Advertisment

ଗାଁ ଲୋକେ ମିଶି ସ୍କୁଲପିଲାଙ୍କ ପାଇଁ ତିଆରି କଲେ ଡାଇନିଂ ହଲ୍‌

ରାୟପୁର: କୁହାଯାଏ ଯେ ଆମ ଦେଶର ବିକାଶ ଆମ ହାତରେ ହିଁ ରହିଛି। ଗାଁ, ସହର, ରାଜ୍ୟ ଏବଂ ଦେଶର ବିକାଶ କରିବା ଦାୟିତ୍ୱ ଯେ କେବଳ ସରକାରଙ୍କର ତାହା ଭାବିବା ଉଚିତ୍‌ ନୁହେଁ। ସରକାର ବା ପ୍ରଶାସନର ପଦକ୍ଷେପକୁ ଅପେକ୍ଷା ନ କରି ଆମେ ଯଦି ମିଳିମିଶି ଆମ ଆଖପାଖର ପରିବେଶକୁ ସୁଧାରିବାକୁ ଚେଷ୍ଟା କରିବା ତେବେ ଆମର ଅନେକ ସମସ୍ୟାର ସମାଧାନ ହୋଇଯିବ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ଅନ୍ତର୍ଗତ […]

ଗାଁ ଲୋକେ ମିଶି ସ୍କୁଲପିଲାଙ୍କ ପାଇଁ ତିଆରି କଲେ ଡାଇନିଂ ହଲ୍‌

school

Advertisment

ରାୟପୁର: କୁହାଯାଏ ଯେ ଆମ ଦେଶର ବିକାଶ ଆମ ହାତରେ ହିଁ ରହିଛି। ଗାଁ, ସହର, ରାଜ୍ୟ ଏବଂ ଦେଶର ବିକାଶ କରିବା ଦାୟିତ୍ୱ ଯେ କେବଳ ସରକାରଙ୍କର ତାହା ଭାବିବା ଉଚିତ୍‌ ନୁହେଁ। ସରକାର ବା ପ୍ରଶାସନର ପଦକ୍ଷେପକୁ ଅପେକ୍ଷା ନ କରି ଆମେ ଯଦି ମିଳିମିଶି ଆମ ଆଖପାଖର ପରିବେଶକୁ ସୁଧାରିବାକୁ ଚେଷ୍ଟା କରିବା ତେବେ ଆମର ଅନେକ ସମସ୍ୟାର ସମାଧାନ ହୋଇଯିବ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ଅନ୍ତର୍ଗତ କୋରିଆ ଜିଲ୍ଲାର ବୈକୁଣ୍ଠପୁର ଗାଁରେ।

Advertisment

publive-imageଏହି ଗାଁର ଲୋକମାନେ ମିଳିମିଶି ନିଜ ପିଲାମାନଙ୍କୁ ତାଙ୍କ ସ୍କୁଲ୍‌ରେ ଚେୟାର୍‌ ଟେବୁଲ୍‌ରେ ବସି ମଧ୍ୟାହ୍ନ ଭୋଜନ କରିବାର ସୁବିଧା ଯୋଗାଇଛନ୍ତି। ଏମାନେ ମିଶି ଏକ ଚାଳିଆ ଓ ବାଉଁଶରେ ଚେୟାର ଟେବୁଲ୍‌ ତିଆରି କରିଛନ୍ତି। ଆଉ ଏଥିରେ ନା ସରକାରଙ୍କର ନା ଶିକ୍ଷକଙ୍କର ଗୋଟିଏ ବି ଟଙ୍କା ଖର୍ଚ୍ଚ ହୋଇଛି। ଏହା କେବଳ ଗାଁ ଲୋକଙ୍କମାନେ ମିଶି ତିଆରି କରିଛନ୍ତି। ଏଥିପାଇଁ କିଏ ବାଉଁଶ ଦେଇଛି ତ କିଏ କୁଡ଼ିଆ ପାଇଁ ଛଣ, କିଏ ପୁଣି ଶ୍ରମଦାନ ଜରିଆରେ ଏହାକୁ ନିଜେ ତିଆରି କରିଛି।  ଏମାନଙ୍କ ମିଳିତ ଉଦ୍ୟମରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଢ଼ିଆ ଗୋଲ୍‌ ଟେବୁଲ୍‌ ଯୁକ୍ତ ଡାଇନିଂ ହଲ୍‌ ପ୍ରସ୍ତୁତ ହୋଇଯାଇଛି। ଏବେ ପିଲାମାନେ ଏଥିରେ ବସି ଖୁସିରେ ଓ ଆରାମରେ ମଧ୍ୟାହ୍ଣ ଭୋଜନ କରିପାରିବେ।

publive-imageକିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍‌.କେ. ଗୁପ୍ତା ଏ ସମ୍ପର୍କରେ କହିଛନ୍ତି ଯେ ଏହା ଜିଲ୍ଲାପାଳଙ୍କ ଭାବନା ଥିଲା ଯେ ଗାଁର ପିଲାମାନେ ସହର ଭଳି ଚେୟାର୍‌ ଟେବୁଲରେ ବସି ମଧ୍ୟାହ୍ଣ ଭୋଜନ କରିବେ। ଯାହାକୁ ସ୍କୁଲ୍‌ର ଶିକ୍ଷକ ଓ ଗ୍ରାମବାସୀମାନେ ମିଶି ସଫଳ କରିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ପ୍ରାଥମିକ ସ୍କୁଲ୍‌ର ପିଲାମାନଙ୍କ ମଧ୍ୟାହ୍ଣ ଭୋଜନ ପାଇଁ ଏକ ନୂଆ ପ୍ରୟାସ କରିଛନ୍ତି। ଯେଉଁଠି  ଦେଶର ଅନେକ ସ୍କୁଲ୍‌ରେ ପିଲାମାନେ ତଳେ ବସି ଭୋଜନ କରୁଛନ୍ତି ସେଇଠି ଏହି ସ୍କୁଲ୍‌ର ପିଲାମାନଙ୍କୁ ଚେୟାର୍‌ଟେବୁଲ୍‌ରେ ବସି ଖାଇବାର ସୁଯୋଗ ମିଳିଛି।

Advertisment

(ସୌଜନ୍ୟ: ଚନ୍ଦ୍ରକାନ୍ତ ପାର୍‌ଗିର୍, ଦେଶ୍ ଟିଭି)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe