Advertisment

କରୋନା ବ୍ୟାପିବା ପାଇଁ କିଏ ଉତ୍ତରଦାୟୀ ରହିବ?

ୱାଶିଂଟନ୍: ମହାମାରୀ କରୋନା ଏବେ ସାରା ବିଶ୍ୱ ପାଇଁ ବିପଦ ଆଣିଛି। ପାଖାପାଖି ୧୨ ହଜାର ଲୋକଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଯଦିଓ କରୋନାର କେନ୍ଦ୍ର କୁହାଯାଉଥିବା ଚୀନରେ କରୋନାର ଦୌରାତ୍ମ୍ୟ କମିଛି ହେଲେ ଇଟାଲୀ, ଇରାନ ଓ ସ୍ପେନରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହି ବିଶ୍ୱ ମହାମାରୀ ବ୍ୟାପିବା ପଛରେ କିଏ ଦାୟୀ ରହିବ ଏହାକୁ ନେଇ ଆରମ୍ଭ ହୋଇଛି ତର୍କ। ଚାଇନ ଆମେରିକାକୁ ଦାୟୀ କରିଥିବାବେଳେ ଆମେରିକା ଚାଇନା, ଇରାନ ଓ […]

ଅଦ୍ୟତନ ହୋଇଛି
କରୋନା ବ୍ୟାପିବା ପାଇଁ କିଏ ଉତ୍ତରଦାୟୀ ରହିବ?

trump-xi-jinping

Advertisment

ୱାଶିଂଟନ୍: ମହାମାରୀ କରୋନା ଏବେ ସାରା ବିଶ୍ୱ ପାଇଁ ବିପଦ ଆଣିଛି। ପାଖାପାଖି ୧୨ ହଜାର ଲୋକଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଯଦିଓ କରୋନାର କେନ୍ଦ୍ର କୁହାଯାଉଥିବା ଚୀନରେ କରୋନାର ଦୌରାତ୍ମ୍ୟ କମିଛି ହେଲେ ଇଟାଲୀ, ଇରାନ ଓ ସ୍ପେନରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହି ବିଶ୍ୱ ମହାମାରୀ ବ୍ୟାପିବା ପଛରେ କିଏ ଦାୟୀ ରହିବ ଏହାକୁ ନେଇ ଆରମ୍ଭ ହୋଇଛି ତର୍କ। ଚାଇନ ଆମେରିକାକୁ ଦାୟୀ କରିଥିବାବେଳେ ଆମେରିକା ଚାଇନା, ଇରାନ ଓ ଋଷିଆକୁ ଦାୟୀ କରିଛି। ଠିକଣା ସମୟରେ ଠିକ୍ ସଠିକ୍ ସୂଚନା ନଦେଇ ଲୁଚାଇବା ଅଭିଯୋଗରେ ଆମେରିକା ଏହି ଦେଶମାନଙ୍କୁ ଦାୟୀ କରିଛି।

Advertisment

ଅନ୍ୟପଟେ କରୋନା ବାବଦରେ ପ୍ରଥମେ ସୂଚନା ଦେଇ ବହିଷ୍କୃତ ହୋଇଥିଲେ, ପରେ କରୋନାରେ ମୃତ୍ୟୁ ବରଣ କରିଥିବା ଡାକ୍ତର ଲି ଓ୍ୱେନଲିଆଙ୍ଗଙ୍କ ପରିବାରକୁ କ୍ଷମା ମାଗିଛନ୍ତି ଚୀନ ସରକାର। ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଡାକ୍ତରଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ କହିବା ସହିତ କ୍ଷମା ମାଗିଛନ୍ତି। ଏହାସହିତ ଡାକ୍ତରଙ୍କ ବିରୋଧରେ ନିଆଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିଛନ୍ତି।

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ଏହି ଭାଇରସ ଚାଇନାରୁ ଆସିଛି। ଏହା ଏବେ ବେକାବୁ ହୋଇଛି। ଏହାକୁ ନେଇ ଅସନ୍ତୋଷ ବଢ଼ିଛି। ମୁଁ ରାଷ୍ଟ୍ରପତି ଜିଙ୍ଗ୍ ପିଙ୍ଗଙ୍କୁ ଜାଣେ। ସେ ଚାଇନାକୁ ଭଲ ପାଆନ୍ତି। ସେ ଆମେରିକାକୁ ସମ୍ମାନ କରନ୍ତି। ମୁଁ ମଧ୍ୟ ଚାଇନା ଲୋକଙ୍କୁ ଭଲ ପାଏ। ଚୀନ ରାଷ୍ଟ୍ରପତିଙ୍କୁ ମଧ୍ୟ ସମ୍ମାନ ଦିଏ’।

Advertisment

ତେବେ ଟ୍ରମ୍ପ କରୋନକୁ ଚାଇନା ଭାଇରସ କହିବା ପରେ ଏହାକୁ ନେଇ ଆପତ୍ତି ଉଠାଇଥିଲା ଚାଇନା ସରକାର। କରୋନା ବ୍ୟାପିବା ପଛରେ ଆମେରିକା ସେନାର ହାତ ରହିଛି ବୋଲି ଚାଇନା ପକ୍ଷରୁ କୁହାଯାଇଥିଲା।

ଏହାପରେ ଆମେରିକାର ବୈଦେଶିକ ସଚିବ ବା ମନ୍ତ୍ରୀ ମାଇକ ପୋମ୍ପିୟୋ ବିଶ୍ୱ ମହାମାରୀ କରୋନା ଭାଇରସକୁ ‘ଉହାନ ଭାଇରସ’ ବୋଲି କହିଛନ୍ତି। ଚୀନ ଠିକଣା ସମୟରେ କରୋନା ବାବଦରେ ସୂଚନା ନଦେବାରୁ ଏଭଳି ସ୍ଥିତି ଦେଖିବାକୁ ପଡ଼ୁଛି ବୋଲି ମାଇକ ପୋମ୍ପିୟୋ କହିଛନ୍ତି। କରୋନାକୁ ନେଇ ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି, ଋଷିଆ ଏବଂ ଇରାନ ଭୁଲ ତଥ୍ୟ ଦେଉଛନ୍ତି ବୋଲି ମଧ୍ୟ ପୋମ୍ପିୟୋ କହିଛନ୍ତି।

ଚୀନରେ ଏହି ମହାମାରୀ ବ୍ୟାପିବା ଦେଖି ଚୀନ ସରକାରଙ୍କୁ ଆମେରିକା ପ୍ରସ୍ତାବ ଦେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଆମେରିକାର ବିଶେଷଜ୍ଞ ଟିମ୍ ଯାଇ ଏହି ମହାମାରୀ ବାବଦରେ ଅନୁଧ୍ୟାନ କରିବ। ହେଲେ ଚୀନ ଆମେରିକାର ଏହି ପ୍ରସ୍ତାବକୁ ଖାରଜ କରିଦେଲା। ପରିଣାମ ସ୍ୱରୂପ ଆଜି ଏହି ଭାଇରସ ସାରା ବିଶ୍ୱ ପାଇଁ ଘାତକ ସାଜିଛି। ଚୀନ ଯଦି ଠିକଣା ସମୟରେ ଏହି ଭାଇରସ ବାବଦରେ ସୂଚନା ଦେଇଥାନ୍ତା ତା’ହେଲେ ଏହି ମହାମାରୀକୁ ରୋକି ହୋଇଥାନ୍ତା ବୋଲି ପୋମ୍ପିୟୋ କହିଛନ୍ତି।

ଏହାକୁ ନେଇ ଏବେ ଆମେରିକାର ଫକ୍ସ ନ୍ୟୁଜ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଏଭଳି ସ୍ଥିତି ପାଇଁ ଚାଇନାକୁ ଉତ୍ତରଦାୟୀ କରାଯାଇଛି। ଆତଙ୍କବାଦୀଙ୍କୁ ସମର୍ଥନ କରିବା ଦ୍ୱାରା ଯେମିତି ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ବିରୋଧକେ କାର୍ଯ୍ୟାନୁଷ୍ଠାନ ଆଇନଗତ ଭାବରେ ନିଆଯାଏ।

ଯଦିଓ ଏହି ଭାଇରସ ପାଇଁ ଚାଇନାକୁ ଦାୟୀ କରିହେବ ନାହିଁ। ହେଲେ ଏହି ଭାଇରସ ବ୍ୟାପିବା ଏବଂ ଏହାକୁ ଲୁଚାଇବା ପରେ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି ବୋଲି ଆତଙ୍କବାଦୀ ବିଶେଷଜ୍ଞ ଭାବରେ ଜଣାଶୁଣା ନିତସାନା ଦର୍ଶନ-ଲିଟନର୍ ଏହା କହିଛନ୍ତି।

ବ୍ରିଟେନର ସାଉଥ ହମ୍ପଟନ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ଯଦି ଏହି ଭାଇରସ ବାବଦରେ ସଠିକ୍ ସମୟରେ ସୂଚନା ମିଳିଥାନ୍ତା ତାହେଲେ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ପ୍ରତିଶତ କମିପାରିଥାନ୍ତା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe