Advertisment

ତାଲିବାନଙ୍କ ସହ ଶାନ୍ତି ଚୁକ୍ତି କରିବ ଆମେରିକା, ୧୮ ମାସରେ ସୈନ୍ୟ ପ୍ରତ୍ୟାହାର

ୱାଶିଂଟନ୍‌: ଚଳିତ ମାସ ଶେଷ ଆଡ଼କୁ ଆମେରିକା ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହେବାର ଅଛି। ଏଥିରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆସନ୍ତା ୧୮ ମାସ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଆଦି ପ୍ରସଙ୍ଗ ରହିଛି। ଆମେରିକା ଏବଂ ତାଲିବାନ ମଧ୍ୟରେ କତାରଠାରେ ଏହି ଚୁକ୍ତି ବାବଦରେ ହୋଇଥିବା ଆଲୋଚନା ଅନୁଯାୟୀ ଆସନ୍ତା ଫେବୃଆରୀ ୨୯ ତାରିଖରେ ଚୁକ୍ତି ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର ୪ ଦିନ ପରେ […]

author-image
Subrat Kumar Nayak
ତାଲିବାନଙ୍କ ସହ ଶାନ୍ତି ଚୁକ୍ତି କରିବ ଆମେରିକା, ୧୮ ମାସରେ ସୈନ୍ୟ ପ୍ରତ୍ୟାହାର

afgan

ୱାଶିଂଟନ୍‌: ଚଳିତ ମାସ ଶେଷ ଆଡ଼କୁ ଆମେରିକା ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହେବାର ଅଛି। ଏଥିରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆସନ୍ତା ୧୮ ମାସ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଆଦି ପ୍ରସଙ୍ଗ ରହିଛି।

Advertisment

ଆମେରିକା ଏବଂ ତାଲିବାନ ମଧ୍ୟରେ କତାରଠାରେ ଏହି ଚୁକ୍ତି ବାବଦରେ ହୋଇଥିବା ଆଲୋଚନା ଅନୁଯାୟୀ ଆସନ୍ତା ଫେବୃଆରୀ ୨୯ ତାରିଖରେ ଚୁକ୍ତି ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର ୪ ଦିନ ପରେ ଏହି ଚୁକ୍ତି ହେବ।

ବେଶ କିଛି ଦିନ ହେଲା ଟ୍ରମ୍ପ ପ୍ରଶାସନ ଏହି ଚୁକ୍ତି ନେଇ ଆଲୋଚନା ଜାରି ରଖିଛି। ଏହି ଡିଲ୍‌ ପରେ ତାଲିବାନ ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫା ଘାନିଙ୍କ ମଧ୍ୟରେ ଆଲୋଚନା ହେବ।ବର୍ତ୍ତମାନ ଆମେରିକା-ତାଲିବାନ ଚୁକ୍ତିରୁ ଆଫଗାନିସ୍ତାନ ସରକାର ଦୂରେଇ ରହିଛନ୍ତି। ଏହାର କାରଣ ସ୍ୱରୂପ କୁହାଯାଉଛି ତାଲିବାନଙ୍କ ଉଗ୍ରପନ୍ଥା ଏବଂ ହିଂସାକୁ ଆଫଗାନିସ୍ତାନ ଗ୍ରହଣ କରିପାରୁନାହିଁ।

Advertisment

ହେବାକୁ ଥିବା ଚୁକ୍ତି ଅନୁଯାୟୀ ଆସନ୍ତା ଫେବୃଆରୀ ୨୯ରୁ ମାର୍ଚ୍ଚ ୧୦ ମଧ୍ୟରେ ୫୦୦୦ ତାଲିବାନ କଏଦୀଙ୍କୁ ମୁକ୍ତ କରାଯିବ। ତାଲିବାନଙ୍କ ପକ୍ଷରୁ କୁହାଯାଇଛି, ଅସ୍ତ୍ର ବିରତି ଉଲ୍ଲଂଘନ କରାଯିବ ଯେଉଁଥିରେ ଉଭୟ ପଟୁ କେହି ଆକ୍ରମଣ କରିବାନାହିଁ।