Advertisment

ନଦୀରେ ଖସିଗଲା କାର୍‌; ଉଦ୍ଧାର ହେଲାଣି ୯ ମୃତଦେହ

ଡେରାଡୁନ: ଉତ୍ତରାଖଣ୍ଡର ରାମନଗରରେ ଶୁକ୍ରବାର ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀରେ ଭାସିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି। ଆଜି ସକାଳ ପ୍ରାୟ ୫ଟା ବେଳେ ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍‌  ରାମନଗର ଅତିକ୍ରମ କରୁଥିଲା। କାର୍‌ଟି   ଢେଲା ନଦୀ ଉପରେ ଯାଉଥିବା ବେଳେ ମାତ୍ର ହଠାତ୍‌ ଭାରସାମ୍ୟ ହରାଇ […]

ଅଦ୍ୟତନ ହୋଇଛି
ନଦୀରେ ଖସିଗଲା କାର୍‌; ଉଦ୍ଧାର ହେଲାଣି ୯ ମୃତଦେହ

accident

Advertisment

ଡେରାଡୁନ: ଉତ୍ତରାଖଣ୍ଡର ରାମନଗରରେ ଶୁକ୍ରବାର ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀରେ ଭାସିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି।

Advertisment

ଆଜି ସକାଳ ପ୍ରାୟ ୫ଟା ବେଳେ ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍‌  ରାମନଗର ଅତିକ୍ରମ କରୁଥିଲା। କାର୍‌ଟି   ଢେଲା ନଦୀ ଉପରେ ଯାଉଥିବା ବେଳେ ମାତ୍ର ହଠାତ୍‌ ଭାରସାମ୍ୟ ହରାଇ ଗାଡ଼ିଟି ନଦୀ ଭିତରକୁ ଖସି ପଡ଼ିଥିଲା। ଏହାପରେ ନଦୀର ପ୍ରଖର ସ୍ରୋତରେ ସବୁ ପର୍ଯ୍ୟଟକ ଭାସି ଯାଇଥିଲେ।

ଖବର ପାଇ ତୁରନ୍ତ ଏନଡିଆରଏଫ, ଅଗ୍ନିଶମ ବିଭାଗ ତଥା ପୁଲିସ୍‌ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଥିବା ବେଳେ ଜଣଙ୍କ ପତ୍ତା ମିଳୁନି। ଏହାବାଦ ଏକ ଛୋଟ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାଯାଇଛି।

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe