Advertisment

ଜେଲରୁ କୁଖ୍ୟାତ ଅପରାଧୀଙ୍କୁ ମୁକ୍ତ କରୁଛି ତାଲିବାନ, ଭୟରେ ଲୁଚିଛନ୍ତି ୨୦୦ ଅଧିକ ମହିଳା ଜଜ୍‌

କାବୁଲ: ତାଲିବାନ ଓ ସେମାନଙ୍କ ଦ୍ୱାରା ଜେଲ୍‌ରୁ ଖଲାସ ହୋଇଥିବା କୁଖ୍ୟାତ ଅପରାଧୀଙ୍କ ଭୟରେ ଏବେ ଆଫଗାନିସ୍ତାନର ୨୦୦ ଅଧିକ ମହିଳା ଜଜ୍‌ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଛନ୍ତି। ବନ୍ଧୁକ ମୁନରେ ଆଫଗାନକୁ ଦଖଲ କରିବା ପରେ ତାଲିବାନ ଜେଲରେ ବନ୍ଦୀ ଥିବା ଶହଶହ କୁଖ୍ୟାତ ଅପରାଧୀ ଓ ଅଲକାଏଦାର ଆତଙ୍କବାଦୀଙ୍କୁ ଖଲାସ କରିଦେଇଛି। ବ୍ରିଟେନର ଗୋଟିଏ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଜେଲରୁ ଖଲାସ ହୋଇଥିବା ଅପରାଧୀ ଓ ଆତଙ୍କୀମାନେ ଏବେ ବିଚାରପତିଙ୍କୁ ହତ୍ୟା […]

ଜେଲରୁ କୁଖ୍ୟାତ ଅପରାଧୀଙ୍କୁ ମୁକ୍ତ କରୁଛି ତାଲିବାନ, ଭୟରେ ଲୁଚିଛନ୍ତି ୨୦୦ ଅଧିକ ମହିଳା ଜଜ୍‌

Taliban.jpg1

Advertisment

କାବୁଲ: ତାଲିବାନ ଓ ସେମାନଙ୍କ ଦ୍ୱାରା ଜେଲ୍‌ରୁ ଖଲାସ ହୋଇଥିବା କୁଖ୍ୟାତ ଅପରାଧୀଙ୍କ ଭୟରେ ଏବେ ଆଫଗାନିସ୍ତାନର ୨୦୦ ଅଧିକ ମହିଳା ଜଜ୍‌ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଛନ୍ତି। ବନ୍ଧୁକ ମୁନରେ ଆଫଗାନକୁ ଦଖଲ କରିବା ପରେ ତାଲିବାନ ଜେଲରେ ବନ୍ଦୀ ଥିବା ଶହଶହ କୁଖ୍ୟାତ ଅପରାଧୀ ଓ ଅଲକାଏଦାର ଆତଙ୍କବାଦୀଙ୍କୁ ଖଲାସ କରିଦେଇଛି।

Advertisment

ବ୍ରିଟେନର ଗୋଟିଏ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଜେଲରୁ ଖଲାସ ହୋଇଥିବା ଅପରାଧୀ ଓ ଆତଙ୍କୀମାନେ ଏବେ ବିଚାରପତିଙ୍କୁ ହତ୍ୟା କରିବାକୁ ଯୋଜନା କରିଛନ୍ତି। କାରଣ ଜଜ୍‌ମାନେ ହିଁ ସେମାନଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଏବେ ସେମାନେ ଖଲାସ ହୋଇଥିବାରୁ ଏହାର ପ୍ରତିଶୋଧ ନେବାକୁ ତାଲିବାନ ସହ ହାତ ମିଳାଇଛନ୍ତି।

ଏହି କାରଣରୁ ପୂର୍ବ ସରକାରରେ ଜଜ୍‌ ଭାବେ କାମ କରୁଥିବା ମହିଳାମାନେ ଆଫଗାନର ବିଭିନ୍ନ ସ୍ଥାନରେ ଲୁଚି ଯାଇଛନ୍ତି। ସେମାନଙ୍କୁ ମାରିବା ପାଇଁ ତାଲିବାନ ଓ ଅପରାଧୀମାନେ ବାରମ୍ବାର ଚେଷ୍ଟା କରୁଥିବା ମଧ୍ୟ ଜଣାପଡ଼ିଛି।

Advertisment

ଆଫଗାନିସ୍ତାନରେ ଭୟରେ ଲୁଚିଥିବା ଜଣେ ୩୮ ବର୍ଷୀୟ ମହିଳା ଜଜ କହିଛନ୍ତି ସେ ଘର ଛାଡ଼ିବା ପରେ ତାଲିବାନୀମାନେ ନଙ୍ଗରହାରରେ ଥିବା ତାଙ୍କ ଘରକୁ ଆସିଥିଲେ। ଏଠାରେ କେହି ମହିଳା ଜଜ୍‌ ରହୁଛନ୍ତି କି ନାହିଁ ଲୋକମାନଙ୍କୁ ପଚାରିଥିଲେ। “ଯଦି ତାଲିବାନୀମାନେ ମୋତେ ପାଇବେ, ତା’ହେଲେ ମାରିଦେବେ। ମୁଁ ବହୁତ ଭୟରେ ରହିଛି।

ତାଲିବାନ ଏବେ ଚାରିଆଡ଼େ ରହିଛି। ସେମାନେ ଘରଘର ବୁଲି ମହିଳା ଜଜ୍‌ ଓ ପୂର୍ବ ସରକାରରେ କାମ କରୁଥିବା ମହିଳାମାନଙ୍କ ବିଷୟରେ ପଚରାଉଚରା କରୁଛନ୍ତି। ଆର୍ମି ଓ ସାମ୍ବାଦିକ ଭାବେ କାମ କରୁଥିବା ମହିଳାମାନଙ୍କୁ ମଧ୍ୟ ସେମାନେ ଖୋଜୁଛନ୍ତି।”

ସେ ୮ ମାସରେ ଜଣେ ଯୁବ ତାଲିବାନ ସଦସ୍ୟକୁ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ। ଉକ୍ତ ତାଲିବାନୀ ସଦସ୍ୟ ଜଣଙ୍କ ଏବେ ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିବା ମହିଳା ଜଜ୍ ଜଣଙ୍କ ଅଭିଯୋଗ କରିଛନ୍ତି। କେବଳ ଏହି ମହିଳା ଜଜ୍ ଜଣଙ୍କ ନୁହନ୍ତି, ଆଫଗାନର ୨୦୦ରୁ ଅଧିକ ମହିଳା ଜଜ୍ ସମାନ ଦଶା ଭୋଗୁଛନ୍ତି। ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ସେମାନେ ଏବେ ଅଜଣା ସ୍ଥାନରେ ଲୁଚି ରହିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe