Advertisment

ଥାଇଲାଣ୍ଡରେ ପହଞ୍ଚିଲେ ଉପ ରାଷ୍ଟ୍ରପତି ହମିଦ ଅନସାରୀ

ବ୍ୟାଙ୍କକ: ଭାରତର ଉପରାଷ୍ଟ୍ରପତି ହମିଦ ଅନସାରୀ ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ଯାଇ ବୁଧବାର ବ୍ୟାଙ୍କକରେ ପହଞ୍ଚିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଥାଇଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ପ୍ରଜିନ୍ ଜୁନତୁଙ୍ଗ ଥାଇଲାଣ୍ଡ ବିମାନବନ୍ଦରରେ ପହଞ୍ଚି ଥିଲେ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଳେ ଦୁଇ ଦେଶର ବରିଷ୍ଟ ନେତୃବୃନ୍ଦଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଏହାସହ ଉପରାଷ୍ଟ୍ରପତି ଥାଇ ପ୍ରଧାନମନ୍ତ୍ରୀ ପ୍ରାୟୁଟ ଚାନ୍-ଓ-ଚାଙ୍କ ସହ ସାକ୍ଷାତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ୫୦ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଥାଇଲାଣ୍ଡରେ ପହଞ୍ଚିଲେ ଉପ ରାଷ୍ଟ୍ରପତି ହମିଦ ଅନସାରୀ

hamid-ansari

ବ୍ୟାଙ୍କକ: ଭାରତର ଉପରାଷ୍ଟ୍ରପତି ହମିଦ ଅନସାରୀ ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ଯାଇ ବୁଧବାର ବ୍ୟାଙ୍କକରେ ପହଞ୍ଚିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଥାଇଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ପ୍ରଜିନ୍ ଜୁନତୁଙ୍ଗ ଥାଇଲାଣ୍ଡ ବିମାନବନ୍ଦରରେ ପହଞ୍ଚି ଥିଲେ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଳେ ଦୁଇ ଦେଶର ବରିଷ୍ଟ ନେତୃବୃନ୍ଦଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦ୍ୱିପାକ୍ଷିକ ଆଲୋଚନା ହେବ।

Advertisment

ଏହାସହ ଉପରାଷ୍ଟ୍ରପତି ଥାଇ ପ୍ରଧାନମନ୍ତ୍ରୀ ପ୍ରାୟୁଟ ଚାନ୍-ଓ-ଚାଙ୍କ ସହ ସାକ୍ଷାତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ୫୦ ବର୍ଷ ପରେ ଭାରତର ପ୍ରଥମ ଉପରାଷ୍ଟ୍ରପତି ଭାବେ ଥାଇଲାଣ୍ଡକୁ ଗସ୍ତ କରିଛନ୍ତି ଶ୍ରୀ ଅନସାରୀ।