Advertisment

କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଲେ ଭିକି-କ୍ୟାଟ୍ରିନା

ମୁମ୍ବାଇ: ଭାରତରେ ବର୍ତ୍ତମାନ ନୋଭେଲ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି, ଯାହାର କୁପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ୁଛି। ଏଭଳି କଠିନ ପରିସ୍ଥିତିରେ କରୋନା ମୁକାବିଲା ଲାଗି ବଲିଉଡ୍ ତାରକାମାନେ ଆର୍ଥିକ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଅକ୍ଷୟ କୁମାର, ସଲମାନ ଖାନ, ଅନୁଷ୍କା ଶର୍ମା-ବିରାଟ୍ କୋହିଲି, କାର୍ତ୍ତିକ ଆର୍ୟନ, ଶିଲ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଭଳି ତାରକାମାନେ ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍ କେୟାର୍ସ’ ଫଣ୍ଡକୁ ଦାନ କରିଥିବାବେଳେ ଏବେ ଏହି ତାଲିକାରେ ଭିକି କୌଶଲ ଏବଂ କ୍ୟାଟ୍ରିନା […]

ଅଦ୍ୟତନ ହୋଇଛି
କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଲେ ଭିକି-କ୍ୟାଟ୍ରିନା

VICKY KATRINA

Advertisment

ମୁମ୍ବାଇ: ଭାରତରେ ବର୍ତ୍ତମାନ ନୋଭେଲ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି, ଯାହାର କୁପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ୁଛି। ଏଭଳି କଠିନ ପରିସ୍ଥିତିରେ କରୋନା ମୁକାବିଲା ଲାଗି ବଲିଉଡ୍ ତାରକାମାନେ ଆର୍ଥିକ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଅକ୍ଷୟ କୁମାର, ସଲମାନ ଖାନ, ଅନୁଷ୍କା ଶର୍ମା-ବିରାଟ୍ କୋହିଲି, କାର୍ତ୍ତିକ ଆର୍ୟନ, ଶିଲ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଭଳି ତାରକାମାନେ ପ୍ରଧାନମନ୍ତ୍ରୀଙ୍କ 'ପିଏମ୍ କେୟାର୍ସ' ଫଣ୍ଡକୁ ଦାନ କରିଥିବାବେଳେ ଏବେ ଏହି ତାଲିକାରେ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି।

Advertisment

https://www.instagram.com/p/B-YxfzNJMl5/?utm_source=ig_web_copy_link

ମଙ୍ଗଳବାର ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବଲିଉଡ୍ ଅଭିନେତା ଭିକି କୌଶଲ ଏ ନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, "ମୁଁ ନିଜକୁ ଭାଗ୍ୟଶାଳି ଭାବୁଛି କାରଣ ମୁଁ ମୋ ନିଜ ଲୋକଙ୍କ ପାଖରେ ଖୁବ୍ ଆରାମରେ ଘରେ ବସିଛି। ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଭାଗ୍ୟବାନ ନୁହନ୍ତି। ଏଭଳି ସଂକଟର ସ୍ଥିତିରେ ପିଏମ୍ କେୟାର୍ସ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରେ ମୁଁ ୧ କୋଟି ଟଙ୍କା ସହାୟତା କରିବା ନେଇ ଘୋଷଣା କରୁଛି। ଆମେ ସମସ୍ତେ ଏହି ଯୁଦ୍ଧରେ ଏକାଠି ହୋଇ ଜିତିବା। ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏକ ସୁସ୍ଥ ଓ ସଶକ୍ତ ଭବିଷ୍ୟତ ଗଢ଼ିବାକୁ ନିଜର ଯୋଗଦାନ ଦେବା।"

https://www.instagram.com/p/B-XRux9hWYZ/?utm_source=ig_web_copy_link

ଭିକି କୌଶଲଙ୍କ ଭଳି କ୍ୟାଟ୍ରିନା ମଧ୍ୟ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି। ହେଲେ ସେ କେତେ ଟଙ୍କା ଦାନ କଲେ ସେ ବିଷୟରେ ଖୁଲାସା କରିନାହାନ୍ତି। ସେ ଲେଖିଛନ୍ତି, "ମୁଁ ପିଏମ୍ କେୟାର୍ସ ଫଣ୍ଡ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରେ ଆର୍ଥିକ ସହଯୋଗ ଦେବାକୁ ଘୋଷଣା କରୁଛି। ଏହି ମହାମାରୀ ସାରା ଦୁନିଆକୁ କଷ୍ଟ, ଯନ୍ତ୍ରଣା ଦେଇଛି, ଯାହା ଦେଖିଲେ କଷ୍ଟ ହେଉଛି। "

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe