Advertisment

ସତରେ ବାରୁଦ ଗଦା ଉପରେ ଛିଡ଼ା ହୋଇଥିବା ସୈନିକର ହୃଦୟଟା ବରଫ ଭଳି ....

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍, ଆତଙ୍କୀଙ୍କ ସହ ଗୁଳିବିନିମୟ, ଏସବୁ ସତେକି ଭାରତର ଭୂସ୍ୱର୍ଗ କାଶ୍ମୀର ପାଇଁ ନିତି ଦିନିଆ ଘଟଣା ପାଲଟିଗଲାଣି । ହେଲେ ଆଜି ସୋପୋରରେ ଦେଖିବାକୁ ମିଳିଥିବା ଆତଙ୍କବାଦର ବିକଟ ଚେହେରାକୁ ନେଇ, ସାରା ଦେଶରେ ଉଦ୍‌ବେଗ ପ୍ରକାଶ ପାଇଛି । ନିଜ ନାତିକୁ କାରରେ ବସାଇ ଶ୍ରୀନଗରରୁ ଯାଉଥିବା ଜଣେ ବ୍ୟକ୍ତି ଆତଙ୍କୀଙ୍କ ଗୁଳିରେ ଟଳିପଡ଼ିଛନ୍ତି  । ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛି, ଜୀବନ କଣ ଜାଣିନଥିବା ୩ ବର୍ଷର […]

ଅଦ୍ୟତନ ହୋଇଛି
ସତରେ ବାରୁଦ ଗଦା ଉପରେ ଛିଡ଼ା ହୋଇଥିବା ସୈନିକର ହୃଦୟଟା ବରଫ ଭଳି ....

790-1

Advertisment

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍, ଆତଙ୍କୀଙ୍କ ସହ ଗୁଳିବିନିମୟ, ଏସବୁ ସତେକି ଭାରତର ଭୂସ୍ୱର୍ଗ କାଶ୍ମୀର ପାଇଁ ନିତି ଦିନିଆ ଘଟଣା ପାଲଟିଗଲାଣି । ହେଲେ ଆଜି ସୋପୋରରେ ଦେଖିବାକୁ ମିଳିଥିବା ଆତଙ୍କବାଦର ବିକଟ ଚେହେରାକୁ ନେଇ, ସାରା ଦେଶରେ ଉଦ୍‌ବେଗ ପ୍ରକାଶ ପାଇଛି । ନିଜ ନାତିକୁ କାରରେ ବସାଇ ଶ୍ରୀନଗରରୁ ଯାଉଥିବା ଜଣେ ବ୍ୟକ୍ତି ଆତଙ୍କୀଙ୍କ ଗୁଳିରେ ଟଳିପଡ଼ିଛନ୍ତି  । ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛି, ଜୀବନ କଣ ଜାଣିନଥିବା ୩ ବର୍ଷର ଶିଶୁ।

Advertisment

ଯିଏ ଏଇନା ଏଇନା ତାଜା ରକ୍ତ ଦେଖିଛି, ଗୁଳି ଫୁଟିବାର ଆଓ୍ୱାଜ ଶୁଣିଛି, ତା ସହ ହସୁଥିବା, ଖେଳୁଥିବା ଜେଜେକୁ, ଆଖି ସାମ୍ନାରେ ନିସ୍ତେଜ ହେବାର ଦେଖିଛି... ସିଏ କି ସାମାନ୍ୟ ବିସ୍କୁଟ, ଚକୋଲେଟରେ ମାନିବ? ରାହା ଧରି କାନ୍ଦୁ କାନ୍ଦୁ, ମଝିରେ ମଝିରେ ଥକିପଡ଼ୁଥିଲା ୩ ବର୍ଷର କଅଁଳ ଶିଶୁ । କେତେ ବା କାନ୍ଦିବ... ତା ଦୋରଟି କଥା ତ କେହି ବୁଝି ପାରୁନାହାଁନ୍ତି  ଆଉ ଯିଏ ବୁଝୁଥିଲା, ସିଏ ତ ରକ୍ତ ଜୁଡ଼ୁବୁଡ଼ୁ ହୋଇ କାର୍ ପାଖରେ ନିସ୍ତେଜ ପଡ଼ିଛି ।

ସକାଳେ ଜମ୍ମୁ ଓ କାଶ୍ମୀରର ସୋପୋରରେ ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରକୁ ଆତଙ୍କୀଙ୍କ ଅତର୍କିତ ଆକ୍ରମଣ ପରେ ଆରମ୍ଭ ହୋଇଥିଲା ଗୁଳିବିନିମୟ। ଦୁର୍ଭାଗ୍ୟକୁ ଗୁଳିବର୍ଷା ଭିତରକୁ ନିଜ ନାତି ସହ କାର୍ରେ ଯାଉଥିବା ବେଳେ ଫସିଗଲେ ଶ୍ରୀନଗରରୁ ହନ୍ଦଓ୍ୱାରା ଯାଉଥିବା ଜଣେ ବ୍ୟକ୍ତି । ସେ ପ୍ରାଣ ବିକଳରେ କାରରୁ ଓହ୍ଲାଇ ପଡ଼ିବା ମାତ୍ରେ ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲେ।

Advertisment

ଇଏ ସେହି ସମୟର ହୃଦୟ ବିଦାରକ ଦୃଶ୍ୟ  ଜେଜେଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପାଖରେ ବସିରହିଛି ଅଳ୍ପକେ ବର୍ତ୍ତି ଯାଇଥିବା ଭୟାର୍ତ୍ତ ଶିଶୁ । ତେବେ କାଳବିଳମ୍ବ ନକରି, ପାଖରେ ଉପସ୍ଥିତ ପୁଲିସ କର୍ମଚାରୀ ତୁରନ୍ତ ଶିଶୁଟିକୁ ଉଦ୍ଧାର କରିଥିଲେ ଓ ପରେ ତା ମା ପାଖରେ ଛାଡ଼ିଥିଲେ।

ନିଇତି ନିଆଁର ସାଗରରେ ପହଁରୁଥିବା ମଣିଷର ପଥରୁଆ ଛାତି ବି, କେତେ ମମତାବୋଳା, କେତେ ସମ୍ବେଦନଶୀଳ, ଏ ଫଟୋ ତାରି ପ୍ରମାଣ । ଆଜିର ଗୁଳିବିନିମୟରେ ଜଣେ ସିଆରପିଏଫ୍ ଯବାନ ବି ସହିଦ୍ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ହେଲେ ପିଲାଟିକୁ ବୋଧ କଲା ବେଳେ, ସେଇ ଯବାନଙ୍କ ମୁହଁରେ ତାର ଛାଇ ଟିକେ ବି ନାହିଁ, ସତେକି ସେ ଶିଶୁକୁ କହୁଛନ୍ତି, ନା ନା କିଛି ବି ହୋଇନି... ମୁଁ ଅଛି ପରା ।

ଗତ ସପ୍ତାହରେ ଅନନ୍ତନାଗରେ ପାର୍କିଂ ହୋଇଥିବା ଏକ କାର୍ ଭିତରେ ଶୋଇଥିବା ଏକ ୬ବର୍ଷର ଶିଶୁ ବି ଆତଙ୍କୀ ଗୁଳିର ଶିକାର ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe