Advertisment

ରାଷ୍ଟ୍ରପତି ପଦ ଛାଡ଼ିବେ ଭ୍ଲାଦିମିର ପୁଟିନ, ଜାଣନ୍ତୁ କାରଣ

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ବର୍ଷ ଜାନୁଆରୀରେ ପଦ ଛାଡ଼ିବେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମିଡିଆ ରିପୋର୍ଟ ଅନୁଯାୟୀ, ୬୭ ବର୍ଷୀୟ ପୁଟିନ ପାର୍କିନସନ୍ସ ରୋଗରେ ପୀଡ଼ିତ। ଏହି କାରଣରୁ ରାଜନୀତିରୁ ସନ୍ୟାସ ନେବାକୁ ତାଙ୍କ ପରିବାର ଲୋକ ତାଙ୍କୁ ବାରମ୍ବାର ନିବେଦନ କରି ଆସୁଥିଲେ। ପୁଟିନଙ୍କ ୩୭ ବର୍ଷୀୟ ଗର୍ଲଫ୍ରେଣ୍ଡ ଆଲିନା ଓ ଦୁଇ ଝିଅ ତାଙ୍କୁ ବହୁ ଦିନରୁ ପଦ ଛାଡ଼ି ବିଶ୍ରାମ ନେବାକୁ […]

ଅଦ୍ୟତନ ହୋଇଛି
ରାଷ୍ଟ୍ରପତି ପଦ ଛାଡ଼ିବେ ଭ୍ଲାଦିମିର ପୁଟିନ, ଜାଣନ୍ତୁ କାରଣ

h

Advertisment

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ବର୍ଷ ଜାନୁଆରୀରେ ପଦ ଛାଡ଼ିବେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମିଡିଆ ରିପୋର୍ଟ ଅନୁଯାୟୀ, ୬୭ ବର୍ଷୀୟ ପୁଟିନ ପାର୍କିନସନ୍ସ ରୋଗରେ ପୀଡ଼ିତ। ଏହି କାରଣରୁ ରାଜନୀତିରୁ ସନ୍ୟାସ ନେବାକୁ ତାଙ୍କ ପରିବାର ଲୋକ ତାଙ୍କୁ ବାରମ୍ବାର ନିବେଦନ କରି ଆସୁଥିଲେ।

Advertisment

ପୁଟିନଙ୍କ ୩୭ ବର୍ଷୀୟ ଗର୍ଲଫ୍ରେଣ୍ଡ ଆଲିନା ଓ ଦୁଇ ଝିଅ ତାଙ୍କୁ ବହୁ ଦିନରୁ ପଦ ଛାଡ଼ି ବିଶ୍ରାମ ନେବାକୁ କହୁଥିଲେ। ସେମାନଙ୍କ ଅନୁରୋଧ ରକ୍ଷା କରି ପୁଟିନ ଏବେ ଏଭଳି ନିଷ୍ପତ୍ତି ନେଇଥିବା ନ୍ୟୁୟର୍କ ପୋଷ୍ଟ ଖବର ପ୍ରକାଶ କରିଛି।

ଏହି ଖବର କାଗଜକୁ ରୁଷର ରାଜନୀତିକ ସମୀକ୍ଷକ ଭାଲେରି ସୋଲଭେଇ ଏପରି ସୂଚନା ଦେଇଥିବା ଜଣାପଡ଼ିଛି। ସେ କହିଛନ୍ତି, ତାଙ୍କ ପରିବାର ଲୋକଙ୍କ ପାଇଁ ପୁଟିନ ରାଜନୀତି ଛାଡ଼ିବାକୁ ଯାଉଛନ୍ତି। ଜାନୁଆରୀ ମାସରେ ସେ ଏହାକୁ ସାର୍ବଜନୀନ କରି ତାଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା କରିବେ।

Advertisment

ତାଙ୍କ ଶରୀରରେ ପାର୍କିନସନ୍ସ ରୋଗ ରହିଛି। ଏହାର ଲକ୍ଷଣ କିଛି ଦିନ ତଳେ ଦେଖିବାକୁ ମିଳିଥିଲା। ସମୀକ୍ଷକମାନେ ନିକଟରେ ତାଙ୍କର ଭିଡିଓ ଫୁଟେଜକୁ ଭଲ ଭାବେ ଦେଖିଥିଲେ। ଏହି ସମୟରେ ଜଣାପଡ଼ିଥିଲେ ଯେ ତାଙ୍କ ଗୋଡ଼ ଆଦୌ ହଲଚଲ ହେଉନାହିଁ। ଚେୟାରରେ ବସିବା ବେଳେ ସେ କଷ୍ଟ ଅନୁଭବ କରୁଛନ୍ତି। ଏହାବାଦ ସେ ପେନ୍‌ କିମ୍ବା କପ୍‌ ଧରିବା ବେଳେ ତାଙ୍କ ଅଙ୍ଗୁଳି ଗୁଡ଼ିକ ଥରୁଛି। ଏଥିପାଇଁ ସେ ପେନ୍‌ କିଲର ମଧ୍ୟ ନେଉଛନ୍ତି।

ଏବେ ଦେଶ ଚଳାଇବା ତାଙ୍କ ପକ୍ଷରେ ଆଉ ସମ୍ଭବ ହେଉନାହିଁ। ସ୍ଥିତିକୁ ଦେଖି ସେ ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଖୁବଶୀଘ୍ର ଦେଶର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିବେ। ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ପୁଟିନ ନିଜର ଉତ୍ତରାଧିକାରୀ ଭାବେ ବାଛିବେ ବୋଲି ନ୍ୟୁୟର୍କ ପୋଷ୍ଟରେ ଖବର ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ପୁଟିନଙ୍କ ଅବସର ସମ୍ପର୍କିତ ଖବରକୁ ଖଣ୍ଡନ କରାଯାଇଛି।

ପଢ଼ନ୍ତୁ : ଆମେରିକାରେ କଡ଼ା ଟକ୍କର ଜାରି, କୋର୍ଟରେ ନିରାଶ ହେଲେ ଟ୍ରମ୍ପ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe