Advertisment

‘କରୋନା ଟିକାରେ ବିଷ ମିଶାଇବା ପାଇଁ ଲାଞ୍ଚ ଦେଉଛି WHO’

ମାଡାଗାସ୍କର: ରୁଷିଆ ଓ ବ୍ରିଟେନରେ କରୋନା ଟିକାର ପ୍ରୟୋଗ ଆରମ୍ଭ ହୋଇଯାଇଛି। ନୂଆ ବର୍ଷ ବେଳକୁ ଭାରତ ସମେତ ଅନ୍ୟାନ୍ୟ ଦେଶରେ ଟିକା ପ୍ରୟୋଗ ହେବାର ସମ୍ଭାବନା ରହିଛି। ତେବେ ଏହା ପୂର୍ବରୁ ମାଡାଗାସ୍କରର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଇଲିନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଟିକାରେ ଅଳ୍ପ ପରିମାଣର ବିଷ ମିଶାଇବାକୁ WHO ତାଙ୍କୁ ଲାଞ୍ଚ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ୨୦,୦୦୦,୦୦୦ ଡଲାର ଲାଞ୍ଚ ତାଙ୍କୁ ଯାଚୁଥିବା ରାଜୋଇଲିନା […]

ଅଦ୍ୟତନ ହୋଇଛି
ଚାଇନା ଯାଇଥିବା WHO ଟିମ୍ କହିଲା କିଭଳି କରୋନା ସଂକ୍ରମିତ ହୋଇଛି

who

Advertisment

ମାଡାଗାସ୍କର: ରୁଷିଆ ଓ ବ୍ରିଟେନରେ କରୋନା ଟିକାର ପ୍ରୟୋଗ ଆରମ୍ଭ ହୋଇଯାଇଛି। ନୂଆ ବର୍ଷ ବେଳକୁ ଭାରତ ସମେତ ଅନ୍ୟାନ୍ୟ ଦେଶରେ ଟିକା ପ୍ରୟୋଗ ହେବାର ସମ୍ଭାବନା ରହିଛି। ତେବେ ଏହା ପୂର୍ବରୁ ମାଡାଗାସ୍କରର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଇଲିନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

Advertisment

ଟିକାରେ ଅଳ୍ପ ପରିମାଣର ବିଷ ମିଶାଇବାକୁ WHO ତାଙ୍କୁ ଲାଞ୍ଚ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ୨୦,୦୦୦,୦୦୦ ଡଲାର ଲାଞ୍ଚ ତାଙ୍କୁ ଯାଚୁଥିବା ରାଜୋଇଲିନା ଅଭିଯୋଗ ଆଣିଛନ୍ତି। ୟୁରୋପ ତାଙ୍କ ରିମେଡି ବା ଟିକାକୁ ହ୍ୟାକ କରିଥିବା WHO ତାଙ୍କୁ କହିଛି ବୋଲି ସେ କହିଛନ୍ତି।

୧୫.୫.୨୦୨୦ରେ obrempongnana.wordpress.comରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାଜୋଇଲିନା କହିଛନ୍ତି ଯେ ଲୋକମାନେ ସତର୍କ ରହିବା ଦରକାର। ଭରସା କରି WHOରେ ତାଙ୍କ ଦେଶ ଯୋଗ ଦେଇଛି। ହେଲେ WHO ଏବେ ତାଙ୍କୁ ସହଯୋଗ କରୁନି ବୋଲି ରାଜୋଇଲିନା କହିଛନ୍ତି।

Advertisment

ମାଡାଗାସ୍କର କରୋନା ଭାଇରସର ଟିକା ପାଇସାରିଛି। ହେଲେ ତାଙ୍କ ଦେଶର ଆଫ୍ରିକୀୟ ବନ୍ଧୁଙ୍କୁ ହତ୍ୟା କରିବା ପାଇଁ ୟୁରୋପୀୟମାନେ ୨୦,୦୦୦,୦୦୦ ଡଲାରର ଲାଞ୍ଚ ପ୍ରସ୍ତାବ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏବେ ସେ ସମସ୍ତ ଆଫ୍ରିକୀୟଙ୍କୁ ଅନୁରୋଧ କରିଛନ୍ତି ଯେ ସେ ସେମାନଙ୍କ କରୋନା ଟିକା ବ୍ୟବହାର ନକରିବା ଦରକାର। କାରଣ ଏହି ଟିକା କରୋନା ଲଢ଼େଇରେ ସଞ୍ଜିବନୀ ପରିବର୍ତ୍ତେ ବିଷ ସାଜି ହତ୍ୟା କରୁଛି। ମାଡାଗାସ୍କରର ଟିକା ରଙ୍ଗ ହଳଦିଆ। ତେଣୁ, ସବୁଜ ଟିକା ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ :  ୨୫୦ ଟଙ୍କାରେ ମିଳିବ କରୋନା ଟିକା!

WHO COVID-19 Corona Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe