Advertisment

ଆବାସିକ ଅଞ୍ଚଳରେ ରୁଷର ଏୟାରଷ୍ଟ୍ରାଇକ, ମାର୍ଶଲ ଆର୍ଟ ଚାମ୍ପିୟନଙ୍କ ସହ ପୂରା ପରିବାର ମୃତ

ସୁମୀ: ରୁଷ ଯୁଦ୍ଧର ୧୪ତମ ଦିନରେ ଆକ୍ରମଣକୁ ଆହୁରି ଜୋରଦାର କରିଛି। ରୁଷ ୟୁକ୍ରେନର ସୁମୀ ସହର ଉପରେ ଏୟାର ଷ୍ଟ୍ରାଇକ କରିବାରୁ ବ୍ୟାପକ କ୍ଷତି ଘଟିଛି। ଅନେକ ଘର ମାଟିରେ ମିଶି ଯାଇଥିବା ବେଳେ ଭୟରେ ଲୋକମାନେ ପଳାୟନ କରୁଛନ୍ତି। ତେବେ ରୁଷର ବୋମା ମାଡ଼ରେ ୟୁକ୍ରେନର ୧୬ ବର୍ଷୀୟ ମାର୍ଶଲ ଆର୍ଟ ଚାମ୍ପିୟନଙ୍କ ସହ ତାଙ୍କ ପୂରା ପରିବାର ସଦସ୍ୟ ପ୍ରାଣ ହରାଇବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ୧୬ […]

author-image
Hemant Lenka
ଅଦ୍ୟତନ ହୋଇଛି
ଆବାସିକ ଅଞ୍ଚଳରେ ରୁଷର ଏୟାରଷ୍ଟ୍ରାଇକ, ମାର୍ଶଲ ଆର୍ଟ ଚାମ୍ପିୟନଙ୍କ ସହ ପୂରା ପରିବାର ମୃତ

martrial

ସୁମୀ: ରୁଷ ଯୁଦ୍ଧର ୧୪ତମ ଦିନରେ ଆକ୍ରମଣକୁ ଆହୁରି ଜୋରଦାର କରିଛି। ରୁଷ ୟୁକ୍ରେନର ସୁମୀ ସହର ଉପରେ ଏୟାର ଷ୍ଟ୍ରାଇକ କରିବାରୁ ବ୍ୟାପକ କ୍ଷତି ଘଟିଛି। ଅନେକ ଘର ମାଟିରେ ମିଶି ଯାଇଥିବା ବେଳେ ଭୟରେ ଲୋକମାନେ ପଳାୟନ କରୁଛନ୍ତି। ତେବେ ରୁଷର ବୋମା ମାଡ଼ରେ ୟୁକ୍ରେନର ୧୬ ବର୍ଷୀୟ ମାର୍ଶଲ ଆର୍ଟ ଚାମ୍ପିୟନଙ୍କ ସହ ତାଙ୍କ ପୂରା ପରିବାର ସଦସ୍ୟ ପ୍ରାଣ ହରାଇବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ୧୬ ବର୍ଷୀୟ ମାର୍ଶଲ ଆର୍ଟ ଚାମ୍ପିୟନ ଆର୍ଟୟୋମ ପ୍ରୟିମେଙ୍କୋ ପରିବାର ଲୋକଙ୍କ ସହ ସୁମୀ ସ୍ଥିତ ନିଜ ଘରେ ରହିଥିଲେ। ଏହି ସମୟରେ ହଠାତ୍‌ ରୁଷର ଏୟାର ଷ୍ଟ୍ରାଇକ ହୋଇଥିଲା। ଗୋଟିଏ ବୋମା ତାଙ୍କ ଘର ଉପରେ ପଡ଼ିବାରୁ ଘଟଣା ସ୍ଥଳରେ ଆର୍ଟୟୋମଙ୍କ ସହ ତାଙ୍କର ଦୁଇ ଜଣ ସାନ ଭାଇ, ବାପା ଓ ମା’ଙ୍କ ମୃତ୍ୟୁ ଘଟିଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ଅନେକ ଘର ମାଟିରେ ମିଶି ଯାଇଛି। ନିକଟରେ ଆର୍ଟୟୋମ ୟୁକ୍ରେନର ମାର୍ଶଲ ଆର୍ଟ ସାମ୍ବୋରେ ଚାମ୍ପିୟନ ହୋଇଥିଲେ।

Advertisment


ଅନ୍ୟପକ୍ଷରେ ୟୁକ୍ରେନର Zhytomyr ରିଜନ ଓ କିଭରେ ମଧ୍ୟ ରୁଷର ଏୟାର ଷ୍ଟ୍ରାଇକ ଦେଖିବାକୁ ମିଳିଛି। ଏହି ଏୟାର ଷ୍ଟ୍ରାଇକରେ ୩ ଜଣ ଛୋଟ ପିଲାଙ୍କ ସମେତ ୭ ଜଣଙ୍କ ଜୀବନ ଯାଇଛି। Zhytomyr ରିଜନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୭ଟି ଘର ଧ୍ୱଂସ ହୋଇଯାଇଛି। ସେହିପରି ୨ ଜଣ ଶିଶୁଙ୍କୁ ମିଶାଇ ୫ ଜଣ ପ୍ରାଣ ହରାଇଛନ୍ତି। କିଭ୍‌ରେ ମଙ୍ଗଳବାର ସନ୍ଧ୍ୟାରେ ରୁଷ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ଜଣେ ୭ ବର୍ଷୀୟ ପିଲାଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।

Russia-Ukraine War