Advertisment

ପଞ୍ଜାବ: ଧର୍ମଗ୍ରନ୍ଥକୁ ବିକୃତ ଅଭିଯୋଗରେ ହିଂସାକାଣ୍ଡ, ୨ ମୃତ, ୭୫ ଆହତ

ଚଣ୍ଡିଗଡ଼: ଏକ ନିର୍ଦ୍ଦିଷ୍ଟ ଧର୍ମର ଧର୍ମଗ୍ରନ୍ଥକୁ ବିକୃତ କରାଯିବା ନେଇ ଆଜି ପଞ୍ଜାବର ଏକାଧିକ ସ୍ଥାନରେ ତୁମୁଳକାଣ୍ଡ ଘଟି ଯାଇଛି। ପୋଲିସ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ୭୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଭଟିଣ୍ଡା ରେଞ୍ଜର ଆଇଜିପିଙ୍କ ସେମତ ୧୫ ଜଣ ପୋଲିସ୍ ଅଧିକାରୀ ସାମିଲ ଅଛନ୍ତି। ପଞ୍ଜାବର ଫରିଦକୋଟ, ମୋଗା ଓ ସଙ୍ଗରୁର ଜିଲ୍ଲାଗୁଡ଼ିକରେ ଆଜି ଏଭଳି ହିଂସାକାଣ୍ଡ ଘଟିଯାଇଛି। ପୋଲିସ୍ […]

ପଞ୍ଜାବ: ଧର୍ମଗ୍ରନ୍ଥକୁ ବିକୃତ ଅଭିଯୋଗରେ ହିଂସାକାଣ୍ଡ, ୨ ମୃତ, ୭୫ ଆହତ

bathinda

Advertisment

ଚଣ୍ଡିଗଡ଼: ଏକ ନିର୍ଦ୍ଦିଷ୍ଟ ଧର୍ମର ଧର୍ମଗ୍ରନ୍ଥକୁ ବିକୃତ କରାଯିବା ନେଇ ଆଜି ପଞ୍ଜାବର ଏକାଧିକ ସ୍ଥାନରେ ତୁମୁଳକାଣ୍ଡ ଘଟି ଯାଇଛି। ପୋଲିସ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ୭୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଭଟିଣ୍ଡା ରେଞ୍ଜର ଆଇଜିପିଙ୍କ ସେମତ ୧୫ ଜଣ ପୋଲିସ୍ ଅଧିକାରୀ ସାମିଲ ଅଛନ୍ତି।

Advertisment

ପଞ୍ଜାବର ଫରିଦକୋଟ, ମୋଗା ଓ ସଙ୍ଗରୁର ଜିଲ୍ଲାଗୁଡ଼ିକରେ ଆଜି ଏଭଳି ହିଂସାକାଣ୍ଡ ଘଟିଯାଇଛି। ପୋଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ବେହବଲ କାଲାନ ଗାଁରେ ବଡ଼ ଧରଣ ସଂଘର୍ଷ ହୋଇଥିଲା। ବିକ୍ଷୋଭକାରୀମାନେ ପୋଲିସ୍ ଉପରକୁ ପଥର ପୋପାଡ଼ି ଥିଲେ। ସ୍ଥିତିକୁ କାବୁ କରିବାକୁ ପୋଲିସ୍ ପକ୍ଷରୁ ଲାଠିଚାର୍ଜ କରାଯିବା ସହିତ ଲୁହବୁହା ଗ୍ୟାସ୍ ଏବଂ ପାଣି ମଧ୍ୟ ପ୍ରୟୋଗ କରାଯାଇଥିଲା। ଏଠାରେ ସଂଘର୍ଷରେ ଦୁଇ ଜଣ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ସେହିପରି ଫରିଦକୋଟର କୋଟକାପୁରାରେ ବି ଆଜି ଧର୍ମଗ୍ରନ୍ଥକୁ ବିକୃତ କରିବା ଘଟଣାକୁ ନେଇ ଲୋକେ ରାସ୍ତା ଉପରକୁ ଓହ୍ଲାଇଥିଲେ। ସେମାନଙ୍କର ମଧ୍ୟ ପୋଲିସ୍ ସହିତ ସଂଘର୍ଷ ହୋଇଥିଲା।

ପରିସ୍ଥିତିକୁ ଦେଖି ଫରିଦକୋଟ, ମୋଗୋ, ସଙ୍ଗରୁର ଓ ଭଟିଣ୍ଡା ଅଞ୍ଚଳରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe