Advertisment

ଭାରତର କରୋନା ବିରୋଧୀ ଲଢ଼େଇରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଖୁସ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଭାରତରେ ଯେଉଁ ଭଳି ପ୍ରସ୍ତୁତି ଓ ଲଢ଼େଇ କରାଯାଉଛି, ତା’କୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଖୁସି ବ୍ୟକ୍ତ କରିଛି। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଏକାଧିକ ସତର୍କତା ନୀତି ଅବଲମ୍ବନ କରିଛନ୍ତି। ବିଶ୍ୱର କୌଣସି ରାଷ୍ଟ୍ରରେ ଏଭଳି ସତର୍କତା ପାଳନ କରାଯାଉ ନଥିବା ଭାରତରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ହେଙ୍କ ବେକେଡାମ ପରୋକ୍ଷରେ ସ୍ୱୀକାର ମଧ୍ୟ […]

ଭାରତର କରୋନା ବିରୋଧୀ ଲଢ଼େଇରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଖୁସ

e

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଭାରତରେ ଯେଉଁ ଭଳି ପ୍ରସ୍ତୁତି ଓ ଲଢ଼େଇ କରାଯାଉଛି, ତା’କୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଖୁସି ବ୍ୟକ୍ତ କରିଛି। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଏକାଧିକ ସତର୍କତା ନୀତି ଅବଲମ୍ବନ କରିଛନ୍ତି।

Advertisment

ବିଶ୍ୱର କୌଣସି ରାଷ୍ଟ୍ରରେ ଏଭଳି ସତର୍କତା ପାଳନ କରାଯାଉ ନଥିବା ଭାରତରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ହେଙ୍କ ବେକେଡାମ ପରୋକ୍ଷରେ ସ୍ୱୀକାର ମଧ୍ୟ କରିଛନ୍ତି। ଆଜି ବେକେଡାମ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ଅଧିକାରୀଙ୍କ ସହ ବୈଠକ କରିଥିଲେ।

ବୈଠକ ପରେ ସେ କହିଛନ୍ତି, “କୋଭିଡ୍-୧୯କୁ ରୋକିବା ପାଇଁ ଭାରତ ସରକାରଙ୍କ ଟପ୍‌ ଲେଭଲରୁ ହିଁ ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଅଫିସ ସ୍ୱତନ୍ତ୍ର ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହା ନିହାତି ଖୁବ ଭଲ କଥା।

Advertisment

ଏହି କାରଣ ପାଇଁ କରୋନା ମୁକାବିଲା କ୍ଷେତ୍ରରେ ଭାରତ ଆଗରେ ରହିଛି। ମୁଁ ବହୁତ ଖୁସି ଯେ ସମସ୍ତେ ଆକ୍ସନ ମୋଡରେ ରହି କାର୍ଯ୍ୟ କରୁଛନ୍ତି। ଭାରତରେ ରିସର୍ଚ୍ଚ କରିବା ପାଇଁ ଆମ ପାଖରେ ବହୁତ ସୁଯୋଗ ରହିଛି। ବିଶେଷ କରି ଆଇସିଏମଆର ଓ ହେଲଥ ଡିର୍ପାଟେମଣ୍ଟରେ ରିସର୍ଚ୍ଚର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏମାନେ ଭାଇସରକୁ ଆଇସୋଲେଟ କରିବାକୁ ସକ୍ଷମ ହୋଇଛନ୍ତି ଏବଂ ଭାରତ ରିସର୍ଚ୍ଚ କମ୍ୟୁନିଟିର ଏକ ଅଂଶ ହୋଇ ପାରିଛି।” ଗତ ସପ୍ତାହରେ ମଣିଷ ଶରୀରରୁ ଭାଇରସକୁ ଆଇସୋଲେସନ କରିବାରେ ଆଇସିଏମଆର ସକ୍ଷମ ହୋଇଥିବା ଘୋଷଣା କରିଥିଲା। ଏଥିସହ ଏହାର ପ୍ରତିକାର ପାଇଁ ସମସ୍ତ ପ୍ରକାରର ବୈଜ୍ଞନିକ ପଦ୍ଧତି ମଧ୍ୟ ଆପଣା ଯାଉଥିବା ଆଇସିଏମଆର କହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe