Advertisment

ପାକିସ୍ତାନ ବିରୋଧରେ ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଛି ଭାରତ: ଟ୍ରମ୍ପ

ୱାସିଂଟନ: ପୁଲୱାମା ଆତଙ୍କୀ ଆକ୍ରମଣକୁ ନେଇ ପାକିସ୍ତାନ ଉପରେ ପୁଣି ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ, ପାକିସ୍ତାନ ବିରୋଧରେ ବଡ଼ ପଦକ୍ଷେପ ନେବାକୁ ସଜବାଜ ହେଉଛି ବୋଲି ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି, “ପୁଲୱାମା ଆକ୍ରମଣରେ ଭାରତ ୪୦ ଜଣ ଯବାନଙ୍କୁ ହରାଇଛି। ବିନା କୌଣସି କାରଣରେ ଲୋକଙ୍କ ଜୀବନ ଯାଇଛି। ଏହି କାରଣରୁ ପାକିସ୍ତାନ ସହ ସମ୍ପର୍କ […]

author-image
Rakesh Mallick
ପାକିସ୍ତାନ ବିରୋଧରେ ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଛି ଭାରତ: ଟ୍ରମ୍ପ

trump

ୱାସିଂଟନ: ପୁଲୱାମା ଆତଙ୍କୀ ଆକ୍ରମଣକୁ ନେଇ ପାକିସ୍ତାନ ଉପରେ ପୁଣି ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ, ପାକିସ୍ତାନ ବିରୋଧରେ ବଡ଼ ପଦକ୍ଷେପ ନେବାକୁ ସଜବାଜ ହେଉଛି ବୋଲି ଟ୍ରମ୍ପ କହିଛନ୍ତି।

Advertisment

ସେ କହିଛନ୍ତି, “ପୁଲୱାମା ଆକ୍ରମଣରେ ଭାରତ ୪୦ ଜଣ ଯବାନଙ୍କୁ ହରାଇଛି। ବିନା କୌଣସି କାରଣରେ ଲୋକଙ୍କ ଜୀବନ ଯାଇଛି। ଏହି କାରଣରୁ ପାକିସ୍ତାନ ସହ ସମ୍ପର୍କ ବିଗିଡିଛି। ଉଭୟ ଦେଶ ମଧ୍ୟରେ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି।”

ସେ ଆହୁରି କହିଛନ୍ତି, “ଆତଙ୍କବାଦ ବିରୋଧରେ ଆମେରିକା କାର୍ଯ୍ୟ କରୁଛି। ମୋ ସରକାର ଆସିବା ପରେ ପୂର୍ବରୁ ପାକିସ୍ତାନକୁ ମିଳୁଥିବା ୧.୩ ବିଲିୟନ୍ ଆର୍ଥିକ ପ୍ରୋତ୍ସାହନକୁ ବନ୍ଦ କରାଯାଇଛି। ଯାହା ଏକ ବଡ଼ ପଦକ୍ଷେପ।”

Advertisment

ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ ଟ୍ରମ୍ପ।