Advertisment

ରୁଷ ସେନାର ଆଖିବୁଜା ଗୁଳିମାଡ଼, ୧୦ ଜଣଙ୍କ ଜୀବନ ଗଲା

କିଭ୍‌: ଯୁଦ୍ଧତ୍ରସ୍ତ ୟୁକ୍ରେନର ସେଭାରୋଡୋନେସ୍କିରେ ରୁଷ ସେନାର ବର୍ବରତା ଦେଖିବାକୁ ମିଳିଛି। ଏଠାରେ ରୁଷ ସେନା ଆଖିବୁଜା ଗୁଳିମାଡ଼ କରିବାରୁ ୧୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୨ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଲୋକଙ୍କ ଉପରକୁ କାହିଁକି ରୁଷ ସେନା ଗୁଳି ଚଳାଇଲା, ସେକଥା ଜଣାପଡ଼ିନି। ଏହାକୁ ନେଇ ପୂରା ସେଭାରୋଡୋନେସ୍କିରେ ଭୟବର ବାତାବରଣ ଦେଖିବାକୁ ମିଳିଛି। ଏହାପୂର୍ବରୁ ସୁମୀରେ ମଧ୍ୟ ରୁଷ ଏୟାର ଷ୍ଟ୍ରାଇକ କରିଥିଲା। […]

ରୁଷ ସେନାର ଆଖିବୁଜା ଗୁଳିମାଡ଼, ୧୦ ଜଣଙ୍କ ଜୀବନ ଗଲା

attack

Advertisment

କିଭ୍‌: ଯୁଦ୍ଧତ୍ରସ୍ତ ୟୁକ୍ରେନର ସେଭାରୋଡୋନେସ୍କିରେ ରୁଷ ସେନାର ବର୍ବରତା ଦେଖିବାକୁ ମିଳିଛି। ଏଠାରେ ରୁଷ ସେନା ଆଖିବୁଜା ଗୁଳିମାଡ଼ କରିବାରୁ ୧୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୨ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଲୋକଙ୍କ ଉପରକୁ କାହିଁକି ରୁଷ ସେନା ଗୁଳି ଚଳାଇଲା, ସେକଥା ଜଣାପଡ଼ିନି। ଏହାକୁ ନେଇ ପୂରା ସେଭାରୋଡୋନେସ୍କିରେ ଭୟବର ବାତାବରଣ ଦେଖିବାକୁ ମିଳିଛି।

Advertisment

ଏହାପୂର୍ବରୁ ସୁମୀରେ ମଧ୍ୟ ରୁଷ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ୟୁକ୍ରେନର ୧୬ ବର୍ଷୀୟ ମାର୍ଶଲ ଆର୍ଟ ଚାମ୍ପିୟନ ଆର୍ଟୟୋମ ପ୍ରୟିମେଙ୍କୋ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଆର୍ଟୟୋମଙ୍କ ଦୁଇ ଜଣ ସାନ ଭାଇ, ବାପା ଓ ମା’ ରହିଛନ୍ତି।

ୟୁକ୍ରେନର Zhytomyr ରିଜନ ଓ କିଭରେ ମଧ୍ୟ ରୁଷର ଏୟାର ଷ୍ଟ୍ରାଇକ ଦେଖିବାକୁ ମିଳିଛି। ଏହି ଏୟାର ଷ୍ଟ୍ରାଇକରେ ୩ ଜଣ ଛୋଟ ପିଲାଙ୍କ ସମେତ ୭ ଜଣଙ୍କ ଜୀବନ ଯାଇଛି। Zhytomyr ରିଜନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୭ଟି ଘର ଧ୍ୱଂସ ହୋଇଯାଇଛି।

Advertisment

ସେହିପରି ୨ ଜଣ ଶିଶୁଙ୍କୁ ମିଶାଇ ୫ ଜଣ ପ୍ରାଣ ହରାଇଛନ୍ତି। କିଭ୍‌ରେ ମଙ୍ଗଳବାର ସନ୍ଧ୍ୟାରେ ରୁଷ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ଜଣେ ୭ ବର୍ଷୀୟ ପିଲାଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ରାତିରୁ ରୁଷ କରୁଥିବା ଏୟାର ଷ୍ଟ୍ରାଇକରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ୟୁକ୍ରେନ ଦାବି କରିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe