/odisha-reporter/media/post_attachments/uploads/2018/09/lgbt7.jpg)
lgbt7
ନୂଆଦିଲ୍ଲୀ: ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଥିବା ଧାରା ୩୭୭କୁ ଆଜି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅବୈଧ ବୋଲି କହିଛନ୍ତି।
Advertisment
ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏଏମ୍ ଖାନ୍ୱିଲକର, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଓ ଜଷ୍ଟିସ୍ ଆର୍ ଏଫ୍ ନରିମନ୍ଙ୍କ ସାମ୍ବିଧାନିକ ବେଞ୍ଚ୍ ଏହି ଐତିହାସିକ ରୁଲିଂ ଦେଇଛନ୍ତି।
/odisha-reporter/media/post_attachments/wp-content/uploads/2018/09/lgbt-2.jpg)
ଏହି ରୁଲିଂ ପରେ ସମଗ୍ର ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଏଲଜିବିଟି ସଂପ୍ରଦାୟ ବିଭିନ୍ନ ସ୍ଥାନରେ କେକ୍ କାଟି ଏହି ରାୟକୁ ସ୍ୱାଗତ କରିଛନ୍ତି।
ପ୍ରଥମେ ରୁଲିଂ ଶୁଣାଇ ଜଷ୍ଟିସ୍ ମିଶ୍ର ଓ ଜଷ୍ଟିସ୍ ଖାନ୍ୱିଲକର କହିଥିଲେ, ସହମତି ଭିତ୍ତିରେ ସମଲିଙ୍ଗୀଙ୍କ ମଧ୍ୟରେ ଗୁପ୍ତ ଭାବେ ଘଟୁଥିବା ଯୌନ ସମ୍ପର୍କକୁ କେବେ ହେଲେ ଧାରା ୩୭୭ ମଧ୍ୟରେ ଆସି ପାରିବ ନାହିଁ। ଏହା କେବେ ହେଲେ ଅପରାଧ ନୁହେଁ।
/odisha-reporter/media/post_attachments/wp-content/uploads/2018/09/lgbt1.jpg)
-ଧାରା ୩୭୭ ଏଲଜିବିଟି ସଂପ୍ରଦାୟର ଅଧିକାରକୁ କ୍ଷୁଣ୍ଣ କରୁଥିବାରୁ ଏହା ଅଯୌକ୍ତିକ, ସ୍ୱେଚ୍ଛାଚାରୀ ଓ ଅବୋଧଗମ୍ୟ ।
-ଆମ ସମ୍ବିଧାନ ଅନୁଯାୟୀ ମତଭେଦ ହେଉଛି ସମାଜର ସୁରକ୍ଷା ଭାଲବ। ଏହା କାହା ଉପରେ କୌଣସି କଟକଣା ଲଗାଇନାହିଁ। ଆମେ ଇତିହାସକୁ ବଦଳାଇ ପାରିବା ନାହିଁ। କିନ୍ତୁ ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିପାରିବା।
-ଏଲଜିବିଟି ସଂପ୍ରଦାୟଙ୍କ ପାଇଁ ଆଜି ଯେଉଁ ରାୟ ପ୍ରକାଶ ପାଇଛି, ତାକୁ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ପ୍ରଚାର ପ୍ରସାର ଦ୍ୱାରା ସମାଜର କୋଣ ଅନୁକୋଣରେ ପହଞ୍ଚାଇବା ଦରକାର।
/odisha-reporter/media/post_attachments/wp-content/uploads/2018/09/lgbt3.jpg)
-ସମଲିଙ୍ଗୀ ଯୌନ ସମ୍ପର୍କ ଏକ ମାନସିକ ରୋଗ ନୁହେଁ। ଏକଥା ସଂସଦ ଭଲ ଭାବେ ବୁଝିବା ଦରକାର।
-ସମାଜର ଅନ୍ୟ ଲୋକଙ୍କ ଭଳି ଏଲଜିବିଟି ସଂପ୍ରଦାୟର ଲୋକମାନଙ୍କର ମଧ୍ୟ ସମାନ ଅଧିକାର ରହିଛି।
-ତେବେ ଅନ୍ୟ କୌଣସି ପ୍ରକାରର ପଶୁପକ୍ଷୀଙ୍କ ସହ ଯୌନ ସମ୍ପର୍କ ପୂର୍ବଭଳି ଧାରା ୩୭୭ ଅଧୀନରେ ଅପରାଧ ବୋଲି ବିବେଚନା କରାଯିବ।
-ଧାରା ୩୭୭ରେ ଏଲଜିବି ସଂପ୍ରଦାୟଙ୍କୁ ଦଣ୍ଡ ଦିଆଯାଉଥିବାରୁ, ଏହା ସେମାନଙ୍କୁ ତୁଚ୍ଛ କରି ରଖିଛି। ଏଥିସହ ସେମାନଙ୍କ ପରିଚୟକୁ ଧ୍ୱଂସ କରିବା ସହ ସେମାନଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଉଛି।
/odisha-reporter/media/post_attachments/wp-content/uploads/2018/09/lgbt-4.jpg)
-ସମାଜରେ ଥିବା ଶୋଷିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇବା ପାଇଁ କୋର୍ଟ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଆଗକୁ ଆସିବା ଦରକାର। ସମୟ ଅନୁସାରେ ପ୍ରଚଳିତ ଆଇନ୍ରେ ସଂଶୋଧନ ମଧ୍ୟ କରାଯିବା ଉଚିତ।
-ସମାଜରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସୁରକ୍ଷା କରିବା କୋର୍ଟଙ୍କ ଧର୍ମ। ତେଣୁ ଏଥିରୁ ଏଲ୍ଜିବିଟି ସଂପ୍ରଦାୟର ଲୋକମାନେ କେମିତି ବାଦ ପଡ଼ିବେ? ଯୌନ ସମ୍ପର୍କ ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ଏହାକୁ ଲୋକମାନେ ନିୟନ୍ତ୍ରଣ କରିପାରିବେ ନାହିଁ।
/odisha-reporter/media/post_attachments/wp-content/uploads/2018/09/lgbt5.jpg)
-କୌଣସି ଜଣେ ବ୍ୟକ୍ତିଙ୍କ ମଧ୍ୟ ସାମାଜିକ ଅଧିକାର କ୍ଷୁଣ୍ଣ ହେବା ଠିକ୍ ନୁହେଁ।
-ଗୁପ୍ତ ଭାବରେ ଏବଂ ସହମତି ଭିତ୍ତିରେ ଦୁଇ ଜଣ ପ୍ରାପ୍ତ ବୟସ୍କ ସମଲିଙ୍ଗୀଙ୍କ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନ ହେଲେ,ଏଥିରେ ଅସୁବିଧା କିଛି ନାହିଁ। ଏହା ବ୍ୟକ୍ତିଙ୍କ ନିଜସ୍ୱ ପସନ୍ଦ।
-ଏହା ଏକ ବ୍ରିଟିଶ ନିୟମ ଏବଂ ସ୍ୱାଧୀନତା ପରେ ଏହି ନିୟମ ଆଇନ୍ ବହିରେ ସ୍ଥାନ ପାଇଥିଲା।
/odisha-reporter/media/post_attachments/wp-content/uploads/2018/09/lgbt6.jpg)
-ଇତିହାସ ଏଲ୍ଜିବିଟି ସଂପ୍ରଦାୟ ସହ ଯେଉଁ ଭଳି ବ୍ୟବହାର କରିଛି, ସେଥିପାଇଁ ସମଗ୍ର ସମାଜ ଏହି ସଂପ୍ରଦାୟକୁ କ୍ଷମା ମାଗିବା ଦରକାର।
- ଜଷ୍ଟିସ୍ ଦୀପକ ମିଶ୍ର କହିଛନ୍ତି, ମୁଁ ଯେମିତି, ମୁଁ ସେମିତି ରହିବି ଏବଂ ମୋତେ ସମସ୍ତେ ସେହିଭଳି ଗ୍ରହଣ କରିବା ଦରକାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
