Advertisment

ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ଘନଘନ ବୋମା ମାଡ଼, ଗଲା ୨୧ ଜଣଙ୍କ ଜୀବନ

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୨ତମ ଦିନରେ ପହଞ୍ଚିଛି। ଏହି ୨୨ ଦିନ ମଧ୍ୟରେ ରୁଷର ହମଲା ଯୋଗୁ ୟୁକ୍ରେନର ପ୍ରାୟ ଅଧିକାଂଶ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଗଲାଣି। ଏସବୁ ଭିତରେ ଆଜି ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ପୂର୍ବ ୟୁକ୍ରେନର ଗୋଟିଏ ସହର ଉପରେ ରୁଷ ସେନା ଘନଘନ ବୋମା ମାଡ଼ କରିବାରୁ ପ୍ରାୟ ୨୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୫ ଜଣ ଆହତ […]

ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ଘନଘନ ବୋମା ମାଡ଼, ଗଲା ୨୧ ଜଣଙ୍କ ଜୀବନ

Russia

Advertisment

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୨ତମ ଦିନରେ ପହଞ୍ଚିଛି। ଏହି ୨୨ ଦିନ ମଧ୍ୟରେ ରୁଷର ହମଲା ଯୋଗୁ ୟୁକ୍ରେନର ପ୍ରାୟ ଅଧିକାଂଶ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଗଲାଣି। ଏସବୁ ଭିତରେ ଆଜି ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ପୂର୍ବ ୟୁକ୍ରେନର ଗୋଟିଏ ସହର ଉପରେ ରୁଷ ସେନା ଘନଘନ ବୋମା ମାଡ଼ କରିବାରୁ ପ୍ରାୟ ୨୧ ଜଣଙ୍କ ଜୀବନ ଯାଇଛି। ସେହିପରି ୨୫ ଜଣ ଆହତ ହୋଇଛନ୍ତି।

Advertisment

ରୁଷର ବୋମା ଖାରକିଭ ନିକଟରେ ଥିବା ମେରେଫା ସହରର ଗୋଟିଏ ସ୍କୁଲ ଓ ସାଂସ୍କୃତିକ କେନ୍ଦ୍ର ଉପରେ ପଡ଼ିବାରୁ ଏପରି ଅଘଟଣ ଘଟିଛି। ବୋମା ମାଡ଼ରେ ବହୁତଳ ବିଶିଷ୍ଟ ବିଲଡିଂ ଧ୍ୱଂସ ହୋଇଯାଇଛି। ଏଥିରେ ନିଆଁ ଲାଗି ଯିବା ସହ ବିଲଡିଂର ଉପର ଭାଗ ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବିଲଡିଂରେ ଲାଗିଥିବା ନିଆଁକୁ ଆୟତ୍ତ କରିବାର ବେଳର ଫଟୋ ସାମ୍ନାକୁ ଆସିଛି।

ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ବିଲଡିଂର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଏଥିଯୋଗୁ ୨୧ ଜଣଙ୍କ ଜୀବନ ଯାଇଛି ଓ ୨୫ ଜଣ ଆହତ ହୋଇଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି।

Advertisment

ୟୁକ୍ରେନର ଦ୍ୱିତୀୟ ସର୍ବବୃହତ୍ତ ସହର ହେଉଛି ଖାରକିଭ। ଏହାଠାରୁ ୩୦ କିମି ଦୂରରେ ମେରେଫ ସହର ରହିଛି। ରୁଷ ସେନା ଦୀର୍ଘ ଦିନ ହେଲେ ଖାରକିଭ ଉପରେ ହମଲା କରି ଚାଲିଛନ୍ତି। ସହର ଏକପ୍ରକାରର ଧ୍ୱଂସ ହୋଇଯାଇଥିଲେ ମଧ୍ୟ ରୁଷ ସେନା ଏହାକୁ ସଂପୂର୍ଣ୍ଣ ଭାବେ ଦଖଲ କରି ପାରିନାହାନ୍ତି। ଏବେ ସହରର ବିଭିନ୍ନ ପ୍ରାନ୍ତରେ ୟୁକ୍ରେନ ସେନା ରୁଷର କଡ଼ା ମୁକାବିଲା କରୁଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe