Advertisment

କରୋନା ସଙ୍କଟ: ୨୪ ଘଣ୍ଟାରେ ୬୫୩୫ ନୂଆ ଆକ୍ରାନ୍ତ, ଟପ୍-୧୦ ତାଲିକାରେ ଭାରତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧.୪୫ ଲକ୍ଷରେ ପହଞ୍ଚିଲାଣି। ଏହା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ରିକଭରି ରେଟ୍ ଅର୍ଥାତ୍ ଆକ୍ରାନ୍ତଙ୍କ ସୁସ୍ଥ ହାର ୪୧.୬୦ ପ୍ରତିଶତରେ ପହଞ୍ଚିବା କେଉଁଠି ନା କେଉଁଠି ସାନ୍ତ୍ୱନା ଦେଉଛି। ହେଲେ ଏ ସବୁ ଭିତରେ ଭାରତ କରୋନା ପ୍ରଭାବିତ ଟପ୍ -୧୦ […]

ଓଡ଼ିଶାରେ କରୋନା ପରୀକ୍ଷା ଜାତୀୟ ହାରଠୁ ଅଧିକ

coronavirus

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧.୪୫ ଲକ୍ଷରେ ପହଞ୍ଚିଲାଣି। ଏହା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ରିକଭରି ରେଟ୍ ଅର୍ଥାତ୍ ଆକ୍ରାନ୍ତଙ୍କ ସୁସ୍ଥ ହାର ୪୧.୬୦ ପ୍ରତିଶତରେ ପହଞ୍ଚିବା କେଉଁଠି ନା କେଉଁଠି ସାନ୍ତ୍ୱନା ଦେଉଛି। ହେଲେ ଏ ସବୁ ଭିତରେ ଭାରତ କରୋନା ପ୍ରଭାବିତ ଟପ୍ -୧୦ ଦେଶ ତାଲିକାରେ ଏଣ୍ଟ୍ରି କରିଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ଦେଶରେ ମୋଟ ୧,୪୫,୩୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏନେଇ ୪,୧୬୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୬,୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୬ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ୧୬୭ ଟପିଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୮୦ ହଜାର ୭୨୨। ଏ ପର୍ଯ୍ୟନ୍ତ  ସୁସ୍ଥ ହେଲେଣି ୬୦ ହଜାର ୪୯୧ ଜଣ ବ୍ୟକ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୫୨ ହଜାର ୬୬୭ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୧୬୯୫ ଟପିଛି। ସେହିପରି ଗୁଜରାଟରେ ୮୮୮, ମଧ୍ୟପ୍ରଦେଶ ୩୦୦, ପଶ୍ଚିମବଙ୍ଗରେ ୨୭୮ କରୋନା ଭୂତାଣୁ ସଂକ୍ରମଣରେ ଜୀବନ ହରାଇଛନ୍ତି। ଦିଲ୍ଲୀରେ ୨୭୬, ରାଜସ୍ଥାନରେ ୧୬୭, ଉତ୍ତରପ୍ରଦେଶରେ ୧୬୫ ଜଣଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଯାଇଛି। ଅନ୍ୟପଟେ ସାରା ଦୁନିଆରେ କରୋନା ଭୂତାଣୁ ସଂକ୍ରମଣ ମାମଲା ୫୪ ଲକ୍ଷ ଟପିଥିବା ବେଳେ ୩.୪୫ ଲକ୍ଷ ଲୋକଙ୍କ ସଂକ୍ରମଣ ଜନିତ ମୃତ୍ୟୁ ଘଟିଛି। ତେବେ ଏହି ବିଶ୍ୱ ମହାମାରୀ ଦ୍ୱାରା ଆମିରିକା ସର୍ବାଧିକ ପ୍ରଭାବିତ ହୋଇଛି। ଆମେରିକାରେ ୯୮,୦୦୦ରୁ ଊର୍ଦ୍ଧ୍ୱ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe