Advertisment

କରୋନାରେ ଦୁଇ ଧଳା ବାଘ ଛୁଆଙ୍କ ମୃତ୍ୟୁ

ଇସଲାମାବାଦ: କିଛି ଦିନ ତଳେ ପାକିସ୍ତାନର ଗୋଟିଏ ଚିଡ଼ିଆଖାନାରେ ପ୍ରାଣ ହରାଇଥିବା ୧୧ ସପ୍ତାହ ବୟସ୍କ ଦୁଇ ଧଳା ବାଘ ଛୁଆଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିଛି। ସେମାନଙ୍କ ମୃତ୍ୟୁ ମହାମାରୀ କରୋନା ଭାଇରସ ଯୋଗୁ ହୋଇଥିବା ପରୀକ୍ଷାରୁ ଏକ ପ୍ରକାରର ସ୍ପଷ୍ଟ ହୋଇଥିବା ସରକାରୀ ଅଧିକାରୀ କହିଛନ୍ତି। ଜାନୁଆରୀ ୩୦ରେ ଏହି ଦୁଇ ବାଘ ଛୁଆଙ୍କ ମୃତ୍ୟୁ ଲାହୋର ସ୍ଥିତ ଚିଡ଼ିଆଖାନାରେ ହୋଇଥିଲା। ମୃତ୍ୟୁର ୪ ଦିନ ପୂର୍ବରୁ ଏହି ବାଘ ଛୁଆ ଦ୍ୱୟ panleukopenia […]

ଅଦ୍ୟତନ ହୋଇଛି
କରୋନାରେ ଦୁଇ ଧଳା ବାଘ ଛୁଆଙ୍କ ମୃତ୍ୟୁ

tiger

Advertisment

ଇସଲାମାବାଦ: କିଛି ଦିନ ତଳେ ପାକିସ୍ତାନର ଗୋଟିଏ ଚିଡ଼ିଆଖାନାରେ ପ୍ରାଣ ହରାଇଥିବା ୧୧ ସପ୍ତାହ ବୟସ୍କ ଦୁଇ ଧଳା ବାଘ ଛୁଆଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିଛି। ସେମାନଙ୍କ ମୃତ୍ୟୁ ମହାମାରୀ କରୋନା ଭାଇରସ ଯୋଗୁ ହୋଇଥିବା ପରୀକ୍ଷାରୁ ଏକ ପ୍ରକାରର ସ୍ପଷ୍ଟ ହୋଇଥିବା ସରକାରୀ ଅଧିକାରୀ କହିଛନ୍ତି।

Advertisment

ଜାନୁଆରୀ ୩୦ରେ ଏହି ଦୁଇ ବାଘ ଛୁଆଙ୍କ ମୃତ୍ୟୁ ଲାହୋର ସ୍ଥିତ ଚିଡ଼ିଆଖାନାରେ ହୋଇଥିଲା। ମୃତ୍ୟୁର ୪ ଦିନ ପୂର୍ବରୁ ଏହି ବାଘ ଛୁଆ ଦ୍ୱୟ panleukopenia virusରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରି ସେମାନଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ପାକିସ୍ତାନରେ ଏହି ରୋଗ ବେଶ ସାଧାରଣ ଓ ବାଘଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଏହା ଆଟାକ କରିଥାଏ। ସେମାନଙ୍କ ଚିକିତ୍ସା ଚାଲିଥିଲେ ହେଁ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଶବବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ସେମାନଙ୍କ ଫୁସଫୁସ ସାଂଘାତିକ ଭାବେ ସଂକ୍ରମିତ ହୋଇଥିଲା। ତେଣୁ ସେମାନେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ ବୋଲି ପାଥୋଲିଜିଷ୍ଟିସମାନେ କହିଛନ୍ତି। ଚିଡ଼ିଆଖାନାରେ ଡେପୁଟି ନିର୍ଦ୍ଦେଶକ କିରଣ ସଲୀମ କହିଛନ୍ତି, ଦୁଇଟି ଯାକ ଧଳା ବାଘ ଛୁଆ କରୋନା ମହାମାରୀରେ ପ୍ରାଣ ହରାଇଥିବା ଜଣାପଡ଼ୁଛି।

Advertisment

ସେମାନଙ୍କ ମୃତ୍ୟୁ ପରେ ଚିଡ଼ିଆଖାନାର ସମସ୍ତ ଅଧିକାରୀଙ୍କୁ କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଯେଉଁ ବ୍ୟକ୍ତି ଜଣଙ୍କ ବାଘ ଛୁଆଙ୍କ ଲାଳନପାଳନ କରନ୍ତି ଓ ଖାଇବାକୁ ଦିଅନ୍ତି, ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଶରୀରରୁ କରୋନା ବାଘ ଛୁଆଙ୍କ ଶରୀରକୁ ଯାଇଥିବା ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe