Advertisment

ଉତ୍ତରପ୍ରଦେଶ: ଗୋହତ୍ୟା ଗୁଜବକୁ ନେଇ ମୈନପୁରୀ ଅଶାନ୍ତ, ୨୧ ଗିରଫ

ମୈନପୁରୀ: ଗୋହତ୍ୟା ଗୁଜବକୁ ନେଇ ପୁଣି ଅଶାନ୍ତ ହୋଇଛି ଉତ୍ତରପ୍ରଦେଶ। କିଛି ଦିନ ତଳେ ଦାଦ୍ରିରେ ଏଭଳି ଏକ ଗୁଜବକୁ ନେଇ ଜଣଙ୍କୁ ପିଟି ପିଟି ମାରି ଦିଆଯାଇଥିଲା। ଦାଦ୍ରି ପରେ ଗତକାଲି ଏମିତି ଏକ ଗୁଜବ ଶୁଣିବାକୁ ମିଳିଥିଲା ମୈନପୁରୀ ଜିଲ୍ଲାରେ। ଜିଲ୍ଲାର କରହାଲ୍ ଅଞ୍ଚଳରୁ ଉଠିଥିଲା ଏହି ଗୁଜବ। ଏହା ପରେ ନାଗାରିଆ ଗାଁ ଅଶାନ୍ତ ହୋଇଯାଇଥିଲା। ଗାଁରେ ଗୋହତ୍ୟା ଗୁଜବ ବିରୁଦ୍ଧରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏହି ଖବର ପାଇଥିଲେ। […]

author-image
Rakesh Mallick
ଉତ୍ତରପ୍ରଦେଶ: ଗୋହତ୍ୟା ଗୁଜବକୁ ନେଇ ମୈନପୁରୀ ଅଶାନ୍ତ, ୨୧ ଗିରଫ

mainpuri

ମୈନପୁରୀ: ଗୋହତ୍ୟା ଗୁଜବକୁ ନେଇ ପୁଣି ଅଶାନ୍ତ ହୋଇଛି ଉତ୍ତରପ୍ରଦେଶ। କିଛି ଦିନ ତଳେ ଦାଦ୍ରିରେ ଏଭଳି ଏକ ଗୁଜବକୁ ନେଇ ଜଣଙ୍କୁ ପିଟି ପିଟି ମାରି ଦିଆଯାଇଥିଲା। ଦାଦ୍ରି ପରେ ଗତକାଲି ଏମିତି ଏକ ଗୁଜବ ଶୁଣିବାକୁ ମିଳିଥିଲା ମୈନପୁରୀ ଜିଲ୍ଲାରେ। ଜିଲ୍ଲାର କରହାଲ୍ ଅଞ୍ଚଳରୁ ଉଠିଥିଲା ଏହି ଗୁଜବ। ଏହା ପରେ ନାଗାରିଆ ଗାଁ ଅଶାନ୍ତ ହୋଇଯାଇଥିଲା। ଗାଁରେ ଗୋହତ୍ୟା ଗୁଜବ ବିରୁଦ୍ଧରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏହି ଖବର ପାଇଥିଲେ। ଆଉ ତା’ପରେ ସେମାନେ ପୋଲିସ୍ ଜିପରେ ନିଆଁ ଲଗାଇ ଦେଇଥିଲେ। ତା’ସହିତ ଅନେକ ଗାଡ଼ି ଓ ଦୋକାନ ଭଙ୍ଗାରୁଜା କରିଥିଲେ। ଏ ଘଟଣାରେ ପୋଲିସ୍ ୨୧ଜଣଙ୍କୁ ଗିରଫ କରିଛି। ୨୯ ଜଣ ଲୋକଙ୍କ ନାଁରେ ଏଫଆଇଆର୍ ରୁଜୁ କରାଯାଇଛି। ତା’ସହିତ ନାମ ଜଣାନଥିବା ୨୫୦ ଲୋକଙ୍କ ବିରୁଦ୍ଧରେ ବି ମାମଲା ରୁଜୁ କରାଯାଇଛି ବୋଲି ମୈନପୁରୀ ଜିଲ୍ଲାପାଳ କହିଛନ୍ତି। ସେ କହିଛନ୍ତି ଯେ ମାଂସ ଭକ୍ଷଣ ପାଇଁ ଗାଈଟିକୁ ହତ୍ୟା କରାଯାଇ ନଥିଲା। ଗାଈଟି ପୂର୍ବରୁ ମରି ସାରିଥିଲା। ରୋଗରେ ଆକ୍ରାନ୍ତ ହୋଇ ଗାଈଟି ମରିଥିଲା। ଶବବ୍ୟବଚ୍ଛେଦରୁ ଏହା ଜଣାପଡ଼ିଛି। କିଛି ଲୋକ ମୃତ ଗାଈର ଚମଡ଼ା ସଂଗ୍ରହ କରିବା ପାଇଁ ଏକ ସ୍ଥାନକୁ ନେଇ ଯାଇଥିଲେ। ଆଉ ତାହାକୁ ଗୋହତ୍ୟାର ରୂପ ଦେଇ ଗୁଜବ ସୃଷ୍ଟି କରାଯାଇଥିଲା। ସାଂପ୍ରଦାୟିକ ହିଂସା କରିବାକୁ  ଜାଣିଶୁଣି କେହି ଏଭଳି ଗୁଜବ ସୃଷ୍ଟି କରିଥିଲା।

Advertisment