Advertisment

ଆଜି ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି, ସାକ୍ଷୀ ରହିବ ଭାରତ

ଓ୍ୱାଶିଂଟନ: କତାରର ଦୋହାରେ ଆଜି ସନ୍ଧ୍ୟାରେ ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହେବ। ଏହି ଚୁକ୍ତି ଆମେରିକା ସରକାରର ପ୍ରମୁଖ ନିଷ୍ପତ୍ତି ମଧ୍ୟରୁ ଅନ୍ୟତମ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତ ଗସ୍ତରେ ଆସିଥିବା ବେଳେ ଅହମଦାବାଦର ମୋଟେରା ଷ୍ଟାଡିୟମରୁ ଉଦବୋଧନ ଦେଇ ତାଲିବାନ ସହିତ ଶାନ୍ତି ଚୁକ୍ତି ନେଇ ନିଜ ସରକାରର ଆଭିମୁଖ୍ୟ ରଖି ଏହା କହିଥିଲେ। ନିକଟରେ ଆଫଗାନିସ୍ତାନରେ ହିଂସା କମିଛି। ଏହାପରେ ଆମେରିକା ତାଲିବାନ ସହ ମିଶି ଏଭଳି ଐତିହାସିକ […]

ଅଦ୍ୟତନ ହୋଇଛି
ଆଜି ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି, ସାକ୍ଷୀ ରହିବ ଭାରତ

US TALIBAN

Advertisment

ଓ୍ୱାଶିଂଟନ: କତାରର ଦୋହାରେ ଆଜି ସନ୍ଧ୍ୟାରେ ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହେବ। ଏହି ଚୁକ୍ତି ଆମେରିକା ସରକାରର ପ୍ରମୁଖ ନିଷ୍ପତ୍ତି ମଧ୍ୟରୁ ଅନ୍ୟତମ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତ ଗସ୍ତରେ ଆସିଥିବା ବେଳେ ଅହମଦାବାଦର ମୋଟେରା ଷ୍ଟାଡିୟମରୁ ଉଦବୋଧନ ଦେଇ ତାଲିବାନ ସହିତ ଶାନ୍ତି ଚୁକ୍ତି ନେଇ ନିଜ ସରକାରର ଆଭିମୁଖ୍ୟ ରଖି ଏହା କହିଥିଲେ। ନିକଟରେ ଆଫଗାନିସ୍ତାନରେ ହିଂସା କମିଛି। ଏହାପରେ ଆମେରିକା ତାଲିବାନ ସହ ମିଶି ଏଭଳି ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆଗେଇ ଆସିଛି।

Advertisment

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ଆଜି ହେବାକୁ ଥିବା ଚୁକ୍ତି ବେଳେ ୩୦ ଟି ଦେଶ ସାକ୍ଷୀ ଭାବରେ ରହିବ। ଯେଉଁଥିରେ ଭାରତ ମଧ୍ୟ ରହିଛି। ପ୍ରଥମ ଥର ପାଇଁ ତାଲିବାନ ସହ ଜଡିତ କୌଣସି ପ୍ରସଙ୍ଗରେ ଭାରତ ଆନୁଷ୍ଠାନିକ ଭାବେ ଯୋଗ ଦେଉଛି। ଚୁକ୍ତି ପୂର୍ବରୁ ଆମେରିକା ଦୀର୍ଘ ୧୮ ବର୍ଷ ଧରି ମୁତ୍ତୟନ କରିଥିବା ସେନାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି କହିଛି।

ଏହି ଚୁକ୍ତି ବେଳେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ତାଲିବାନ୍ ପ୍ରତିନିଧୀଙ୍କ ସହ ଏକ ଚୁକ୍ତିନାମା କରିବେ ସେହିପରି ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର୍ ଆଫଗାନିସ୍ତାନ ସରକାରଙ୍କ ସହ ମିଳିତ ଘୋଷଣା କରିବେ। ଯଦି ତାଲିବାନ ଏବଂ ଆଫଗାନିସ୍ତାନ ସରକାର ରାଜି ହେବେ ତା'ହେଲେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବ।

Advertisment

ଆଫଗାନିସ୍ତାନରେ ଦୀର୍ଘସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଆମେରିକା ଚାହୁଁଛି। ତେଣୁ ଏହି ଚୁକ୍ତି ଜରିଆରେ ଆଫଗାନିସ୍ତାନରୁ ଅଲକାଏଦା, ଆଇଏସଆଇଏସ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ମୁକ୍ତ ହେବ। ଏବେ ଆଫଗାନିସ୍ତାନକୁ ନିଜ ଭବିଷ୍ୟତ ପାଇଁ ଚିନ୍ତା କରିବାର ସମୟ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଦୀର୍ଘ ୧୯ ବର୍ଷ ପୂର୍ବେ ଆମେରିକୀୟ ସେନା ୯/୧୧ ଆକ୍ରମଣର ଆତଙ୍କୀକୁ ନିପାତ କରିବା ପାଇଁ ଆଫଗାନିସ୍ତାନ ଯାଇଛି ବୋଲି ଟ୍ରମ୍ପ ମନେ ପକାଇ କହିଛନ୍ତି।

ଏହି ଚୁକ୍ତି ପାଇଁ ଭାରତ ପକ୍ଷରୁ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଯୋଗଦେବେ। ଏଥିପାଇଁ ସେ ଗତକାଲିଠାରୁ କାବୁଲରେ ପହଞ୍ଚାସାରିଛନ୍ତି। ଏହି ଚୁକ୍ତି ନେଇ ହର୍ଷବର୍ଦ୍ଧନ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ହାରୁନ ଚଖନସୁରୀଙ୍କୁ ଭେଟି ଭାରତର ସମର୍ଥନ ବାବଦରେ ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe