Advertisment

ମହାକାଳ ମନ୍ଦିରରେ ଉଦଣ୍ଡ ହୋଇ ନାଚିଲେ ମଡେଲ, ଭାଇରାଲ ହେଲା ଭିଡ଼ିଓ

ଭୋପାଲ(ଓଡ଼ିଶା ରିପୋର୍ଟର): ମନ୍ଦିରରେ ଠାକୁରଙ୍କୁ ଦର୍ଶନ କଲେ ମନରେ ଭକ୍ତି ଆସେ। ଭାବାନ୍ତର ଆସିବା ପରେ ଶାନ୍ତ ମନରେ ଆମେ ପ୍ରାର୍ଥନା କରିବାକୁ ଶ୍ରେୟ ମଣୁ। ଆମ ସହ ଆପଣ ବି ଏ କଥାରେ ଏକମତ ହେବେ। ହେଲେ ସେଦିନ କ’ଣ ହେଲା କେଜାଣି, ଠାକୁର ଦର୍ଶନ କରି ଆସିବା ପରେ ଜଣେ ଧଳା ଶାଢୀ ପରିହିତ ଯୁବତୀ ମନ୍ଦିର ଭିତରେ ନାଚିବାକୁ ଲାଗିଲେ। ଲୋକେ ଦେଖୁଥିଲେ ବି କିଛି କହୁ ନ ଥାନ୍ତି। ହେଲେ ଏବେ […]

ଅଦ୍ୟତନ ହୋଇଛି
ମହାକାଳ ମନ୍ଦିରରେ ଉଦଣ୍ଡ ହୋଇ ନାଚିଲେ ମଡେଲ, ଭାଇରାଲ ହେଲା ଭିଡ଼ିଓ

uu

Advertisment

ଭୋପାଲ(ଓଡ଼ିଶା ରିପୋର୍ଟର): ମନ୍ଦିରରେ ଠାକୁରଙ୍କୁ ଦର୍ଶନ କଲେ ମନରେ ଭକ୍ତି ଆସେ। ଭାବାନ୍ତର ଆସିବା ପରେ ଶାନ୍ତ ମନରେ ଆମେ ପ୍ରାର୍ଥନା କରିବାକୁ ଶ୍ରେୟ ମଣୁ। ଆମ ସହ ଆପଣ ବି ଏ କଥାରେ ଏକମତ ହେବେ।

Advertisment

ହେଲେ ସେଦିନ କ’ଣ ହେଲା କେଜାଣି, ଠାକୁର ଦର୍ଶନ କରି ଆସିବା ପରେ ଜଣେ ଧଳା ଶାଢୀ ପରିହିତ ଯୁବତୀ ମନ୍ଦିର ଭିତରେ ନାଚିବାକୁ ଲାଗିଲେ। ଲୋକେ ଦେଖୁଥିଲେ ବି କିଛି କହୁ ନ ଥାନ୍ତି। ହେଲେ ଏବେ ଉକ୍ତ ମହିଳାଙ୍କ ଅଶାଳୀନ ନୃତ୍ୟର ଏହି ଭିଡିଓ ସୋଶଲ ମିଡିଆରେ ଭାଇରାଲ ହୋଇଛି । ଆଉ ଯୁବତୀଙ୍କ ପରିଚୟ ପଦାକୁ ଆସିଛି।

publive-image

ଯୁବତୀ ଜଣକ ବମ୍ବେର ଜଣେ ମଡେଲ। ତାଙ୍କ ନାଁ  ନନ୍ଦିନୀ କୁରିଲ ବୋଲି ଅନୁମାନ କରାଯାଉଛି। କାରଣ ଭାଇରାଲ ହୋଇଥିବା ଭିଡ଼ିଓରେ ଏହି ନାଁଟି ରହିଛି। ଭିଡିଓଟି ଉଜୈନ୍ନର ପ୍ରସିଦ୍ଧ ମହାକାଳ ଜ୍ୟୋତିଲିଙ୍ଗ ମନ୍ଦିର ପରିସରରେ ସୁଟ୍‌ ହୋଇଛି। ମଡେଲ ଜଣକ ନିଜ ଅନ୍ଦାଜରେ ନାଚ କରୁଥିବା ବେଳେ ତାଙ୍କର କେହି ସହଯୋଗୀ ଏହାକୁ ସୁଟ୍‌ କରିଛନ୍ତି।

Advertisment

ମଡେଲ ଜଣକ ଏକ ଧଳା ଟ୍ରାନ୍ସପରେଣ୍ଟ ଶାଢ଼ୀ ପରିଧାନ କରିଥିବା ବେଳେ ଦେହରେ ରହିଛି ଧଳା ହାତକଟା ବ୍ଲାଉଜ୍‌। ଅଙ୍ଗ ପ୍ରଦର୍ଶନ ପୂର୍ବକ ସେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହାକି ଏକ ଧାର୍ମିକ ସ୍ଥଳରେ ଆଦୌ ଗ୍ରହଣୀୟ ନୁହେଁ। ଭିଡିଓରେ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁ ଯା ଆସ କରୁଥିବା ଦେଖିବାକୁ ମିଳିଛି।

ଏହି ମନ୍ଦିରକୁ ମୋବାଇଲ ଆଣିବା ଉପରେ ପ୍ରତିବନ୍ଧକ ଥିବା ବେଳେ ମଡେଲ ଜଣକ ସେଠାକୁ କ୍ୟାମେରା କିପରି ନେଲେ ଓ କେଉଁ ସ୍ଥାନରେ ଭିଡିଓ ସୁଟ୍‌ କଲେ ତାକୁ ନେଇ ଆରମ୍ଭ ହୋଇଛି ତନାଘନା। ମନ୍ଦିର ପରିଚାଳକ ଅଭିଶେକ ଦୁବେ ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି। ଏପରକି ମନ୍ଦିର ପରିସରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ହେବ ବୋଲି ମଧ୍ୟ ଦୁବେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe