mulayam-singh-yadav
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବ୍ ଶନିବାର ଦଳୀୟ ନେତାଙ୍କୁ ମୋବାଇଲ୍ ବ୍ୟବହାର ନେଇ ତାଗିଦ୍ କରିଛନ୍ତି। ଦଳୀୟ ନେତାଙ୍କୁ ସେ କହିଛନ୍ତି ଯେ ଅତ୍ୟାବଶ୍ୟକ ନ ହେଲେ ମୋବାଇଲ ବ୍ୟବହାରରୁ ବିରତ ରୁହ। ପରବର୍ତ୍ତୀ ସମୟରେ ଏହା ଅସୁବିଧାରେ ପକାଇପାରେ।
ସେ କହିଛନ୍ତି,‘ଅତି ଦରକାର ନ ହେଲେ ମୁଁ ମୋବାଇଲ୍ ବ୍ୟବହାର କରେ ନାହିଁ। ଯଦି ଆଉ କୌଣସି ବିକଳ୍ପ ନମିଳେ ତା’ହେଲେ ମୋବାଇଲ୍ ଫୋନ୍ ବ୍ୟବହାର କର। କାରଣ ଟେକ୍ନୋଲୋଜିର ଦୁର୍ବ୍ୟବହାର ହୋଇପାରେ। ତୁମେ ଜାଣି ପାରିବ ନାହିଁ ତୁମ ମୋବାଇଲ୍ କେତେବେଳେ ଟ୍ୟାପ୍ କରାଯାଉଛି।’ ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ ଆଇପିଏସ ଅମିତାଭ ଠାକୁର ଅଭିଯୋଗ କରିଥିଲେ ଯେ ମୁଲାୟମ ସିଂହ ତାଙ୍କୁ ଫୋନ ଯୋଗେ ଧମକଚମକ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/mulayam-singh-yadav_650x400_61447500349.jpg)