Advertisment

ହାଥରସ ଘଟଣାକୁ ଦଙ୍ଗାରେ ପରିଣତ କରିବା ପାଇଁ ଷଡ଼ଯନ୍ତ୍ର ହେଉଛି କି?

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ଘଟଣାକୁ ନେଇ ଉତ୍ତର ପ୍ରଦେଶରେ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଛି। ଦୁଷ୍କର୍ମ ଘଟଣାକୁ ଜାତି ପ୍ରସଙ୍ଗରେ ଯୋଡ଼ି ଯୋଗୀ ସରକାରଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ଯୋଗୀ ଆଦିତ୍ୟନାଥ ସରକାରକୁ ଅସ୍ଥିର କରିବା ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ହାଥରସର ଚନ୍ଦାପା ପୁଲିସ ଷ୍ଟେସନରେ ୨୦ଟି ବିଭିନ୍ନ ଦଫା ଆଧାରରେ ଏଫଆଇଆର ରୁଜୁ […]

ଅଦ୍ୟତନ ହୋଇଛି
ହାଥରସ ଘଟଣାକୁ ଦଙ୍ଗାରେ ପରିଣତ କରିବା ପାଇଁ ଷଡ଼ଯନ୍ତ୍ର ହେଉଛି କି?

UP_Police on hathras

Advertisment

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ଘଟଣାକୁ ନେଇ ଉତ୍ତର ପ୍ରଦେଶରେ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଛି। ଦୁଷ୍କର୍ମ ଘଟଣାକୁ ଜାତି ପ୍ରସଙ୍ଗରେ ଯୋଡ଼ି ଯୋଗୀ ସରକାରଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ଯୋଗୀ ଆଦିତ୍ୟନାଥ ସରକାରକୁ ଅସ୍ଥିର କରିବା ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ହାଥରସର ଚନ୍ଦାପା ପୁଲିସ ଷ୍ଟେସନରେ ୨୦ଟି ବିଭିନ୍ନ ଦଫା ଆଧାରରେ ଏଫଆଇଆର ରୁଜୁ ହୋଇଛି।

Advertisment

ୟୁପି ପୁଲିସ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆର ଅନୁଯାୟୀ ସେକ୍ସନ୍ ୧୨୦ ବି, ୧୫୩ ଏ, ୧୫୩ ବି, ୧୯୫, ୧୯୫ ଏ, ୪୬୫,୪୬୮, ୪୬୯, ୫୦୧, ୫୦୫ (ବି, ସି, ଟୁ) ଏବଂ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୭ ଅନୁଯାୟୀ ଏହି ଏଫଆଇଆର ଦାଖଲ କରାଯାଇଛି।

ସେହିପରି ଖବର ସରବାରହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ଏକ ୱେବ ପୋର୍ଟାଲ ହଥରସ ମାମଲାରେ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଉଥିବା ଜଣାପଡ଼ିଛି। ଏଥିସହ ଦଙ୍ଗା ସମୟରେ ଏବଂ ଲୁହବୁହା ଗ୍ୟାସ୍ ଗୁଳି ଏବଂ ଗିରଫଦାରୀ ସମୟରେ ସୁରକ୍ଷିତ ରହିବାକୁ ପଦକ୍ଷେପ ନିଆଯିବା ବିଷୟରେ ଲୋକଙ୍କୁ ଏହି ଓ୍ୱେବ ପୋର୍ଟାଲ ସୂଚନା ଦେଉଥିବା ଜଣାପଡ଼ିଛି।

Advertisment

ଖାଲି ୟୁପି ନୁହେଁ ଏହି ୱେବସାଇଟ୍ ଅହମ୍ମଦାବାଦ, କୋଲକାତା, ଦିଲ୍ଲୀ ପରି ଦେଶରେ ବିଭିନ୍ନ ସ୍ଥାନରେ ହଥରସ ମାମଲାକୁ ନେଇ ବିରୋଧ ଏବଂ ପଦଯାତ୍ରା କରିବାକୁ ଲୋକଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।

ସୋଶାଲ ମିଡିଆରେ ହଥରସ ଘଟଣାକୁ ବ୍ୟାପକ କରି ୟୁପି ସରକାର ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ଜଣାପଡ଼ିଛି। ତେବେ ଗୁଇନ୍ଦା ବିଭାଗର ନଜର ପଡ଼ିବା ପରେ ଏହି ୱେବସାଇଟ୍ ଏହାର ସମସ୍ତ କାର୍ଯ୍ୟ ବନ୍ଦ କରିଦେଇଠି। ଏବେ ତଦନ୍ତକାରୀ ସଂସ୍ଥା ସମସ୍ତ ତଥ୍ୟକୁ ଆଧାର କରି ତଦନ୍ତ ଚଳାଇଥିବା ସୂଚନା ରହିଛି।

ୟୁପି ସରକାରୀ ସୂତ୍ରରୁ ଜଣାପଡିଛି ଯେ ୱେବସାଇଟ୍ ଇସଲାମ ଦେଶରୁ ବିପୁଳ ଫଣ୍ଡିଂ ପାଉଥିଲା। ଏବଂ ଆମ୍ନାଷ୍ଟେ ଇଣ୍ଟରନ୍ୟାସନାଲ ସହିତ ଏହାର ଲିଙ୍କ ଥିବା ନେଇ ସନ୍ଦେହ ଘେରରେ ରହିଛି।

ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲାରେ ମୃତ୍ୟୁବରଣ କରିଥିଲେ ୧୯ ବର୍ଷୀୟ ମହିଳା। ଏହି ମାମଲାର ତଦନ୍ତ ପାଇଁ ଯୋଗୀ ସରକାର ସିବିଆଇକୁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ୟୁପି ସରକାର ବର୍ତ୍ତମାନ ବିରୋଧୀ ଦଳ ନେତାଙ୍କ ଟାର୍ଗେଟ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe