Advertisment

ମାର୍ଚ୍ଚ ମାସରୁ ମା'ର ଶବ ସହ ରହୁଥିଲା ଝିଅ

ମୁମ୍ବାଇ: ଶନିବାର ପଶ୍ଚିମ ବାନ୍ଦ୍ରା ଅଞ୍ଚଳରେ ପୁଲିସ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି। ମୃତକଙ୍କ ଶବ ଉଦ୍ଧାର କରିବା ବିଷୟ କିଛି ନୂଆ କଥା ନୁହେଁ, ହେଲେ ଏଠାରେ ମାର୍ଚ୍ଚ ମାସରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଶନିବାର ଶବକୁ ଉଦ୍ଧାର କରାଯିବା ଘଟଣାଟି ସମସ୍ତଙ୍କୁ ଚକିତ କରିଦେଇଛି। ସବୁଠାରୁ ଚକିତ କରିଦେଲା ଭଳି ବିଷୟ ହେଉଛି ମୃତ ମହିଳାଙ୍କ ଶବ ସହ ମାର୍ଚ୍ଚ ମାସରୁ ତାଙ୍କ ଝିଅ ଘର ଭିତରେ ରହିଥିଲେ। ଏଭଳି ଏକ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ମାର୍ଚ୍ଚ ମାସରୁ ମା'ର ଶବ ସହ ରହୁଥିଲା ଝିଅ

death

ମୁମ୍ବାଇ: ଶନିବାର ପଶ୍ଚିମ ବାନ୍ଦ୍ରା ଅଞ୍ଚଳରେ ପୁଲିସ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି। ମୃତକଙ୍କ ଶବ ଉଦ୍ଧାର କରିବା ବିଷୟ କିଛି ନୂଆ କଥା ନୁହେଁ, ହେଲେ ଏଠାରେ ମାର୍ଚ୍ଚ ମାସରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଶନିବାର ଶବକୁ ଉଦ୍ଧାର କରାଯିବା ଘଟଣାଟି ସମସ୍ତଙ୍କୁ ଚକିତ କରିଦେଇଛି। ସବୁଠାରୁ ଚକିତ କରିଦେଲା ଭଳି ବିଷୟ ହେଉଛି ମୃତ ମହିଳାଙ୍କ ଶବ ସହ ମାର୍ଚ୍ଚ ମାସରୁ ତାଙ୍କ ଝିଅ ଘର ଭିତରେ ରହିଥିଲେ।

Advertisment

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ପଶ୍ଚିମ ବାନ୍ଦ୍ରାର ଚୁଇମି ଗ୍ରାମରେ। ଶନିବାର ପୁଲିସ ଗୋଟିଏ ଘରୁ 83 ବର୍ଷୀୟା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ଗତ ମାର୍ଚ୍ଚ ମାସରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ 53 ବର୍ଷୀୟା ଝିଅ ଶବ ସହ ଆଜି ପର୍ଯ୍ୟନ୍ତ ଗୋଟିଏ ଘରେ ରହିଆସୁଥିଲେ। ତେବେ ମୃତକଙ୍କ ଝିଅ ଝରକାରୁ ଆବର୍ଜନା ଫିଙ୍ଗିବା ନେଇ ତାଙ୍କ ପଡ଼ୋଶୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ମହିଳାଙ୍କ ଘରେ ପହଞ୍ଚିଥିଲା। ଆଉ ସେତେବେଳେ ମହିଳା ଜଣକ ସମ୍ପୂର୍ଣ୍ଣ ଲକଡାଉନ ସମୟରେ ନିଜ ମାଆଙ୍କ ଶବ ସହ ଗୋଟିଏ ଘରେ ରହୁଥିବା ଘଟଣା ପ୍ରଘଟ ହୋଇଥିଲା।

ତେବେ ପଡ଼ୋଶୀଙ୍କ କହିବାନୁସାରେ, ମୃତକଙ୍କ ଝିଅ ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ। ଏହି କାରଣରୁ ସେ ନିଜ ମାଆଙ୍କ ମୃତ୍ୟୁ ଖବର ପୁଲିସକୁ ଜଣାଇ ନ ଥିଲେ। ଏହାଛଡ଼ା 2 ବର୍ଷ ପୂର୍ବେ ଯେତେବେଳେ ତାଙ୍କ ପୋଷା କୁକୁରର ମୃତ୍ୟୁ ଘଟିଥିଲା, ସେତେବେଳେ ମଧ୍ୟ ମୃତକଙ୍କ ଝିଅ ଏଭଳି ଶବକୁ ଧରି ଘରେ ରହୁଥିଲେ ବୋଲି ଜଣାପଡ଼ିଛି।

Advertisment

ଅନ୍ୟପଟେ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୁପର୍ ହସ୍ପିଟାଲକୁ ପଠାଇ ଦେଇଛି। ଏହା ସହ ମୃତ ମହିଳାଙ୍କ ଝିଅଙ୍କୁ ପୁଲିସ ପଚରାଉଚରା କରିବା ପରେ ଡାକ୍ତରୀ ମାଇନା ପାଇଁ ପଠାଇଦେଇଛି।

Mumbai Lockdown