Advertisment

ଇତିହାସ ରଚିବେ ଏୟାର ଇଣ୍ଡିଆ ମହିଳା ପାଇଲଟ

ନୂଆଦିଲ୍ଲୀ: ଇତିହାସ ରଚିବେ ଏୟାର ଇଣ୍ଡିଆର ମହିଳା ପାଇଲଟ।  ବିଶ୍ବର ସବୁଠୁ ଲମ୍ବା ରୁଟ୍‌ରେ ଉଡାଇବେ ବିମାନ । ଉତ୍ତରମେରୁ ଉପରେ ଏହି ମହିଳା ପାଇଲଟ ଟିମ୍‌ ବିଜୟ ବାନା ଉଡାଇବେ । ପାଖାପାଖି ୧୬ ହଜାର କିଲୋମିଟର ଅତିକ୍ରମ କରି ସନ୍‌ ଫ୍ରାନ୍ସିସ୍କୋରୁ ବିମାନ ଉଡାଇ ବେଙ୍ଗାଳୁରୁରେ ପହଞ୍ଚିବେ ଏୟାର ଇଣ୍ଡିଆର ଏହି ଟିମ୍‌ । ଉତ୍ତରମେରୁରେ ବିମାନ ଉଡାଇବା ସବୁଠାରୁ କଠିନ। ଏହା ବେଶ ଚ୍ୟାଲେଜିଂ ପୂର୍ଣ୍ଣ ହୋଇଥାଏ।  ସେଥିପାଇଁ ଏୟାରଲାଇନ୍ କମ୍ପାନୀ ଗୁଡ଼ିକ […]

author-image
Madhupriya Mistry
ଇତିହାସ ରଚିବେ ଏୟାର ଇଣ୍ଡିଆ ମହିଳା ପାଇଲଟ

woman pilot

ନୂଆଦିଲ୍ଲୀ: ଇତିହାସ ରଚିବେ ଏୟାର ଇଣ୍ଡିଆର ମହିଳା ପାଇଲଟ।  ବିଶ୍ବର ସବୁଠୁ ଲମ୍ବା ରୁଟ୍‌ରେ ଉଡାଇବେ ବିମାନ । ଉତ୍ତରମେରୁ ଉପରେ ଏହି ମହିଳା ପାଇଲଟ ଟିମ୍‌ ବିଜୟ ବାନା ଉଡାଇବେ । ପାଖାପାଖି ୧୬ ହଜାର କିଲୋମିଟର ଅତିକ୍ରମ କରି ସନ୍‌ ଫ୍ରାନ୍ସିସ୍କୋରୁ ବିମାନ ଉଡାଇ ବେଙ୍ଗାଳୁରୁରେ ପହଞ୍ଚିବେ ଏୟାର ଇଣ୍ଡିଆର ଏହି ଟିମ୍‌ ।

Advertisment

ଉତ୍ତରମେରୁରେ ବିମାନ ଉଡାଇବା ସବୁଠାରୁ କଠିନ। ଏହା ବେଶ ଚ୍ୟାଲେଜିଂ ପୂର୍ଣ୍ଣ ହୋଇଥାଏ।  ସେଥିପାଇଁ ଏୟାରଲାଇନ୍ କମ୍ପାନୀ ଗୁଡ଼ିକ ସେମାନଙ୍କର ସବୁଠାରୁ ଭଲ ଏବଂ ଅଭିଜ୍ଞତା ସମ୍ପନ୍ନ ପାଇଲଟ୍‌ଙ୍କୁ ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥାନ୍ତି ବୋଲି ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି।

ବର୍ତ୍ତମାନ ଭାରତୀୟ ଏୟାର ଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଐତିହାସିକ ନିଷ୍ପତ୍ତି ନେଇଛି। ସାନ୍ ଫ୍ରାନସିସ୍କୋରୁ ବେଙ୍ଗାଲୁରୁକୁ ଉଡ଼ାଣ ଭରିବା ପାଇଁ ଜଣେ ମହିଳା କ୍ୟାପଟେନଙ୍କୁ ଦାୟିତ୍ୱ ଦିଆଯାଇଥିବା ଏୟାର ଇଣ୍ଡିଆର ଅଫିସିଆଲ୍ ପକ୍ଷରୁ କୁହାଯାଇଛି।

Advertisment

ଏୟାର ଇଣ୍ଡିଆର କ୍ୟାପଟେନ ଜୋୟା ଅଗ୍ରୱାଲ୍ ଏହାର ନେତୃତ୍ୱ ନେବେ। ସେ ଏବଂ ତାଙ୍କର ଟିମ୍ ଜାନୁଆରୀ ୯ ତାରିଖ ଅର୍ଥାତ ଆଜି ଇତିହାସ ରଚିବା ପାଇଁ ଅପେକ୍ଷା କରିଛନ୍ତି । ବିଶ୍ୱର ଅଧିକାଂଶ ଲୋକ ଏହି ରୁଟ୍‌କୁ ପ୍ରତ୍ୟକ୍ଷ ଭାବେ ଦେଖି ନାହାନ୍ତି କି ମାନଚିତ୍ରରେ ମଧ୍ୟ ଦେଖି ନାହାନ୍ତି । ତାଙ୍କ ଉପରେ ବିଶ୍ୱାସ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ତାଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହା ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଯେ, ସେ ବୋଇଙ୍ଗ୍ ୭୭୭କୁ ଦୁନିଆର ସବୁଠାରୁ ଲମ୍ୱା ରୁଟ୍‌ରେ ଉଡ଼ାଇବାର ନେତୃତ୍ୱ ନେବେ। ଏନେଇ କ୍ୟାପ୍ଟେନ୍ ଜୋୟା ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

ବିଶେଷଜ୍ଞଙ୍କ ଅନୁସାରେ ଉତ୍ତର ଧ୍ରୁବ ଅଞ୍ଚଳରେ ବିମାନ ଉଡାଇବା ସିବୁଠାରୁ କଠିନ। ଏଥିପାଇଁ ଭରପୁର ଅଭିଜ୍ଞତା ଏବଂ କୌଶଳର ଆବଶ୍ୟକତା ରହିଛି। ପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆ ପାଇଲଟ ଏଭଳି କାମ କରିଛନ୍ତି କିନ୍ତୁ ପ୍ରଥମଥର ପାଇଁ ମହିଳା ପାଇଲଟମାନେ ଏଭଳି କାମ କରିବାକୁ ଯାଉଛନ୍ତି।

Air India