Advertisment

“ଦି କାଶ୍ମୀର ଫାଇଲ୍ସ” ନିର୍ଦ୍ଦେଶକଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା

ମୁମ୍ବାଇ: “ଦି କାଶ୍ମୀର ଫାଇଲ୍ସ”ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା। “ଦି କାଶ୍ମୀର ଫାଇଲ୍ସ” ଫିଲ୍ମ ରିଲିଜ ହେବା ପରଠୁ ବିଭିନ୍ନ ଆଡ଼ୁ ବିବେକଙ୍କୁ ଧମକ ମିଳୁଥିବାରୁ  ତାଙ୍କୁ ଯୋଗାଇ ଦିଆଯାଇଛି ଏହି ସୁରକ୍ଷା।  Y କାଟାଗୋରୀ ସୁରକ୍ଷାର ପ୍ରୋଟକଲ ଅନୁଯାୟୀ, ସମଗ୍ର ଦେଶରେ ବିବେକ ଯେଉଁଠାକୁ ବି ଯିବେ, ସେଠାରେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ । ଭିଆଇପିଙ୍କୁ ମିଳୁଥିବା ଏହି ସୁରକ୍ଷା ବ୍ୟବସ୍ଥା ଏବେ ବିବେକଙ୍କ ପାଇଁ ଲାଗୁ […]

ଅଦ୍ୟତନ ହୋଇଛି
“ଦି କାଶ୍ମୀର ଫାଇଲ୍ସ” ନିର୍ଦ୍ଦେଶକଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା

bibek-agnihotri

Advertisment

ମୁମ୍ବାଇ: “ଦି କାଶ୍ମୀର ଫାଇଲ୍ସ”ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା। “ଦି କାଶ୍ମୀର ଫାଇଲ୍ସ” ଫିଲ୍ମ ରିଲିଜ ହେବା ପରଠୁ ବିଭିନ୍ନ ଆଡ଼ୁ ବିବେକଙ୍କୁ ଧମକ ମିଳୁଥିବାରୁ  ତାଙ୍କୁ ଯୋଗାଇ ଦିଆଯାଇଛି ଏହି ସୁରକ୍ଷା।  Y କାଟାଗୋରୀ ସୁରକ୍ଷାର ପ୍ରୋଟକଲ ଅନୁଯାୟୀ, ସମଗ୍ର ଦେଶରେ ବିବେକ ଯେଉଁଠାକୁ ବି ଯିବେ, ସେଠାରେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ ।

Advertisment

ଭିଆଇପିଙ୍କୁ ମିଳୁଥିବା ଏହି ସୁରକ୍ଷା ବ୍ୟବସ୍ଥା ଏବେ ବିବେକଙ୍କ ପାଇଁ ଲାଗୁ ହେବ ।   ୮ ସୁରକ୍ଷା କର୍ମୀ ସବୁବେଳେ ବିବେକଙ୍କ ସୁରକ୍ଷା ନିମନ୍ତେ ନିୟୋଜିତ ରହିବେ।  ୩ ସିଫ୍ଟରେ ୩ ପିଏସଓ ବିବେକଙ୍କୁ ସୁରକ୍ଷ ପ୍ରଦାନ କରିବେ। ତାଙ୍କ ଘର ଆଗରେ ୫ ସଶସ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ ହେବେ।

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ “ଦି କାଶ୍ମୀର ଫାଇଲ୍ସ” ଏବେ ବଲିଉଡରେ ଧୁମ୍‌ ମଚାଇଛି।  ଏହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି। ନେତାଠୁ ଆରମ୍ଭ କରି ରାଜନେତା ଏହି ଫିଲ୍ମ ଉପରେ ଦେଉଛନ୍ତି ଭିନ୍ନ ମତ । କିଏ ଏହାକୁ ସପୋର୍ଟ କରୁଥିବା ବେଳେ କିଏ କରୁଛି ବିରୋଧ ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ଏହି ଫିଲ୍ମକୁ ଦେଖି ବିବେକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ରିଲିଜର ୬ ଦିନରେ ଏହି ଫିଲ୍ମ ୮୦ କୋଟି ରୋଜଗାର କରିଥିବା ବେଳେ ବହୁ ରାଜ୍ୟରେ ଏହାକୁ କରମୁକ୍ତ ଘୋଷଣା କରାଯାଇଛି।

ଏହି ଫିଲ୍ମ ଉପରେ ବରିଷ୍ଠ ଅଭିନେତା ନାନା ପାଟେକର କହିଛନ୍ତି, ଭାରତରେ ଉଭୟ ହିନ୍ଦୁ ଓ ମୁସଲିମ୍‌ଙ୍କୁ ପରସ୍ପରଙ୍କ ଆବଶ୍ୟକତା ଅଛି। ସମସ୍ତଙ୍କୁ ଶାନ୍ତିର ସହ ବସବାସ କରିବା ଉଚିତ । ଗୋଟିଏ ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହେବା ଉଚିତ ନୁହେଁ ବୋଲି କହିଛନ୍ତି ନାନା ପାଟେକର। ଏହାକୁ ଆଧାର କରି ସମାଜରେ ଅଶାନ୍ତି, ଅରାଜକତା ସୃଷ୍ଟି ଠିକ୍‌ ନୁହେଁ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe