ନୂଆଦିଲ୍ଲୀ: ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକମାନେ ଏଣିକି ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ଭାବେ ପରିଗଣିତ ହେବେ। ଅର୍ଥାତ ସରକାର ଛାପା ଗଣମାଧ୍ୟମ ପରି ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ତାଲିକାଭୁକ୍ତ କରିବେ।
https://twitter.com/LabourMinistry/status/1308733102735405056?s=20
ଆଜି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଆଜି ଯୁଗାନ୍ତକାରୀ ଶ୍ରମ ଆଇନ ପାଇଁ ତିନିଟି ଶ୍ରମ ସିଂହିତା ପାରିତ କରାଯାଇଛି। ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସକୁ ଏଥିରେ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି।
https://twitter.com/LabourMinistry/status/1308737003845017600?s=20
ତେବେ ଏଥିରେ ଗଣମାଧ୍ୟମ ବାବଦରେ ମଧ୍ୟ ଉଲ୍ଲେଖ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିଲିଜରେ କୁହାଯାଇଛି, ଏଣିକି ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ପରିଭାଷାରେ ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟ ସ୍ଥାନ ପାଇବେ। ନୂଆ ଭାରତର ନୂଆ ଶ୍ରମ ସହିଂତାରେ ଏହା ସ୍ଥାନ ପାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।