Advertisment

ରୁଷ: ଗୁଳି ମାଡ଼ରୁ ନିଆଁ ଲାଗି ୧୫ ମୃତ

ମସ୍କୋ: ରୁଷର କୋସ୍ତ୍ରୋମା ସହରରେ ଏକ କାଫେରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ  ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। କୌଣସି ଏକ ବିବାଦକୁ ନେଇ କେହି ଜଣେ ଫ୍ଲେୟାର ଗନ୍‌ ଚଳେଇବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ପାଖାପାଖି ୨୫୦ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା  ଜଣାପଡ଼ିଛି।  କୋସ୍ତ୍ରୋମା ସହର ରାଜ୍ୟପାଳ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ୫ ଜଣ ସାମାନ୍ୟ  ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁ କାଫେର ଛାତ […]

author-image
Tapas Behera
ଅଦ୍ୟତନ ହୋଇଛି
ରୁଷ: ଗୁଳି ମାଡ଼ରୁ ନିଆଁ ଲାଗି ୧୫ ମୃତ

iop

ମସ୍କୋ: ରୁଷର କୋସ୍ତ୍ରୋମା ସହରରେ ଏକ କାଫେରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ  ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। କୌଣସି ଏକ ବିବାଦକୁ ନେଇ କେହି ଜଣେ ଫ୍ଲେୟାର ଗନ୍‌ ଚଳେଇବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ପାଖାପାଖି ୨୫୦ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା  ଜଣାପଡ଼ିଛି।  କୋସ୍ତ୍ରୋମା ସହର ରାଜ୍ୟପାଳ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ୫ ଜଣ ସାମାନ୍ୟ  ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁ କାଫେର ଛାତ ଭୁଶୁଡ଼ି ପଡ଼ିଛି।  ଏହି ଘଟଣାରେ ପୁଲିସ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଖୋଜାଖୋଜି କରୁଛି।

Advertisment

ମସ୍କୋଠାରୁ ୩୪୦ କିମି ଦୂର କୋସ୍ତ୍ରୋମା ସହରରେ ପ୍ରାୟ ୨୭୦,୦୦୦ ଲୋକେ ବସବାସ କରନ୍ତି।  ଆହତମାନଙ୍କ  ଚିକିତ୍ସା କରାଯାଇଛି। ରାଜଧାନୀ ମସ୍କୋର ଉତ୍ତର ଦିଗକୁ ପ୍ରାୟ ୩୪୦ କିଲୋମିଟର୍‌ ଦୂରରେ ଅବସ୍ଥିତ କୋସ୍ତ୍ରୋମା ନଗରୀରେ ଥିବା ‘ପୋଲିଗନ୍‌’ ନାମକ ଉକ୍ତ କାଫେରେ ଲାଗିଥିବା ନିଆଁକୁ ଆଜି ସକାଳ ପ୍ରାୟ ୭.୩୦ରେ ଲିଭାଇ ଦିଆଯାଇଛି। ୨୦୦୯ରେ ମଧ୍ୟ ରୁଷରେ ସମାନଧରଣର ଘଟଣା ଘଟି ୧୫୦ ଜଣଙ୍କର ମୃତ୍ୟୁ ଘଟିଥିଲା।

Left Botttom