Advertisment

ଆରଟିଆଇ ଜରିଆରେ ସ୍ୱାମୀର ଦରମା ଜାଣିପାରିବେ ସ୍ତ୍ରୀ

ଯୋଧପୁର: ସ୍ୱାମୀର ଦରମା ବାବଦରେ ଜାଣିବାର ଅଧିକାର ସ୍ତ୍ରୀ ପାଖରେ ରହିଛି। ଜଣେ ମହିଳା ଚାହିଁଲେ ତାଙ୍କ ସ୍ୱାମୀଙ୍କ ଦରମା ସୂଚନା ଅଧିକାର ଆଇନ୍ ବା ଆରଟିଆଇ ଜରିଆରେ ଜାଣିପାରିବେ। ସେଣ୍ଟ୍ରାଲ ଇନଫରମେସନ କମିଶନ (ସିଆଇସି) ଏକ ଆରଟିଆଇ ଆବେଦନକୁ ଅଗ୍ରାହ୍ୟ କରିବାର କାରଣ କହିବା ଅବସରରେ ଏହି ସୂଚନା ଦେଇଛନ୍ତି। ରାଜସ୍ଥାନ ଯୋଧପୁରର ଜଣେ ମହିଳା ଅନ୍ୟ ଜଣଙ୍କ ମାଧ୍ୟମରେ ଆରଟିଆଇ ଜରିଆରେ ତାଙ୍କ ସ୍ୱାମୀଙ୍କ ଦରମା, କେତେ ଟ୍ୟାକ୍ସ ଦେଉଛନ୍ତି ଆଦି ଜାଣିବାକୁ ଆବେଦନ […]

ଅଦ୍ୟତନ ହୋଇଛି
ଆରଟିଆଇ ଜରିଆରେ ସ୍ୱାମୀର ଦରମା ଜାଣିପାରିବେ ସ୍ତ୍ରୀ

rti

Advertisment

ଯୋଧପୁର: ସ୍ୱାମୀର ଦରମା ବାବଦରେ ଜାଣିବାର ଅଧିକାର ସ୍ତ୍ରୀ ପାଖରେ ରହିଛି। ଜଣେ ମହିଳା ଚାହିଁଲେ ତାଙ୍କ ସ୍ୱାମୀଙ୍କ ଦରମା ସୂଚନା ଅଧିକାର ଆଇନ୍ ବା ଆରଟିଆଇ ଜରିଆରେ ଜାଣିପାରିବେ। ସେଣ୍ଟ୍ରାଲ ଇନଫରମେସନ କମିଶନ (ସିଆଇସି) ଏକ ଆରଟିଆଇ ଆବେଦନକୁ ଅଗ୍ରାହ୍ୟ କରିବାର କାରଣ କହିବା ଅବସରରେ ଏହି ସୂଚନା ଦେଇଛନ୍ତି।

Advertisment

ରାଜସ୍ଥାନ ଯୋଧପୁରର ଜଣେ ମହିଳା ଅନ୍ୟ ଜଣଙ୍କ ମାଧ୍ୟମରେ ଆରଟିଆଇ ଜରିଆରେ ତାଙ୍କ ସ୍ୱାମୀଙ୍କ ଦରମା, କେତେ ଟ୍ୟାକ୍ସ ଦେଉଛନ୍ତି ଆଦି ଜାଣିବାକୁ ଆବେଦନ କରିଥିଲେ। ଏହାପରେ ସିଆଇସି ମହିଳାଙ୍କ ସ୍ୱାମୀଙ୍କୁ ଏ ବାବଦରେ ଅବଗତ କରାଇଥିଲା। ଏମିତିକି ମହିଳାଙ୍କ ସ୍ୱାମୀ ଓ ଇନକମ ଟ୍ୟାକ୍ସ ଅଧିକାରୀ ମଧ୍ୟ ସୂଚନା ଦେବାକୁ ମନା କରି ଦେଇଥିଲେ। ଏହା ବ୍ୟକ୍ତିଗତ ତେଣୁ ସାର୍ବଜନୀନ କରାଯିବନି ବୋଲି ସେ କହିଥିଲେ।

ସିଆଇସି ଏହାପରେ ଜବାବରେ କହିଥିଲେ ଜଣେ ମହିଳା ନିଜେ ଆରଟିଆଇରେ ଆବେଦନ କରି ତାଙ୍କ ସ୍ୱାମୀର ଦରମା ଜାଣିପାରିବେ। ହେଲେ ତୃତୀୟ ପକ୍ଷ ଦ୍ୱାରା ଆବେଦନ କଲା ଏହା ଖାରଜ ହେବ।

Advertisment
RTI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe