Advertisment

ମୋଦି, ରାହୁଲ୍, କେଜ୍ରିଓ୍ୱାଲଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଆସନ ପାଇଁ କିଏ ଲୋକଙ୍କ ପସନ୍ଦ?

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ମୋଦି ସରକାର ବ୍ୟାକଫୁଟରେ ଥିବା ବେଳେ ସି-ଭୋଟର ଏବଂ ଏବିପି ନ୍ୟୁଜର ଏକ ସର୍ଭେ ରିପୋର୍ଟ ଆସିଛି। ଯେଉଁଥିରେ ଦେଶବାସୀଙ୍କ ମୁଡ ଜାଣିବାକୁ ଚେଷ୍ଟା କରାଯାଇଛି। ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ସବୁଠୁ ବଡ଼ ଦାବିଦାର ବୋଲି ଲୋକଙ୍କ ମତ ନିଆଯାଇଛି। ଯେଉଁଥିରେ ନରେନ୍ଦ୍ର ମୋଦି, ରାହୁଲ୍ ଗାନ୍ଧୀ, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ୱାଲ, ସୁଶ୍ରୀ ମାୟାବତୀ, ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟାନ୍ୟ ନେତାକୁ ନେଇ ସର୍ଭେ ହୋଇଛି। ଯେଉଁଥିରେ ନରେନ୍ଦ୍ର […]

ଅଦ୍ୟତନ ହୋଇଛି
ମୋଦି, ରାହୁଲ୍, କେଜ୍ରିଓ୍ୱାଲଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଆସନ ପାଇଁ କିଏ ଲୋକଙ୍କ ପସନ୍ଦ?

modi-rahul-kejriwal

Advertisment

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ମୋଦି ସରକାର ବ୍ୟାକଫୁଟରେ ଥିବା ବେଳେ ସି-ଭୋଟର ଏବଂ ଏବିପି ନ୍ୟୁଜର ଏକ ସର୍ଭେ ରିପୋର୍ଟ ଆସିଛି। ଯେଉଁଥିରେ ଦେଶବାସୀଙ୍କ ମୁଡ ଜାଣିବାକୁ ଚେଷ୍ଟା କରାଯାଇଛି। ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ସବୁଠୁ ବଡ଼ ଦାବିଦାର ବୋଲି ଲୋକଙ୍କ ମତ ନିଆଯାଇଛି। ଯେଉଁଥିରେ ନରେନ୍ଦ୍ର ମୋଦି, ରାହୁଲ୍ ଗାନ୍ଧୀ, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ୱାଲ, ସୁଶ୍ରୀ ମାୟାବତୀ, ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟାନ୍ୟ ନେତାକୁ ନେଇ ସର୍ଭେ ହୋଇଛି।

Advertisment

ଯେଉଁଥିରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ୫୫ ପ୍ରତିଶତ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କୁ ୧୧ ପ୍ରତିଶତ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧ ପ୍ରତିଶତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ୫ ପ୍ରତିଶତ, ବିଏସପି ସୁପ୍ରିମୋ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାବତୀଙ୍କୁ ୧ ପ୍ରତିଶତ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ୧ ପ୍ରତିଶତ ଏବଂ ଅନ୍ୟାନ୍ୟ ନେତାଙ୍କୁ ୧୨ ପ୍ରତିଶତ ସମର୍ଥନ କରିଛନ୍ତି।

ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କାମକୁ ନେଇ ଲୋକେ କେତେ ସନ୍ତୁଷ୍ଟ ବୋଲି ସର୍ଭେ ହୋଇଥିଲା। ଯେଉଁଥିରେ ୩୮ ପ୍ରତିଶତ ଲୋକ ସୋନିଆଙ୍କ କାମରେ ସନ୍ତୁଷ୍ଟ ଥିବା ବେଳେ ୪୪ ପ୍ରତିଶତ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ୧୮ ପ୍ରତିଶତ ଲୋକ ସୋନିଆଙ୍କ କାମ ଉପରେ କୌଣସି ମତାମତ ରଖିନାହାନ୍ତି।

Advertisment

ଅଧିକ ପଢ଼ନ୍ତୁ : ନିଆରା ମଣିଷ ପ୍ରଦୀପ୍ତ; ବୁଝିପାରନ୍ତି ନିରୀହ ପଶୁଙ୍କ ପେଟ କଥା 

ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ଜଡିତ ଅଛନ୍ତି। ଗତ ୧୨ ସପ୍ତାହ ମଧ୍ୟରେ ସର୍ଭେ ପ୍ରଶ୍ନର ଉତ୍ତର ନିଆଯାଇଛି।

Odia News PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe