମ୍ ଜଙ୍ଗ୍ ଜୀବିତ

North Korean leader Kim Jong-un

Advertisment

ନ୍ୟୁୟର୍କ: କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବରେ ସାରା ବିଶ୍ୱରେ ବଢ଼ି ଚାଲିଛି। ସଂକ୍ରମଣ ଦୂର କରିବା ପାଇଁ ଅନେକ ଦେଶ ଟୀକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ଉତ୍ତର କୋରିଆ ସଂକ୍ରମିତ ବ୍ୟକ୍ତିଙ୍କୁ ଦେଖିଲା ମାତ୍ରେ ଗୁଳି କରି ମାରିଦେବାକୁ ନିର୍ଦ୍ଦେଶ ଦେଇଛି। ଆମେରିକାର ସେନା କମାଣ୍ଡର ଏହି ଦାବି କରିଛନ୍ତି।

Advertisment

ଆମେରିକାର ସେନା କମାଣ୍ଡର କହିଛନ୍ତି ଯେ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କୁ ଚୀନ୍‌ର ଦେଶରୁ ପ୍ରବେଶ ନକରିବା ପାଇଁ ଉତ୍ତର କୋରିଆ କର୍ତ୍ତୃପକ୍ଷ ଶୁଟ୍‌-ଟୁ-କିଲ୍‌ ଜାରି କରିଛନ୍ତି।

ତେବେ ଉତ୍ତର କୋରିଆରେ କରୋନା ବ୍ୟାପିଛି କି ନାହିଁ ଏଯାବତ ମାମଲା ନିଶ୍ଚିତ କରିନାହିଁ। ଆମେରିକାର ଫୋର୍ସ କୋରିଆର କମାଣ୍ଡର ରବର୍ଟ ଆବ୍ରାହମ୍ସ ଗୁରୁବାର ଏହି ସୂଚନା ଦେଇଛନ୍ତି।

Advertisment

ୱାଶିଂଟନ୍‌ରେ ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ (CSIS) ଦ୍ୱାରା ଆୟୋଜିତ ଏକ ଅନଲାଇନ୍ ସମ୍ମିଳନୀରେ ରବର୍ଟ ଆବ୍ରାହମ୍ ଯୋଗ ଦେଇଥିଲେ | ଏହି ସମୟରେ ସେ କହିଛନ୍ତି ଯେ ଚୀନ୍ ସୀମା ନିକଟରେ ଗୋଟିଏ କିମ୍ବା ଦୁଇ କିଲୋମିଟର ଦୂର ଉତ୍ତର କୋରିଆ ଏକ ନୂତନ ବଫର୍ ଜୋନ୍ ସୃଷ୍ଟି କରିଛି। ଉତ୍ତର କୋରିଆର ସ୍ପେଶାଲ ଅପରେସନ୍ ଫୋର୍ସ (SOF)ଙ୍କୁ ଏଠାରେ ନିୟୋଜିତ କରାଯାଇଛି। କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe