Advertisment

କେତେ ବର୍ଷ ବ୍ୟବହାର କରିପାରିବେ ଗାଡ଼ି, ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୦୨୨ ପାଇଁ ବଜେଟ୍‌ ଉପସ୍ଥାପନ କରିବା ବେଳେ ବଡ଼ ଘୋଷଣା କରିଛନ୍ତି। ପୁରୁଣା ଓ ଗଡ଼ିବାକୁ ଯୋଗ୍ୟ ନଥିବା ଗାଡ଼ିକୁ ରାସ୍ତାରୁ ହଟାଇବା ପାଇଁ ଭାରତ ସରକାର voluntary vehicle scrapping policy ଆରମ୍ଭ କରିବେ। ଏହାଦ୍ୱାରା ପରିବେଶକୁ ସୁହାଇଲା ଭଳି ଗାଡ଼ି ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ନୀତି ଅନୁସାରେ ଗାଡ଼ି କେତେ ଦିନ ରାସ୍ତାରେ ଗଡ଼ିବ, ତାହା ଏହାର ଫିଟନେଶ ଉପରେ ନିର୍ଭର […]

ଅଦ୍ୟତନ ହୋଇଛି
କେତେ ବର୍ଷ ବ୍ୟବହାର କରିପାରିବେ ଗାଡ଼ି, ଘୋଷଣା କଲେ ଅର୍ଥମନ୍ତ୍ରୀ

d

Advertisment

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୦୨୨ ପାଇଁ ବଜେଟ୍‌ ଉପସ୍ଥାପନ କରିବା ବେଳେ ବଡ଼ ଘୋଷଣା କରିଛନ୍ତି। ପୁରୁଣା ଓ ଗଡ଼ିବାକୁ ଯୋଗ୍ୟ ନଥିବା ଗାଡ଼ିକୁ ରାସ୍ତାରୁ ହଟାଇବା ପାଇଁ ଭାରତ ସରକାର voluntary vehicle scrapping policy ଆରମ୍ଭ କରିବେ।

Advertisment

ଏହାଦ୍ୱାରା ପରିବେଶକୁ ସୁହାଇଲା ଭଳି ଗାଡ଼ି ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ନୀତି ଅନୁସାରେ ଗାଡ଼ି କେତେ ଦିନ ରାସ୍ତାରେ ଗଡ଼ିବ, ତାହା ଏହାର ଫିଟନେଶ ଉପରେ ନିର୍ଭର କରିବ। ତଥାପି ଘରୋଇ ଗାଡ଼ିଗୁଡ଼ିକ ୨୦ ବର୍ଷରୁ ଅଧିକ ଦିନ ରାସ୍ତାରେ ଗଡ଼ି ପାରିବ ନାହିଁ। ୨୦ ବର୍ଷ ପାର କରିଥିବା ଗାଡ଼ି ଗୁଡ଼ିକୁ ପରିବହନ ମନ୍ତ୍ରଣାଳୟ ଅଯୋଗ୍ୟ ଘୋଷଣା କରିବ।

ସେହିପରି କର୍ମସିଆଲ ବା ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗାଡ଼ିଗୁଡ଼ିକ ୧୫ ବର୍ଷ ପରେ ଆଉ ରାସ୍ତାରେ ଚାଲି ପାରିବ ନାହିଁ। ଏସମ୍ପର୍କରେ ବିସ୍ତୃତ ତଥ୍ୟ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଖୁବଶୀଘ୍ର ସାର୍ବଜନୀନ କରାଯିବ।

Advertisment

ଏହି ଯୋଜନା ଦ୍ୱାରା ଗାଡ଼ି ବିକ୍ରି ସଂଖ୍ୟା ବୃଦ୍ଧି ପାଇବ। ବିଭିନ୍ନ ଗାଡ଼ି ତିଆରି କମ୍ପାନୀ ନୂଆ ବ୍ରାଞ୍ଚ ଖୋଲିବାର ସୁଯୋଗ ପାଇବେ ଓ ସେଠାରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ମାରୁତି ସୁଜିକି, ମହିନ୍ଦ୍ରା ଓ ଟାଟା ମୋଟର୍ସ ଭଳି କମ୍ପାନୀ voluntary vehicle scrapping policy କୁ ସ୍ୱାଗତ କରିଛନ୍ତି।

Budget2021 Union Budget 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe