/odisha-reporter/media/post_attachments/uploads/2019/06/q11.jpg)
q11
ହାଇଦ୍ରାବାଦ: ଆପଣଙ୍କୁ ଯଦି ଆପଣଙ୍କ ମନ ପସନ୍ଦର ମଦ ଦୋକାନ୍ରେ ନ ମିଳେ ଆପଣ କ’ଣ କରିବେ? ଆପଣଙ୍କ ସହରରେ ଥିବା ଅନ୍ୟ ସବୁ ଦୋକାନ୍ରେ ପସନ୍ଦର ମଦ ଖୋଜିବେ। ସହରର ସବୁ ଦୋକାନ୍ରେ ଯଦି ସେହି ଫ୍ଲେବର୍ର ମଦ ନ ମିଳେ ଆପଣ କ’ଣ କରିବେ। ଆପଣ ଅନ୍ୟ ସହରକୁ ଯିବେ। ଯଦି ସେଠାରେ ବି ପସନ୍ଦର ମଦ ନ ମିଳେ ତାହାଲେ କ’ଣ କରିବେ?
ଆମେ ହଠାତ୍ କାହିଁ ମଦ ନ ମିଳିବା ବିଷୟରେ କହୁଛୁ। ଆପଣ ଭାବୁଥିବେ କ’ଣ ଆମ ଓଡ଼ିଶାରେ ମଦ ବ୍ୟାନ୍ ହୋଇ ଗଲା କି? ନା ଆଜ୍ଞା, ଏପରି କିଛି ହୋଇନାହିଁ। ପୂରା ଘଟଣା କ’ଣ ଥିଲା ପଢ଼ନ୍ତୁ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର୍ ରାଓଙ୍କୁ ଜଣେ ବ୍ୟକ୍ତି ନିଜର ଏକ ଅଜବ୍ ଇଚ୍ଛା ନେଇ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ, ବଜାର୍ରେ ତାଙ୍କ ପସନ୍ଦର ବିୟର୍ ଉପଲବ୍ଧ ନାହିଁ। ଯେଉଁ ବ୍ୟକ୍ତି ଜଣଙ୍କ ଚିଠି ଲେଖିଛନ୍ତି ତାଙ୍କ ଜିଲ୍ଲାରେ ମନପସନ୍ଦର ବିୟର୍ ବିକ୍ରି ହେଉ ନାହିଁ। ଏଥିପାଇଁ ସେ ବିୟର୍ ବିକ୍ରି କରିବା ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
/odisha-reporter/media/post_attachments/wp-content/uploads/2019/06/q21.jpg)
ନିକଟରେ ଲୋକସଭା ନିର୍ବାଚନ ସରିଛି। ଭୋଟ୍ ଗଣତି ପାଇଁ ବାଲଟ୍ ବକ୍ସ ଖୋଲିଲା ପରେ ନିର୍ବାଚନ ଅଧିକାରୀଙ୍କୁ ଏହି ଚିଠିଟି ମିଳିଥିଲା। ଚିଠିରେ ଲେଖିଥିବା ବ୍ୟକ୍ତି ତାଙ୍କ ନାମ ଲେଖି ନଥିଲେ। କିନ୍ତୁ ସେ ନିଜକୁ ଜାଗ୍ତିଆଲ୍ ଜିଲ୍ଲାବାସୀ ବୋଲି ଲେଖିଥିଲେ। ଚିଠିରେ ସେ ଯାହା ଲେଖିଥିଲେ ନିର୍ବାଚନ ଅଧିକାରୀ ତାହା ପଢ଼ିଲା ପରେ ତାଙ୍କ ହୋସ୍ ଉଡ଼ି ଯାଇଥିଲା।
ସେ ଲେଖିଥିଲେ ଯେ, ନିଜ ଜିଲ୍ଲାରେ ନିଜ ମନପସନ୍ଦର ବିୟର୍ ମିଳୁନାହିଁ। କିନ୍ତୁ ପଡ଼ୋଶୀ ଜିଲ୍ଲାରେ ତାହା ମିଳୁଛି। ତାଙ୍କ ଜିଲ୍ଲାର ଲୋକେ ପାଖ ଜିଲ୍ଲାକୁ ମଦ କିଣିବାକୁ ଯାଉଛନ୍ତି। ନିଜ ଜିଲ୍ଲାରେ ଉକ୍ତ ଫ୍ଲେବର୍ର ମଦ ବିକ୍ରି କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ତେଲେଙ୍ଗାନା ଏପରି ଏକ ପ୍ରଦେଶରେ ସାମିଲ୍ ଯେଉଁଠି ଲୋକେ ବହୁତ ମଦ ପିଅନ୍ତି। ସେଠାରେ ଏପରି ମଧ୍ୟ ଲୋକ ଅଛନ୍ତି ଯେ, ନିଜ ପସନ୍ଦର ମଦ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ମଧ୍ୟ ସଙ୍କୋଚବୋଧ କରନ୍ତି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
