/odisha-reporter/media/post_attachments/uploads/2019/03/masood-2.jpg)
masood
ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କୀ ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗରେ ଏକାଠି ହୋଇଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ। ଦୁଇ ସପ୍ତାହ ତଳେ ଚାଇନା ଏହାକୁ ବିରୋଧ କରିବା ପରେ ଶେଷରେ ଜାତିସଂଘର ପ୍ରମୁଖ ଦେଶ ଏକାଠି ହୋଇଛନ୍ତି ।
Advertisment
ଆମେରିକା ଏହି ପ୍ରସଙ୍ଗରେ ବ୍ରିଟେନ ଓ ଫ୍ରାନ୍ସ ସହଯୋଗରେ ଏକ ଚିଠା ପ୍ରସ୍ତୁତ କରିଛି। ୧୫ ଜଣିଆ ସୁରକ୍ଷା ପରିଷଦରେ ମାସୁଦ ଆଝାରକୁ ଆତଙ୍କବାଦୀ ବୋଲି ଘୋଷଣା ହେବା ସହ ବିଦେଶ ଗସ୍ତ, ସମସ୍ତ ସମ୍ପତ୍ତି ଜବତ କରିବା ସାଙ୍ଗକୁ କୂଟନୈତିକ ସ୍ତରରେ ଆଲୋଚନା ବ୍ୟାନ ପାଇଁ ପ୍ରସ୍ତାବ ରହିଛି।
ସୂଚନାଯୋଗ୍ୟ, ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ହେଉଛି ମାସୁଦ ଆଝାର। ଚଳିତବର୍ଷ ଫେବୃଆରୀ ୧୪ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ମାସୁଦ ଆଝାରର ପ୍ରମୁଖ ଭୂମିକା ଥିବା ପ୍ରମାଣ ମିଳିଛି। ଏଥିରେ ୪୦ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିବାବେଳେ କୂଟନୀତି ମାଧ୍ୟମରେ ଆଝାରକୁ ଆତଙ୍କବାଦୀ ଘୋଷଣା ପାଇଁ ଦାବି ହୋଇଛି। ଯାହାକୁ ଆମେରିକା, ଦକ୍ଷିଣ କୋରିଆ, ବ୍ରିଟେନ, ଫ୍ରାନ୍ସ ସମେତ ଅନେକ ଦେଶ ସମର୍ଥନ କରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
