china who
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଦୌରାତ୍ମ୍ୟ ଦେଖାଇ ଚାଲିଛି। ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଏକ ଟିମ୍ ଆସନ୍ତା ସପ୍ତାହରେ ଚୀନ୍ ଗସ୍ତ କରି କରୋନା ଭାଇରସ ବାବଦରେ ଅନୁଧ୍ୟାନ କରିବ। କେମିତି କରୋନା ଆସିଲା, କିଭଳି ବ୍ୟାପିଲା ଏସବୁ ଦିଗକୁ ନେଇ WHO ଟିମ୍ ତଦନ୍ତ କରିବ ବୋଲି ଜଣାପଡ଼ିଛି।
କରୋନା ଭାଇରସର ତଦନ୍ତ ନେଇ ଆମେରିକା, ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ଦାବି କରିଥିଲେ। ଏହାକୁ ନେଇ ଜାତିସଂଘରେ ମଧ୍ୟ ଆଲୋଚନା ହୋଇଛି। ଚୀନ ତଦନ୍ତ ଦାବିକୁ ପ୍ରଥମେ ଖାରଜ କରିଥିଲା। ପରେ ଅନେକ ଦେଶ ତଦନ୍ତ ନେଇ ଦାବି କରିବାରୁ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ ଅନୁମତି ଦେଇଛନ୍ତି।
WHOର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସ୍ୱାମୀନାଥନ ଖବର ସରବରାହ ସଂସ୍ଥା ଏଏନଆଇକୁ ଏକ ସାକ୍ଷାତକାରରେ କହିଛନ୍ତି, କରୋନାର ମୂଳ ଉତ୍ସକୁ ଅନୁଧ୍ୟାନ କରିବା WHOର ମୁଖ୍ୟ କାମ ରହିବ।
ସୂଚନାଯୋଗ୍ୟ, ଗତ ବର୍ଷ ଅନ୍ତିମ ବେଳକୁ ଚୀନର ଉହାନରୁ କରୋନା ବ୍ୟାପିଥିଲା। ଏହାର ଦୁଇ ସପ୍ତାହ ପରେ ଚୀନ କରୋନା ବାବଦାରେ ଦୁନିଆକୁ ଅବଗତ କରାଇଥିଲା। କରୋନା ପାଇଁ ଏବେ ଚୀନ୍ ଅନେକ ଦେଶର ଆକ୍ରୋଶର ଶିକାର ହୋଇଛି। ଏଯାବତ ପ୍ରଭାବିତ ଦେଶମାନଙ୍କରେ ଆମେରିକା ସର୍ବାଧିକ କ୍ଷତି ରହିଛି। ଚୀନର ଉହାନରୁ ବ୍ୟାପିଥିବା ଏହି ଭାଇରସ ଚୀନ ଦ୍ୱାରା ପ୍ରସ୍ତୁତ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ବିଭିନ୍ନ ଫୋରମରେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/china-who.jpg)