Advertisment

ଅମିତାଭଙ୍କୁ ମୁକାବିଲା କରିବାକୁ ଏମିତି ରଣନୀତି କରିଥିଲେ ବାଜପେୟୀ, ନେଇ ଥାଆନ୍ତେ ଏହି ହିରୋଇନ୍‌ଙ୍କ ସାହାଯ୍ୟ

ବହୁଗୁଣାଙ୍କ କ୍ଷେତ୍ରରେ କଂଗ୍ରେସ ଯେଉଁ ରଣନୀତି ଅବଲମ୍ବନ କରିଥିଲା ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ବିରୋଧରେ ସମାଜବାଦୀ ପାର୍ଟି ସେହିଭଳି ରଣନୀତି ଆପଣାଇ ଥିଲା।

ଅଦ୍ୟତନ ହୋଇଛି
ଅମିତାଭଙ୍କୁ ମୁକାବିଲା କରିବାକୁ ଏମିତି ରଣନୀତି କରିଥିଲେ ବାଜପେୟୀ, ନେଇ ଥାଆନ୍ତେ ଏହି ହିରୋଇନ୍‌ଙ୍କ ସାହାଯ୍ୟ

Amitabhbacchan

Advertisment

ନୂଆଦିଲ୍ଲୀ: ଆପଣମାନେ ଏକଥା ନିଶ୍ଚିତ ଜାଣିଥିବେ ଯେ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ବି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଅବଶ୍ୟ ସେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ। ତେବେ ସେ କାହାକୁ ହରାଇ ଲୋକସଭାକୁ ଯାଇଥିଲେ ଜାଣନ୍ତି? ସେ ଉତ୍ତର ପ୍ରଦେଶର ଲୋକପ୍ରିୟ ନେତା ହେମବତୀ ନନ୍ଦନ ବହୁଗୁଣାଙ୍କୁ ହରାଇଥିଲେ।

Advertisment

ଖାସ୍ ତାଙ୍କୁ ହରାଇବା ପାଇଁ କଂଗ୍ରେସ ଅମିତାଭ ବଚ୍ଚନଙ୍କୁ ଆହ୍ଲାବାଦ ଲୋକସଭା ଆସନରେ ପ୍ରାର୍ଥୀ କରିଥିଲା। ସେତେବେଳେ ରାଜୀବ ଗାନ୍ଧୀ ଜୀବିତ ଥିଲେ। ରାଜୀବ ଓ ଅମିତାଭ ଭଲ ବନ୍ଧୁ ଥିଲେ। କୁହାଯାଏ, ରାଜୀବଙ୍କ ଅନୁରୋଧକ୍ରମେ ଅମିତାଭ ଏହି ନିର୍ବାଚନ ଲଢ଼ିଥିଲେ ଓ ବହୁଗୁଣାଙ୍କୁ ବହୁ ଭୋଟ୍ ବ୍ୟବଧାନରେ ହରାଇଥିଲେ। ଏହା ୧୯୮୪ ମସିହାର କଥା।

[caption id="attachment_265033" align="aligncenter" width="640"]amitabhରାଜୀବ ଗାନ୍ଧୀଙ୍କ ସହ ଅମିତାଭ[/caption]

Advertisment

ବହୁଗୁଣାଙ୍କ କ୍ଷେତ୍ରରେ କଂଗ୍ରେସ ଯେଉଁ ରଣନୀତି ଅବଲମ୍ବନ କରିଥିଲା ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ବିରୋଧରେ ସମାଜବାଦୀ ପାର୍ଟି ସେହିଭଳି ରଣନୀତି ଆପଣାଇ ଥିଲା।

ବାଜପେୟୀଙ୍କୁ ହରାଇବା ପାଇଁ ସମାଜବାଦୀ ପାର୍ଟି ଫିଲ୍ମ ନିର୍ମାତା ମୁଜାଫର ଅଲ୍ଲୀଙ୍କୁ ଲକ୍ଷ୍ନୌ ଆସନରେ ପ୍ରାର୍ଥୀ କରିଥିଲା। ଲକ୍ଷ୍ନୌ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସେ ସ୍ଥାନୀୟ ବାସିନ୍ଦା ଭଳି ଥିଲେ। ଅନେକ ଫିଲ୍ମ ଅଭିନେତା ମଧ୍ୟ ତାଙ୍କ ପାଇଁ ପ୍ରଚାର କରିଥିଲେ।

ତେବେ ଇତିହାସର ପୁନରାବୃତ୍ତି ହୋଇ ନଥିଲା। ବାଜପେୟୀ ହାରି ନଥିଲେ। ଲକ୍ଷ୍ନୌବାସୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ।

ଥରେ ଏକ ସାକ୍ଷାତକାରରେ ବାଜପେୟୀ କହିଥିଲେ ଯେ ତାଙ୍କ ବିରୋଧରେ ଅମିତାଭ ବଚ୍ଚନଙ୍କୁ ପ୍ରାର୍ଥୀ କରାଯିବ ବୋଲି ସେ ଶୁଣିବାକୁ ପାଇଥିଲେ। ବାଜପେୟୀ କହିଥିଲେ,“ମୁଁ ଦିଲ୍ଲୀରୁ ପ୍ରାର୍ଥୀ ହୋଇଥିଲେ ହୁଏତ ଅମିତାଭଙ୍କୁ ମୋ ବିପକ୍ଷରେ ପ୍ରାର୍ଥୀ କରାଯାଇଥାଆନ୍ତା।”

ଏହା ପରେ ତାଙ୍କୁ ପଚରାଯାଇଥିଲା, ଏମିତି ହୋଇଥିଲେ ସେ କ’ଣ କରିଥାଆନ୍ତେ। ଏହାର ଉତ୍ତରରେ ବାଜପେୟୀ କହିଥିଲେ,“ମୁଁ ଅଭିନେତାଙ୍କ ସହିତ ମୁକାବିଲା କରିପାରି ନଥାଆନ୍ତି। ମୁଁ ରେଖାଙ୍କୁ ଅନୁରୋଧ କରିଥାଆନ୍ତି।”

Atal

କୁହାଯାଏ, ରାଜନୀତିରେ ଅଭିନେତାଙ୍କ ପ୍ରବେଶକୁ ବାଜପେୟୀ ପସନ୍ଦ କରୁ ନଥିଲେ। ତେବେ ତାଙ୍କ ନେତୃତ୍ୱରେ ଧର୍ମେନ୍ଦ୍ର, ବିନୋଦ ଖନ୍ନା ଓ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ଅଭିନେତା ସଂସଦକୁ ଯାଇଥିଲେ। ବିନୋଦ ଓ ଶତ୍ରୁଘ୍ନ ତାଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ବି ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe