Advertisment

ହୋଟେଲରେ ପହଞ୍ଚିବାକୁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିନ୍‌ରେ ଏପରି ଏକ ହୋଟେଲ ଅଛି, ଯେଉଁଠାରେ ପହଞ୍ଚିବାକୁ ଲୋକଙ୍କୁ ୬୦ ହଜାର ପାହାଚ ଚଢ଼ିବାକୁ ପଡ଼େ। ଏହା ଏକ ବିଳାସମୟ ହୋଟେଲ ହୋଇଥିବା ବେଳେ ଏଠାରେ ପହଞ୍ଚିବାକୁ କିନ୍ତୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ। ବହୁ ଉଚ୍ଚରେ ଥିବା ଏହି ହୋଟେଲ ପର୍ଯ୍ୟନ୍ତ ଯିବାକୁ ଗାଡ଼ିର ବ୍ୟବସ୍ଥା ନାହିଁ। ଲୋକଙ୍କୁ ନିଜ ବ୍ୟବସ୍ଥାରେ ନିଜ ବ୍ୟାଗ୍‌ ବସ୍ତାନୀ କାନ୍ଧରେ ବୋହି କରି ୬୦ ହଜାର ପାହାଚ ଅତିକ୍ରମ କରିବାକୁ ପଡ଼ିଥାଏ। ଉକ୍ତ […]

ଅଦ୍ୟତନ ହୋଇଛି
ହୋଟେଲରେ ପହଞ୍ଚିବାକୁ ଚଢ଼ିବାକୁ ପଡ଼େ ୬୦ ହଜାର ପାହାଚ

q11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିନ୍‌ରେ ଏପରି ଏକ ହୋଟେଲ ଅଛି, ଯେଉଁଠାରେ ପହଞ୍ଚିବାକୁ ଲୋକଙ୍କୁ ୬୦ ହଜାର ପାହାଚ ଚଢ଼ିବାକୁ ପଡ଼େ। ଏହା ଏକ ବିଳାସମୟ ହୋଟେଲ ହୋଇଥିବା ବେଳେ ଏଠାରେ ପହଞ୍ଚିବାକୁ କିନ୍ତୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ।

Advertisment

ବହୁ ଉଚ୍ଚରେ ଥିବା ଏହି ହୋଟେଲ ପର୍ଯ୍ୟନ୍ତ ଯିବାକୁ ଗାଡ଼ିର ବ୍ୟବସ୍ଥା ନାହିଁ। ଲୋକଙ୍କୁ ନିଜ ବ୍ୟବସ୍ଥାରେ ନିଜ ବ୍ୟାଗ୍‌ ବସ୍ତାନୀ କାନ୍ଧରେ ବୋହି କରି ୬୦ ହଜାର ପାହାଚ ଅତିକ୍ରମ କରିବାକୁ ପଡ଼ିଥାଏ।

publive-image

ଉକ୍ତ ହୋଟେଲରେ ପହଞ୍ଚିବାକୁ ଯଦି କୌଣସି ବ୍ୟକ୍ତି ପାହାଚ ଚଢ଼ିବାକୁ ଅରାଜି ହୁଅନ୍ତି, ତା ହେଲେ ତାଙ୍କୁ ଚେୟାର ବସାଇ  ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ନିମନ୍ତେ କୁଲି ମିଳିଯାନ୍ତି। କେବଳ ପର୍ଯ୍ୟଟକ ଉକ୍ତ ଜାଗାରେ ପହଞ୍ଚି ଚିନ୍‌ର ସୌନ୍ଦର୍ଯ୍ୟ ଉପଭୋଗ କରିବା ନିମେନ୍ତ କାର୍‌ରେ ଯିବାର ବ୍ୟବସ୍ଥା ଅଛି।

Advertisment

publive-image

ଚିନ୍‌ରେ ଥିବା ଏହି ଚତୁର୍ଥ ତାରକା ହୋଟେଲର ନାମ ଜେଡ୍‌ ସ୍କ୍ରିନ୍‌ ହୋଟେଲ୍‌। ଏହା ଦୁନିଆର ଏକମାତ୍ର ଏମିତି ହୋଟେଲ ଯେଉଁଠାକୁ ଯିବାକୁ ଏତେ ସଂଖ୍ୟକ ପାହାଚ ଚଢ଼ି ଯିବାକୁ ପଡ଼ିଥାଏ। ଏହି ହୋଟେଲରେ ସ୍ପା, ସୁଇମିଂ ପୁଲ୍‌ଠୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ପାଇପାରିବେ।

publive-image

ଉକ୍ତ ହୋଟେଲରେ ୬୫ ଟି ରୁମ୍‌ ରହିଛି। ଯେଉଁଠିକି ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ଉପଲବ୍ଧ। କିନ୍ତୁ ଏହି ହୋଟେଲରେ ପହଞ୍ଚିବାକୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।

publive-image

ସମୁଦ୍ର ପତ୍ତନରୁ ୧୮୩୦ ମିଟର ଉଚ୍ଚରେ ଏହି ହୋଟେଲ ଅବସ୍ଥିତ। ଉକ୍ତ ହୋଟେଲକୁ ଯାଉଥିବା ଲୋକେ ହଁଗଶନ ମାଉନଟେନ୍‌ ରେଞ୍ଜର ମନଲୋଭା ଦୃଶ୍ୟ ଉପଭୋଗ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe