Advertisment

ଛାଡ଼ପତ୍ର ପରେ ଫଟୋଶୁଟ୍‌ କରି ଖୁସି ମନାଇଲେ ମହିଳା, ଭାଇରାଲ୍‌ ହେଉଛି ଫଟୋ

ୱାଶିଂଟନ୍‌: ଦେଖାଯାଏ ଯେ, ମହିଳାମାନେ ଛାଡ଼ପତ୍ର ପରେ ଉଦାଶ ଏବଂ ହତାଶ ହୋଇପଡ଼ନ୍ତି। ସେମାନଙ୍କ ମଧ୍ୟରେ ନୈରାଶ ଭାବନା ଜାଗ୍ରତ ହୁଏ। ସେମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ନ୍ତି। ଏପରି ସ୍ଥିତିରୁ ମୁକୁଳିବାକୁ ସେମାନଙ୍କୁ ବହୁତ ଦିନ ଲାଗିଯାଏ। କିନ୍ତୁ ତା ଭିତରୁ ଆମେରିକାର କେରୋଲିନା ନାମକ ଏକ ସହରରେ ରହୁଥିବା ମହିଳାଙ୍କ କ୍ଷେତ୍ରରେ ଭିନ୍ନ ପରିସ୍ଥିତି ପରିଲକ୍ଷିତ ହୋଇଛି। ଆଉ ଯାହା ଦେଖାଯାଇଛି, ତାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମେରୀ ଲୋଲିସ୍‌ ନାମକ ମହିଳା […]

ଅଦ୍ୟତନ ହୋଇଛି
ଛାଡ଼ପତ୍ର ପରେ ଫଟୋଶୁଟ୍‌ କରି ଖୁସି ମନାଇଲେ ମହିଳା, ଭାଇରାଲ୍‌ ହେଉଛି ଫଟୋ

a22

Advertisment

ୱାଶିଂଟନ୍‌: ଦେଖାଯାଏ ଯେ, ମହିଳାମାନେ ଛାଡ଼ପତ୍ର ପରେ ଉଦାଶ ଏବଂ ହତାଶ ହୋଇପଡ଼ନ୍ତି। ସେମାନଙ୍କ ମଧ୍ୟରେ ନୈରାଶ ଭାବନା ଜାଗ୍ରତ ହୁଏ। ସେମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ନ୍ତି। ଏପରି ସ୍ଥିତିରୁ ମୁକୁଳିବାକୁ ସେମାନଙ୍କୁ ବହୁତ ଦିନ ଲାଗିଯାଏ। କିନ୍ତୁ ତା ଭିତରୁ ଆମେରିକାର କେରୋଲିନା ନାମକ ଏକ ସହରରେ ରହୁଥିବା ମହିଳାଙ୍କ କ୍ଷେତ୍ରରେ ଭିନ୍ନ ପରିସ୍ଥିତି ପରିଲକ୍ଷିତ ହୋଇଛି। ଆଉ ଯାହା ଦେଖାଯାଇଛି, ତାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ମେରୀ ଲୋଲିସ୍‌ ନାମକ ମହିଳା ନିଜ ଛାଡ଼ପତ୍ର ହେବା ପରେ ଖୁବ୍‌ ଆନନ୍ଦିତ ହୋଇ ପଡ଼ିଛନ୍ତି। ଖୁସିର ସହ ଏହାକୁ ସେଲିବ୍ରେସନ୍‌ ମଧ୍ୟ କରିଛନ୍ତି। ଆଉ ଏବେ ସୋଶାଲ୍‌ ସାଇଟ୍‌ରେ ତାଙ୍କ ଫଟୋ ସବୁ ଭାଇରାଲ୍‌ ହେବା ସହ ଚର୍ଚ୍ଚା ହେଉଛି।

https://twitter.com/kellymcpheeee/status/1112080831806353410

ମହିଳାଜଣଙ୍କ ଛାଡ଼ପତ୍ରର ଫଟୋ ସୁଟ୍‌ ମଧ୍ୟ କରାଇଛନ୍ତି। ଏହି ଫଟୋ ସୁଟ୍‌କୁ ସୋଶାଲ୍‌ ମିଡିଆରେ ତାରିଫ୍‌ ମଧ୍ୟ କରାଯାଇଛି। ଲୋକମାନେ ମଧ୍ୟ ଏହି ଫଟୋ ଗୁଡ଼ିକୁ ବହୁତ ଶେଆର୍‌ କରୁଛନ୍ତି।

Advertisment

https://twitter.com/TSSteinbacher/status/1111677283297886208

ମେରୀ ଲୋଲିସ୍‌  ନିଜ ବାହାଘରର ଫଟୋକୁ ପାଦରେ ଦଳି ମକଚି ଦେବାର ମଧ୍ୟ ଫଟୋ ଦେଖାଇଛନ୍ତି। ଏକ ରିପୋର୍ଟ ଅନୁସାରେ, ଜୀବନର ଯେକୌଣସି ସମ୍ପର୍କକୁ ଯୋଡ଼ିବା ଏବଂ ଭାଙ୍ଗିବା ସମୟକୁ ସେଲିବ୍ରେଟ୍‌ କରିବା ଦରକାର। ଏଥିପାଇଁ ସେ ଏହିପରି ଫଟୋସୁଟ୍‌ କରିଛନ୍ତି ବୋଲି ଜଣାପଡ଼ିଛି।

ସେ ଏହି ଫଟୋ ସବୁକୁ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୁଁ ଏବେ ଏହି ବିଷୟ ପାଇଁ ଚିନ୍ତିତ କି, ମୋ ଛାଡ଼ପତ୍ରର ଫଟୋ ସବୁ ଏତେ ମାତ୍ରାରେ ଭାଇରାଲ୍‌ ହେଉଛି। ଏହା ମୋ କଳ୍ପନା ବାହାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe