Advertisment

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ କ’ଣ କହିଲେ ବାଇଡେନ

ୱାଶିଂଟନ: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ। ୭୮ ବର୍ଷୀୟ ବାଇଡେନ ହେଉଛନ୍ତି ଆମେରିକା ସବୁଠାରୁ ବୟସ୍କ ରାଷ୍ଟ୍ରପତି। ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବା ପରେ ଦେଶବାସୀଙ୍କୁ ପ୍ରଥମଥର ପାଇଁ ସମ୍ବୋଧନ କରିଛନ୍ତି। ବାଇଡେନଙ୍କ ପ୍ରଥମ ଭାଷଣଙ୍କୁ ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀ ଲେଖିଛନ୍ତି। ଏଥିରେ ଏକତା ଓ ସୌହାର୍ଦ୍ଦ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବାଇଡେନ କହିଛନ୍ତି, ଆଜି ଆମେରିକାର ଦିନ। ଆଜି ଗଣତନ୍ତ୍ରର ବିଜୟ ହୋଇଛି। […]

author-image
Hemant Lenka
ରାଷ୍ଟ୍ରପତି ଭାବେ ଶପଥ ନେବା ପରେ କ’ଣ କହିଲେ ବାଇଡେନ

fug

ୱାଶିଂଟନ: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ। ୭୮ ବର୍ଷୀୟ ବାଇଡେନ ହେଉଛନ୍ତି ଆମେରିକା ସବୁଠାରୁ ବୟସ୍କ ରାଷ୍ଟ୍ରପତି। ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବା ପରେ ଦେଶବାସୀଙ୍କୁ ପ୍ରଥମଥର ପାଇଁ ସମ୍ବୋଧନ କରିଛନ୍ତି। ବାଇଡେନଙ୍କ ପ୍ରଥମ ଭାଷଣଙ୍କୁ ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀ ଲେଖିଛନ୍ତି। ଏଥିରେ ଏକତା ଓ ସୌହାର୍ଦ୍ଦ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Advertisment

ବାଇଡେନ କହିଛନ୍ତି, ଆଜି ଆମେରିକାର ଦିନ। ଆଜି ଗଣତନ୍ତ୍ରର ବିଜୟ ହୋଇଛି। ଆମେରିକାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଆଜି ନୂଆ ଆଶା ଓ ଇତିହାସର ଦିନ। ଗଣତନ୍ତ୍ରକୁ ଆହୁରି ମଜଭୁତ୍ କରିବା ପାଇଁ ଆମେ ସବୁ ଏକାଠି ରହିଛୁ ଓ ଆଗକୁ ମଧ୍ୟ ରହିବା। ଆମେ ସମସ୍ତେ ମିଳିତ ଭାବେ ହିଂସା ରାଜନୀତି ବିରୋଧରେ ଲଢ଼ିବା। ମୁଁ ସମଗ୍ର ଆମେରିକାର ରାଷ୍ଟ୍ରପତି। ଦେଶର ଏକତା ପ୍ରତି ମୁଁ ପ୍ରତିଶ୍ରୁତିବଦ୍ଧ। ବର୍ଣ୍ଣବୈଷମ୍ୟ ଏକ ବଡ଼ ସମସ୍ୟା। ଏହା ବିରୋଧରେ ଆମେ ଏକାଠି ଲଢ଼ିବା। ବର୍ଣ୍ଣବୈଷମ୍ୟର ଶିକାର ହେଉଥିବା ଲୋକଙ୍କୁ ଉଚିତ ନ୍ୟାୟ ଦେବାକୁ ହେବ।

ଆମେ ଏକାଠି ଆମେରିକାର ଇତିହାସ ଲେଖିବା। ଏଥିରେ ଆଶା ଥିବ କିନ୍ତୁ ଭୟ ନଥିବ। ଏଥିରେ ଏକତା ଥିବ କିନ୍ତୁ ବିଭେଦତା ନଥିବ। ଏଥିରେ ଆଲୋକ ଥିବ କିନ୍ତୁ ଅନ୍ଧାର ନଥିବ। ଦେଶରେ କରୋନା ଏକ ବଡ଼ ସଙ୍କଟ ହୋଇ ଉଭା ହୋଇଛି। ଏଥିରେ ଲକ୍ଷାଧିକ ଲୋକ ମରିଛନ୍ତି। ତେଣୁ ଆମକୁ ମିଶି କାମ କରିବାକୁ ପଡ଼ିବ ଓ ପୂର୍ବ ତୁଳନାରେ ଆମେରିକା ଅଧିକ ମଜଭୁତ ହେବ। ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ। ଗତକାଲି ନୁହେଁ, ଆଜି ଓ ଆସନ୍ତାକାଲିର ଆହ୍ୱାନକୁ ଗ୍ରହଣ କରି ଆଗକୁ ବଢ଼ିବା।

Advertisment

ଆମେରିକା ସେନା ସଶକ୍ତ। ସବୁ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ। ଗଣତନ୍ତ୍ର ଓ ଆମେରିକାର ସୁରକ୍ଷା ପାଇଁ ମୁଁ ପ୍ରତିଶ୍ରୁତି ଦେଉଛି ବୋଲି ବାଇଡେନ କହିଛନ୍ତି।