/odisha-reporter/media/post_attachments/uploads/2015/05/kolkata-4.jpg)
kolkata
କୋଲକାତା: ପଶ୍ଚିମ ବଙ୍ଗର ସିଲଦାରୁ କ୍ରିଷ୍ଣାନଗରକୁ ଯାଉଥିବା ଏକ ପାସେଞ୍ଜର ଟ୍ରେନରେ ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ବିସ୍ଫୋରଣ ଘଟିବାରୁ ୧୮ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସମସ୍ତ ଆହତଙ୍କୁ କୋଲକାତାର ଆର.ଜି କର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବାରାକପୋର ଷ୍ଟେସନରେ ଅଟକ ରହିଥିବା ଏହି ଟ୍ରେନଟିରେ ପୁଲିସ,ରେଳବାଇ ପୁଲିସ ଓ ସିଆଇଡିର ବମ୍ ସ୍କ୍ୱାଡ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଟ୍ରେନର ୫ ନମ୍ବର ବଗିରେ ଦୁଇଟି ଦୁର୍ବୃତ୍ତ ଦଳ ବୋମା ଫୋପାଡ଼ି ଥିଲେ। ସେହିଭଳି ଟ୍ରେନରେ ବିସ୍ଫୋରକ ନିଆଯାଉଥିବା ଆଶଙ୍କାଙ୍କୁ ବି ପୁଲିସ ସଂପୂର୍ଣ୍ଣ ଭାବେ ଏଡ଼ାଇ ଯାଇନାହିଁ। ଏ ଦିଗ ଉପରେ ବି ତଦନ୍ତ ଚାଲିଛି। ଅନ୍ୟପକ୍ଷରେ କେତେ ଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିସ୍ଫୋରଣ ପରେ ଟ୍ରେନରୁ ଜଣେ ବ୍ୟକ୍ତି ଓହ୍ଲାଇଥିଲେ ଓ ତା’ ହାତରେ ଏକ ଅସ୍ତ୍ର ଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
