Advertisment

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସୃଷ୍ଟି କରିଥିଲେ ନୂଆ ରେକର୍ଡ

ନୂଆଦିଲ୍ଲୀ: କୁହାଯାଏ ଶବ୍ଦର ମୂଲ୍ୟ ସବୁଠାରୁ ଅଧିକ। ବଜେଟ ବେଳେ ଅର୍ଥମନ୍ତ୍ରୀମାନଙ୍କୁ ମୁହଁରୁ କ’ଣ ସବୁ ଶବ୍ଦ ବାହାରୁଛି, ତା’କୁ ସାରା ଦେଶ ଚାତକ ଭଳି ଅନେକ ବସିଥାଆନ୍ତି। ଏଥିପାଇଁ ବଜେଟ ଘୋଷଣା ବେଳେ ଅର୍ଥମନ୍ତ୍ରୀ ମାନେ ଦୀର୍ଘ ସମୟ ଧରି ଭାଷଣ ଦେଇଥାଆନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ସ୍ୱାଧୀନ ଭାରତରେ ସବୁଠାରୁ ଲମ୍ବା ସମୟ ଧରି ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଥିବା ଅର୍ଥମନ୍ତ୍ରୀଙ୍କ ନାଁ କ’ଣ? ଯଦି ନା, ତା’ହେଲେ ଆଜି ଆମେ […]

author-image
Hemant Lenka
ଅଦ୍ୟତନ ହୋଇଛି
ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସୃଷ୍ଟି କରିଥିଲେ ନୂଆ ରେକର୍ଡ

f

ନୂଆଦିଲ୍ଲୀ: କୁହାଯାଏ ଶବ୍ଦର ମୂଲ୍ୟ ସବୁଠାରୁ ଅଧିକ। ବଜେଟ ବେଳେ ଅର୍ଥମନ୍ତ୍ରୀମାନଙ୍କୁ ମୁହଁରୁ କ’ଣ ସବୁ ଶବ୍ଦ ବାହାରୁଛି, ତା’କୁ ସାରା ଦେଶ ଚାତକ ଭଳି ଅନେକ ବସିଥାଆନ୍ତି। ଏଥିପାଇଁ ବଜେଟ ଘୋଷଣା ବେଳେ ଅର୍ଥମନ୍ତ୍ରୀ ମାନେ ଦୀର୍ଘ ସମୟ ଧରି ଭାଷଣ ଦେଇଥାଆନ୍ତି।

Advertisment

କିନ୍ତୁ ଆପଣମାନେ ଜାଣିଛନ୍ତି କି ସ୍ୱାଧୀନ ଭାରତରେ ସବୁଠାରୁ ଲମ୍ବା ସମୟ ଧରି ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଥିବା ଅର୍ଥମନ୍ତ୍ରୀଙ୍କ ନାଁ କ’ଣ? ଯଦି ନା, ତା’ହେଲେ ଆଜି ଆମେ ଆପଣଙ୍କୁ ଏ ବିଷୟରେ ଜଣାଇବୁ।

ବଜେଟ୍ ଘୋଷଣା ସମୟରେ ସାଧାରଣତଃ ଭାଷଣ ଦେବାର ସମୟ ପାଖାପାଖି ୧ ଘଣ୍ଟା ରହିଥାଏ। କିନ୍ତୁ ୧୯୯୧ ମସିହାରେ ମନମୋହନ ସିଂହ ସବୁଠାରୁ ଲମ୍ୱା ଭାଷଣ ୧୮ ହଜାର ୬୫୦ ଶବ୍ଦରେ ଦେଇଥିଲେ। ଏହାପରେ ଅରୁଣ ଜେଟଲୀ ୨୦୧୮ରେ ୧୮ ହଜାର ୬୦୪ ଶବ୍ଦରେ ଭାଷଣ ଦେଇଥିଲେ। ତେବେ ବଜେଟ୍ ଉପସ୍ଥାପନାରେ ସବୁଠାରୁ ଛୋଟ ଭାଷଣ ୧୯୭୭ ମସିହାରେ ଅର୍ଥ ମନ୍ତ୍ରୀ ହିରୁଭାଇ ଏମ ଟେଲ୍ ଦେଇଥିଲେ। ତାଙ୍କ ଭାଷଣର ଶବ୍ଦ ସଂଖ୍ୟା ଥିଲା ୮୦୦।

Advertisment

ହେଲେ ବଜେଟ ଭାଷଣ ସବୁଠାରୁ ଅଧିକ ସମୟ ଦେବାର ରେକର୍ଡ ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରହିଛି। ସେ ୨୦୨୦ ଫେବୃଆରୀ ୧ରେ ୨୦୨୦-୨୦୨୧ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବା ବେଳେ ପ୍ରାୟ ୧୬୦ ମିନିଟ୍‌ ବା ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଆଉ କିଛି ତଥ୍ୟ ଘୋଷଣା କରିବା ପୂର୍ବରୁ ସେ ଅଧାରୁ ଏହାକୁ ବନ୍ଦ କରିଦେଇଥିଲେ।

ଏଯାଏ କୌଣସି ଅର୍ଥମନ୍ତ୍ରୀ ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍‌ ଧରି କେବେ ବି ବଜେଟ ଉପରେ ଭାଷଣ ଦେଇ ନଥିଲେ। ହେଲେ ଦୀର୍ଘ ସମୟ ଧରି ବଜେଟରେ ଥିବା ତଥ୍ୟକୁ ଉପସ୍ଥାପନ କରି ନିର୍ମଳା ରେକର୍ଡ କରିଛନ୍ତି। ବଜେଟ ବହି ସରିବାକୁ ଆଉ ୨ ପୃଷ୍ଠା ବାକି ଥିବା ବେଳେ ସୀତାରମଣ କ୍ଲାନ୍ତ ଅନୁଭବ କରିଥିଲେ। ତାଙ୍କ ମୁଣ୍ଡରୁ ମଧ୍ୟ ଝାଳ ବୋହିବା ଆରମ୍ଭ ହୋଇଥିଲା। ଏଥିପାଇଁ ସେ ବାଚସ୍ପତି ଓମ ବିର୍ଲାଙ୍କ କହିଥିଲେ ଯେ “ସାର୍‌ ଆଉ ମାତ୍ର ଦୁଇ ପୃଷ୍ଠା ବାକି ରହିଛି। ହେଲେ ମୁଁ ଭାବୁଛି ଏହି ଦୁଇ ପୃଷ୍ଠା ପଢ଼ିପାରିବି ନାହିଁ।”

ଏହି ସମୟରେ ତାଙ୍କ ପାଖକୁ ଏକାଧିକ ଦଳୀୟ ସାଂସଦ ଚାଲି ଆସିଥିଲେ। ତାଙ୍କୁ ଚକଲେଟ ଖାଇବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନିର୍ମଳାଙ୍କୁ ଆଗକୁ ନ ପଢ଼ିବାକୁ ଅଙ୍ଗୁଳି ଦେଖାଇ ଇଙ୍ଗିତ କରିଥିଲେ। ଶେଷରେ ସେ ଅଧାରୁ ନିଜର ବଜେଟ ଅବିଭାଷଣ ବନ୍ଦ କରିଥିଲେ।

୨୦୧୯ ଜୁଲାଇ ମାସରେ ନିର୍ମଳା ଅନ୍ତରୀଣ ବଜେଟ ଉପସ୍ଥାପନ କରିବା ବେଳେ ୧୩୭ ମିନିଟ୍‌ ବା ୨ ଘଣ୍ଟା ୧୭ ମିନିଟ୍‌ ଧରି ଭାଷଣ ଦେଇଥିଲେ। ଏପରି କରି ସେ ୨୦୦୩ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ନାଁରେ ଥିବା ସବୁଠାରୁ ଲମ୍ବା ବଜେଟ ଘୋଷଣାର ସମୟକୁ ଭାଙ୍ଗିଥିଲେ। ଯଶବନ୍ତ ସିହ୍ନା ୧୩୩ ମିନିଟ୍‌ ବା ୨ଘଣ୍ଟା ୧୩ ମିନିଟ୍‌ ଧରି ଦେଶର ବଜେଟ ଉପସ୍ଥାପନ କରିଥିଲେ।

୧୯୮୨ ମସିହାରେ ପ୍ରଣବ ମୁଖାର୍ଜୀ ଉପସ୍ଥାପନ କରିଥିବା ବଜେଟ୍‌ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ରହିଥିଲା। ସେ ୯୫ ମିନିଟ୍‌ କାଳ ବଜେଟ ଉପସ୍ଥାପନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଧି କହିଥିଲେ ଯେ ଭାରତୀୟ ଇତିହାସରେ କମ୍‌ ଉଚ୍ଚତା ଥିବା ଅର୍ଥମନ୍ତ୍ରୀ ସବୁଠାରୁ ଲମ୍ବା ସମୟ ଧରି ଭାଷଣ ଦେଇଛନ୍ତି।

Budget2021