Advertisment

ଗନ ପାଉଡର ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ, ୧୬ ଜଣଙ୍କ ଜୀବନ ଗଲା

ମସ୍କୋ: ରୁଷରେ ଥିବା ଗୋଟିଏ ଗନ ପାଉଡର ଫ୍ୟାକ୍ଟ୍ରୀରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରୀରେ ନିଆଁ ମଧ୍ୟ ଲାଗି ଯାଇଛି। ଏହି ଘଟଣାରେ ଏଯାଏ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ମସ୍କୋ ଠାରୁ ୨୭୦ କିମି ଦୂରରେ ଥିବା ରାୟଜନ ପ୍ରଦେଶର ଇଲାଷ୍ଟିକ ଫ୍ୟାକ୍ଟ୍ରୀରେ ଏପରି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ପ୍ରଥମେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ନିଖୋଜ ଥିବା କୁହାଯାଇଥିଲା। […]

ଗନ ପାଉଡର ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ, ୧୬ ଜଣଙ୍କ ଜୀବନ ଗଲା

Blast

Advertisment

ମସ୍କୋ: ରୁଷରେ ଥିବା ଗୋଟିଏ ଗନ ପାଉଡର ଫ୍ୟାକ୍ଟ୍ରୀରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରୀରେ ନିଆଁ ମଧ୍ୟ ଲାଗି ଯାଇଛି। ଏହି ଘଟଣାରେ ଏଯାଏ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ମସ୍କୋ ଠାରୁ ୨୭୦ କିମି ଦୂରରେ ଥିବା ରାୟଜନ ପ୍ରଦେଶର ଇଲାଷ୍ଟିକ ଫ୍ୟାକ୍ଟ୍ରୀରେ ଏପରି ବିସ୍ଫୋରଣ ହୋଇଛି।

Advertisment

ବିସ୍ଫୋରଣ ପରେ ପ୍ରଥମେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ନିଖୋଜ ଥିବା କୁହାଯାଇଥିଲା। ତେବେ ଏହାର କିଛି ଘଣ୍ଟା ପରେ ସମସ୍ତ ୯ ନିଖୋଜଙ୍କୁ ଉଦ୍ଧାରକାରୀ ଦଳ ମୃତ ଘୋଷଣା କରିଛନ୍ତି। ସ୍ଥାନୀୟ ପ୍ରଶାସନ କହିଛି ଯେ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଜୀବିତ ଉଦ୍ଧାର କରାଯାଇ ପାରିଛି।

ତେବେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଏବେ ଫ୍ୟାକ୍ଟ୍ରୀରେ ଲାଗିଥିବା ନିଆଁକୁ ଲିଭା ଯିବାକୁ ଉଦ୍ୟମ ଚାଲିଛି। ଏଥିରେ ୧୭୦ ଜଣ ଜରୁରୀ କାଳୀନ କର୍ମଚାରୀ ଓ ୫୦ଟି ଗାଡ଼ି ନିୟୋଜିତ ହୋଇଛି। ଗନ ପାଉଡର ଉତ୍ପାଦନ ବେଳେ କୌଣସି ତ୍ରୁଟି ଯୋଗୁ ଏପରି ଘଟିଥିବା କୁହାଯାଉଛି। ତଥାପି ପ୍ରଶାସନ ବିସ୍ଫୋରଣର କାରଣ ଖୋଜିବାରେ ଲାଗିଛି। ବିସ୍ଫୋରଣ ଓ ନିଆଁ ଲାଗିବା ଯୋଗୁ ଫ୍ୟାକ୍ଟ୍ରୀଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଛି।

Advertisment

ଏବେ ସମଗ୍ର ଅଞ୍ଚଳକୁ କର୍ଡନ କରି ଦିଆଯାଇଛି। ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଫ୍ୟାକ୍ଟ୍ରୀରେ ବାରୁଦ ବିପୁଳ ପରିମାଣରେ ଥିବାରୁ ଏଗୁଡ଼ିକ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe