ନିଜ ପ୍ରେମିକଙ୍କ ନାଁ ଘୋଷଣା କଲେ ସ୍ୱର୍ଣ୍ଣ ବିଜୟିନୀ ରେସ୍‌ଲର୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): “ଆଜି ପର୍ଯ୍ୟନ୍ତ ମୁଁ ନେଇଥିବା ବିଭିନ୍ନ ନିଷ୍ପତ୍ତି ମଧ୍ୟରୁ ଏହା ସବୁଠାରୁ ଶ୍ରେଷ୍ଠ। ମୁଁ ଏ କଥା ଭାବି ବହୁତ ଖୁସି ଯେ, ତୁମେ ମୋତେ ଜୀବନସାଥୀ ରୂପେ ବାଛିଛ।” ଏମିତି କିଛି ଲେଖା ଥିବା କ୍ୟାପ୍‌ସନ୍‌ରେ ଫଟୋଟିଏ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି ଭାରତୀୟ ମହିଳା ରେସ୍‌ଲର୍‌ ବିନେଶ୍‌ ଫୋଗାଟ୍‌। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ଏସିଆନ୍‌ ଗେମ୍‌ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ପରେ, ଏବେ ନିଜ ପାଇଁ […]

bb

bb

Mihir Pattnayak
  • Published: Friday, 24 August 2018
  • Updated: 25 August 2018, 05:41 AM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): “ଆଜି ପର୍ଯ୍ୟନ୍ତ ମୁଁ ନେଇଥିବା ବିଭିନ୍ନ ନିଷ୍ପତ୍ତି ମଧ୍ୟରୁ ଏହା ସବୁଠାରୁ ଶ୍ରେଷ୍ଠ। ମୁଁ ଏ କଥା ଭାବି ବହୁତ ଖୁସି ଯେ, ତୁମେ ମୋତେ ଜୀବନସାଥୀ ରୂପେ ବାଛିଛ।”

ଏମିତି କିଛି ଲେଖା ଥିବା କ୍ୟାପ୍‌ସନ୍‌ରେ ଫଟୋଟିଏ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି ଭାରତୀୟ ମହିଳା ରେସ୍‌ଲର୍‌ ବିନେଶ୍‌ ଫୋଗାଟ୍‌। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ଏସିଆନ୍‌ ଗେମ୍‌ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ପରେ, ଏବେ ନିଜ ପାଇଁ ଠିକ୍‌ କରିଛନ୍ତି ଜୀବନସାଥୀ। ଆଉ ନିଜ ପ୍ରେମର ଖୋଲାଖୋଲି ଘୋଷଣା ବି କରିଛନ୍ତି ବିନେଶ୍।

ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ପ୍ରେମିକ ତଥା ଭାବିପତି ‘ସୋମବୀର୍‌ ରାଠି’ଙ୍କୁ ବିବାହ କରିବାକୁ ଯାଉଛନ୍ତି ‍ବୋଲି ସେ ଲେଖିଛନ୍ତି।

ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସିଆନ୍‌ ଗେମ୍‌ସରେ ରେସ୍‌ଲିଂରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ଏହି କ୍ରିଡାବିତ୍‌ ନିଜ ସାଥି କ୍ରିଡାବିତ୍‌ ସୋମବୀରଙ୍କ ସହ ପ୍ରେମ ସମ୍ପର୍କ ରହିଥିବା କଥା ଲୋକେ ଟୁପୁରୁ ଟାପର ହେଉଥିଲେ। ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟାଇ ନିଜ ପ୍ରେମର ଖୁଲାସା କରିଛନ୍ତି ନିଜେ ବିନେଶ୍।

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ- କିଏ ଏହି ସୋମବୀର? ସୋନିପତର ମୂଳ ବାସିନ୍ଦା ସୋମବୀର ମଧ୍ୟ ବିନେଶଙ୍କ ଭଳି ଜଣେ ରେସ୍‌ଲର୍‌। ସେ ଏବେ ରେଲ୍‌ୱେରେ ଟିଟିଇ ଭାବେ ରାଜସ୍ଥାନରେ କାର୍ଯ୍ୟରତ। ବିନେଶ୍‌ ମଧ୍ୟ ବୃତ୍ତିରେ ଜଣେ ରେଳବାଇ କର୍ମଚାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos