Advertisment

ଜେଲ୍ ଯିବେ ଟ୍ରମ୍ପ!

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ସାରା ବିଶ୍ୱ ଅପେକ୍ଷା କରିଥିଲା। ଏଥର ଜୋଏ ବାଇଡେନ୍ ରାଷ୍ଟ୍ରପତି ଭାବରେ ନିର୍ବାଚନ ଜିତିଛନ୍ତି। ଅନେକ ଚେଷ୍ଟା ସତ୍ତ୍ୱେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ତେବେ ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ, ଏଭଳି ପରାଜୟ ପରେ ବି ଟ୍ରମ୍ପଙ୍କ ପାଇଁ ଅଡ଼ୁଆ ବଢ଼ିପାରେ। ଏପରି କି ଟ୍ରମ୍ପ ରାଷ୍ଟ୍ରପତି ପଦରୁ ହଟିବା ପରେ ଜେଲ୍ ବି ଯାଇପାରନ୍ତି ବୋଲି କୁହାଯାଉଛି। ରାଜନୈତିକ ବିଶେଷଜ୍ଞଙ୍କ ମତାନୁସାରେ, ଆମେରିକା ରାଷ୍ଟ୍ରପତି ଥିବା […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଜେଲ୍ ଯିବେ ଟ୍ରମ୍ପ!

trump

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ସାରା ବିଶ୍ୱ ଅପେକ୍ଷା କରିଥିଲା। ଏଥର ଜୋଏ ବାଇଡେନ୍ ରାଷ୍ଟ୍ରପତି ଭାବରେ ନିର୍ବାଚନ ଜିତିଛନ୍ତି। ଅନେକ ଚେଷ୍ଟା ସତ୍ତ୍ୱେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ତେବେ ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ, ଏଭଳି ପରାଜୟ ପରେ ବି ଟ୍ରମ୍ପଙ୍କ ପାଇଁ ଅଡ଼ୁଆ ବଢ଼ିପାରେ। ଏପରି କି ଟ୍ରମ୍ପ ରାଷ୍ଟ୍ରପତି ପଦରୁ ହଟିବା ପରେ ଜେଲ୍ ବି ଯାଇପାରନ୍ତି ବୋଲି କୁହାଯାଉଛି।

Advertisment

राष्ट्रपति पद से हटने के बाद ट्रंप पर आ सकती है मुसीबत

ରାଜନୈତିକ ବିଶେଷଜ୍ଞଙ୍କ ମତାନୁସାରେ, ଆମେରିକା ରାଷ୍ଟ୍ରପତି ଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଅନେକ ଦୁର୍ନୀତି ଅଭିଯୋଗ ଲାଗିଛି। କିନ୍ତୁ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିନଥିଲା। ଏବେ କିନ୍ତୁ ନିର୍ବାଚନ ହାରିବା ପରେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି।

राष्ट्रपति पद से हटने के बाद ट्रंप पर आ सकती है मुसीबत

ବିବିସିରେ ପ୍ରକାଶିତ ତଥ୍ୟ ଅନୁସାରେ, ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି ଯେ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଦୁର୍ନୀତିର ତଦନ୍ତରୁ ଜଣାପଡ଼ିଛି ସେ ରାଷ୍ଟ୍ରପତି ପଦରୁ ହଟିବା ପରେ ତାଙ୍କ ବିରୁଦ୍ଧରେ ଥିବା ଅପରାଧିକ ମାମଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ସହ ସେ ଆର୍ଥିକ ସ୍ତରରେ ମଧ୍ଯ ଦୁର୍ବଳ ହୋଇପରିବେ।

Advertisment

राष्ट्रपति पद से हटने के बाद ट्रंप पर आ सकती है मुसीबत

ପେସ ୟୁନିଭର୍ସିଟିରେ ସ୍ୱାମିଧାନିକ ଆଇନ ବିଭାଗର ପ୍ରଫେସର ବ୍ୟାନେଟ୍ ଗର୍ଶମ୍ୟାନ କହିଛନ୍ତି ଯେ, ଟ୍ରମ୍ପଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁଦ୍ଧରେ ବ୍ୟାଙ୍କ୍ ଠକେଇ, ଟ୍ୟାକ୍ସ ଠକେଇ, ଟଙ୍କା ହେରଫେର୍ ଏବଂ ନିର୍ବାଚନ ଠକେଇ ଭଳି ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇପାରେ।

राष्ट्रपति पद से हटने के बाद ट्रंप पर आ सकती है मुसीबत

କେବଳ ଏତିକି ମାମଲା ନୁହେଁ। ଆମେରିକା ମିଡିଆ ରିପୋର୍ଟ ଅନୁସାରେ ଡୋନାଲ୍ଡ ଟ୍ରମ୍ପ ଆର୍ଥିକ ଦୃଷ୍ଟିରୁ ଭାଙ୍ଗି ପଡ଼ିବେ। ଟ୍ରମ୍ପ ବ୍ୟବସାୟରେ ବଡ଼ ଧରଣର କ୍ଷତି ସହିବା ସହ ତାଙ୍କୁ ବ୍ୟକ୍ତିଗତ ଋଣ ସୁଝିବା ନେଇ ମଧ୍ୟ କଷ୍ଟକର ହୋଇଯିବ। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଆଗାମୀ 4 ବର୍ଷରେ ଟ୍ରମ୍ପଙ୍କୁ 30 କୋଟି ଡଲାରରୁ ଅଧିକ ଋଣ ପରିଷୋଧ କରିବାକୁ ଅଛି। ଏପଟେ ତାଙ୍କର ବ୍ୟକ୍ତିଗତ ବ୍ୟବସାୟ ମଧ୍ୟ ମାନ୍ଦା ସ୍ଥିତିରେ ରହିଛି। ଏବେ ନିର୍ବାଚନ ହାରିବା ପରେ ଋଣଦାତା ଟ୍ରମ୍ପଙ୍କ ପାଇଁ ଶକ୍ତ ହୋଇପାରନ୍ତି ବୋଲି କୁହାଯାଉଛି।

राष्ट्रपति पद से हटने के बाद ट्रंप पर आ सकती है मुसीबत

ତେବେ ଟ୍ରମ୍ପଙ୍କ ସମାଲୋଚକମାନେ ଏହା ମଧ୍ୟ କୁହନ୍ତି ଯେ, ରାଷ୍ଟ୍ରପତି ପଦ ଟ୍ରମ୍ପଙ୍କ ପାଇଁ କବଚ ଭଳି କାମ କରୁଥିଲା। ଏଣୁ ଆଗାମୀ ଦିନରେ ଟ୍ରମ୍ପଙ୍କ ପାଇଁ ଦୁଃଖର ଦିନ ମାଡ଼ିଆସୁଛି। ସେପଟେ ଟ୍ରମ୍ପ ଲଗାତର କହୁଛନ୍ତି ଯେ, ତାଙ୍କ ଶତ୍ୁମାନେ ତାଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରିଛନ୍ତି। ସମସ୍ତ ଅଭିଯୋଗ ଓ ମାମଲା ମିଛ ଓ ନିରାଧାର। ସେ ସ୍ପଷ୍ଟ ଭାବରେ ନିଜ ବିରୁଦ୍ଧରେ ଲାଗିଥିବା ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି।

Corruption Donald Trump US Election