Advertisment

ପଶ୍ଚିମବଙ୍ଗରେ ଦିଦି, ତାମିଲନାଡୁରେ ଜୟାଙ୍କ ଆଧିପତ୍ୟ ଜାରି

କୋଲକାତା/ଚେନ୍ନାଇ: ବିଧାନସଭା ନିର୍ବାଚନରେ ପୁଣି ପଶ୍ଚିମବଙ୍ଗରେ ମମତା ବାନାର୍ଜି ଗଡ ବଜାୟ ରଖିଥିବା ବେଳେ ତାମିଲନାଡୁରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଇତିହାସ ରଚିଛନ୍ତି ଜୟଲଳିତା। ପଶ୍ଚିମବଙ୍ଗରେ ପୁଣି ଦିଦିଙ୍କ ରାଜ ଚାଲିବ। ଏଠାରେ ବାମଦଳ ଓ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି। ତେବେ ଯାହା ଆଶା କରାଯାଉଥିଲା ବିଜେପି ପଶ୍ଚିମ ବଙ୍ଗଳାରେ ନିଜ ଛାଡିବାରେ ସଫଳ ହୋଇଛନ୍ତି। ବଙ୍ଗରେ ୨୯୪ ବିଶିଷ୍ଟ ବିଧାନସଭା ଆସନରୁ ତୃଣମୂଳ କଂଗ୍ରେସ ୨୧୧ଟି ଆସନ ହାତେଇଥିବା […]

ପଶ୍ଚିମବଙ୍ଗରେ ଦିଦି, ତାମିଲନାଡୁରେ ଜୟାଙ୍କ ଆଧିପତ୍ୟ ଜାରି

Jayalalithaa-6

Advertisment

tmc-bengal-celebrations-759କୋଲକାତା/ଚେନ୍ନାଇ: ବିଧାନସଭା ନିର୍ବାଚନରେ ପୁଣି ପଶ୍ଚିମବଙ୍ଗରେ ମମତା ବାନାର୍ଜି ଗଡ ବଜାୟ ରଖିଥିବା ବେଳେ ତାମିଲନାଡୁରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଇତିହାସ ରଚିଛନ୍ତି ଜୟଲଳିତା।

Advertisment

ପଶ୍ଚିମବଙ୍ଗରେ ପୁଣି ଦିଦିଙ୍କ ରାଜ ଚାଲିବ। ଏଠାରେ ବାମଦଳ ଓ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି। ତେବେ ଯାହା ଆଶା କରାଯାଉଥିଲା ବିଜେପି ପଶ୍ଚିମ ବଙ୍ଗଳାରେ ନିଜ ଛାଡିବାରେ ସଫଳ ହୋଇଛନ୍ତି। ବଙ୍ଗରେ ୨୯୪ ବିଶିଷ୍ଟ ବିଧାନସଭା ଆସନରୁ ତୃଣମୂଳ କଂଗ୍ରେସ ୨୧୧ଟି ଆସନ ହାତେଇଥିବା ବେଳେ ବାମଦଳ ଓ କଂଗ୍ରେସ ୭୭ଟି ଏବଂ ବିଜେପି ୬ଟି ଆସନ ଜିତିଛି।

୨୦୧୧ ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସ ୧୮୪, କଂଗ୍ରେସ ୪୨ଟି, ସିପିଏମ୍‌ ୪୦ଟି, ଏଆଇଏଫ୍‌ବି ୧୧ଟି, ଆରଏସ୍‌ପି ୭ଟି, ଗୋଜାମ୍‌ ୩ଟି, ସିପିଏମ୍‌ ୨ଟି ଓ ସ୍ୱାଧୀନଭାବେ ୨ଟି ଆସନରେ ବିଜୟୀ ହୋଇଥିଲେ।

Advertisment

ସେହିପରି ତାମିଲନାଡୁରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜୟଲଳିତା କ୍ଷମତାର ଡୋର ଭିଡି ଧରିବାରେ ସଫଳ ହୋଇଛନ୍ତି। ତାମିଲନାଡୁରେ କରୁଣାନିଧିଙ୍କ ଡିଏମ୍‌କେ ଓ ଜୟାଙ୍କ ଏଆଇଡିଏମ୍‌କେ ମଧ୍ୟ କଡ଼ା ଟକ୍କର ହେବ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲରେ ପୂର୍ବାନୁମାନ କରାଯାଇଥିଲା। ସେହିପରି ୧୯୮୯ରୁ ରାଜ୍ୟରେ ପ୍ରତି ୫ ବର୍ଷରେ ସରକାର ବଦଳିବାର ନଜିର ରହିଥିବାରୁ ଆମ୍ମା କ୍ଷମତାରୁ ଯାଇପାରନ୍ତି ବୋଲି ଆକଳନ କରାଯାଉଥିଲା। ତେବେ ରାଜନୈତିକ ସମୀକରଣକୁ ଭୁଲ ପ୍ରମାଣିତ କରି ପୁଣି କ୍ଷମତା ହାସଲ କରିଛନ୍ତି ଆମ୍ମା।

୨୩୨ ବିଶିଷ୍ଟ ତାମିଲନାଡୁ ବିଧାନସଭା ଆସନରେ ଏଆଇଡିଏମ୍‌କେ ୧୩୩ଟି, ଡିଏମ୍‌କେ ୯୮ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ଜିତିଥିବା ବେଳେ ଏଠାରେ ବିଜେପି ଖାତା ଖୋଲିପାରି ନାହିଁ।

୨୦୧୧ ବିଧାନସଭା ନିର୍ବାଚନରେ ଏଆଇଡିଏମ୍‌କେ ୧୫୦ଟି, ଡିଏମ୍‌କେ ୨୩ଟି, ଡିଏମ୍‌ଡିକେ ୨୯ଟି, ସିପିଏମ୍‌ ୧୦ଟି, ସିପିଆଇ ୯ଟି ଓ କଂଗ୍ରେସ ୫ଟି ଓ ଅନ୍ୟାନ୍ୟ ଦଳ ୮ଟି ଆସନ ହାତେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe