Advertisment

ହସ୍ପିଟାଲରେ ହମଲା, ୧୯ ଜଣଙ୍କ ଜୀବନ ଗଲା

କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ହସ୍ପିଟାଲ ନିକଟରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ନୂଆ ସୂଚନା ଆସିଛି। ହସ୍ପିଟାଲ ନିକଟରେ ହୋଇଥିବା ଟୁଇନ ବ୍ଲାଷ୍ଟରେ ୧୯ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସମ୍ପର୍କରେ ଆଫଗାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ସେହିପରି ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, କାବୁଲର ସରଦାର […]

ହସ୍ପିଟାଲରେ ହମଲା, ୧୯ ଜଣଙ୍କ ଜୀବନ ଗଲା

kabul

Advertisment

କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ହସ୍ପିଟାଲ ନିକଟରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ନୂଆ ସୂଚନା ଆସିଛି। ହସ୍ପିଟାଲ ନିକଟରେ ହୋଇଥିବା ଟୁଇନ ବ୍ଲାଷ୍ଟରେ ୧୯ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସମ୍ପର୍କରେ ଆଫଗାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ସେହିପରି ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, କାବୁଲର ସରଦାର ମହମ୍ମଦ ଦାଉଦ ଖାନ ମିଲିଟାରୀ ହସ୍ପିଟାଲର ସାମ୍ନା ଗେଟ୍ ନିକଟରେ ହଠାତ ଦୁଇଟି ବିସ୍ଫୋରଣ ହୋଇଥିଲା। ଏହାପରେ ହସ୍ପିଟାଲ ଭିତରେ ଗୁଳିମାଡ଼ ହୋଇଥିଲା। କାର୍‌ ଦ୍ୱାରା କେହି ବିସ୍ଫୋରଣ କରିଥିବା କୁହାଯାଉଛି। ସ୍ଥାନୀୟ ଲୋକମାନେ ଶେୟାର କରିଥିବା ଫଟୋରେ ପ୍ରବଳ ଧୂଆଁ ହସ୍ପିଟାଲର ସାମ୍ନା ଗେଟ୍ ନିକଟରୁ ନିର୍ଗତ ହେଉଥିବା ଦେଖିବାକୁ ମିଳିଛି। କାବୁଲର ୱାଜିର ଆକବର ଖାନ ଅଞ୍ଚଳରେ ହିଁ ଏହି ହସ୍ପିଟାଲ ରହିଛି।

ହସ୍ପିଟାଲରେ ଥିବା ଜଣେ ଡାକ୍ତର କହିଛନ୍ତି, “ମୁଁ ଘଟଣା ବେଳେ ହସ୍ପିଟାଲ ଭିତରେ ହିଁ ରହିଥିଲି। ପ୍ରଥମ ଚେକ ପଏଣ୍ଟରେ ବଡ଼ଧରଣର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ଆମକୁ ସୁରକ୍ଷିତ ରୁମକୁ ଯିବାକୁ କୁହାଯାଇଥିଲା। ବିସ୍ଫୋରଣର କିଛି ସମୟ ପରେ ହସ୍ପିଟାଲ ମଧ୍ୟରେ ଗୁଳି ମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା। ଆକ୍ରମଣକାରୀ ଗୋଟିଏ ପରେ ଗୋଟିଏ ରୁମରେ ପଶି ଆକ୍ରମଣ କରିଥିଲେ।”

Advertisment

ବିସ୍ଫୋରଣ ପାଇଁ ଏଯାଏ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ଆଇଏସଆଇଏ ଦ୍ୱାରା ଅନୁବନ୍ଧିତ ବିଦ୍ରୋହୀମାନେ ହସ୍ପିଟାଲରେ ପ୍ରବେଶ କରିବା ସହ ସୁରକ୍ଷାକର୍ମୀଙ୍କ ସହ ଲଢ଼େଇ କରିଥିଲେ। ଏହାପରେ ହିଁ ଏପରି ବିସ୍ଫୋରଣ ହୋଇଛି। ତେଣୁ ଏହା ପଛରେ ଆଇଏସ୍‌ଆଇଏଲର ହାତ ରହିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଏହି ମିଲିଟାରୀ ହସ୍ପିଟାଲରେ ଆତଙ୍କବାଦୀମାନେ ୨୦୧୭ରେ ଛଦ୍ମବେଶରେ ଆସି ହମଲା କରିଥିଲେ। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe