Advertisment

ବାରରେ ୨୧ ଜଣ ଛାତ୍ରଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

ଜୋହାନ୍ସବର୍ଗ: ପାର୍ଟି କରିବା ପାଇଁ ବାରକୁ ଯାଇଥିବା ୨୧ ଜଣ ଛାତ୍ରଛାତ୍ରୀଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୧୩ରୁ ୧୯ ବର୍ଷ ମଧ୍ୟରେ। ଦକ୍ଷିଣ ଆଫ୍ରିକାର ଗୋଟିଏ ବାର୍‌ରେ ଏହି ଦୁଃଖଦ ଘଟଣା ଘଟିଛି। ଏତେ ସଂଖ୍ୟକ କିଶୋର/କିଶୋରୀଙ୍କ ଜୀବନ ଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ିନି। ଅଧିକାଂଶ ପିଲା ସେମାନଙ୍କ ସ୍କୁଲ ବୋର୍ଡ ପରୀକ୍ଷା ଶେଷ ହୋଇଥିବାରୁ ପାର୍ଟି କରିବାକୁ ବାରକୁ ଯାଇଥିଲେ। ସମସ୍ତଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ କୌଣସି ପିଲାଙ୍କ ଶରୀରରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ବାରରେ ୨୧ ଜଣ ଛାତ୍ରଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

south-Africa

ଜୋହାନ୍ସବର୍ଗ: ପାର୍ଟି କରିବା ପାଇଁ ବାରକୁ ଯାଇଥିବା ୨୧ ଜଣ ଛାତ୍ରଛାତ୍ରୀଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୧୩ରୁ ୧୯ ବର୍ଷ ମଧ୍ୟରେ। ଦକ୍ଷିଣ ଆଫ୍ରିକାର ଗୋଟିଏ ବାର୍‌ରେ ଏହି ଦୁଃଖଦ ଘଟଣା ଘଟିଛି। ଏତେ ସଂଖ୍ୟକ କିଶୋର/କିଶୋରୀଙ୍କ ଜୀବନ ଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ିନି। ଅଧିକାଂଶ ପିଲା ସେମାନଙ୍କ ସ୍କୁଲ ବୋର୍ଡ ପରୀକ୍ଷା ଶେଷ ହୋଇଥିବାରୁ ପାର୍ଟି କରିବାକୁ ବାରକୁ ଯାଇଥିଲେ।

Advertisment

ସମସ୍ତଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ କୌଣସି ପିଲାଙ୍କ ଶରୀରରେ କ୍ଷତିଚିହ୍ନ ନାହିଁ। ସେହିପରି ଦଳଚକଟା ଆଶଙ୍କାକୁ ପ୍ରଶାସନ ଖଣ୍ଡନ କରିଛି। ଏବେ ଶବ ବ୍ୟବଚ୍ଛେଦ ପରେ ହିଁ ପିଲାମାନେ ବିଷକ୍ରିୟା ଯୋଗୁ ପ୍ରାଣ ହରାଇଛନ୍ତି କି ନାହିଁ, ତା’ହା ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି। ରବିବାର ରାତିରେ ସିଟି ଅଫ ଇଷ୍ଟ ଲଣ୍ଡନରେ ଥିବା ଉକ୍ତ ବାର ବାହାରେ ସାଧାରଣ ଲୋକଙ୍କ ସମେତ ପ୍ରାଣ ହରାଇଥିବା ପିଲାମାନଙ୍କ ବାପା ମା’ମାନେ ଭିଡ଼ ଜମାଇଥିଲେ।

ପରିବାର ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ହିଁ ପିଲାମାନଙ୍କ ମୃତଦେହଗୁଡ଼ିକୁ ଆମ୍ବୁଲାନ୍ସରେ ଭର୍ତ୍ତି କରାଯିବା ବେଳର ଦୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି।

Advertisment

ଖବର ପାଇ ବରିଷ୍ଠ ଅଧିକାରୀମାନେ ଶବଗୁଡ଼ିକ ରଖା ଯାଇଥିବା ସ୍ଥାନରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରେ ଥିବା ନ୍ୟାଶନାଲ ପୁଲିସ୍‌ ମିନିଷ୍ଟର ବେହକି ସେଲେ ଏତେ ସଂଖ୍ୟକ ଶବ ଦେଖି କାନ୍ଦି ପକାଇଥିଲେ। ସେ ଲୁହ ଛଳଛଳ ଆଖିରେ କହିଛନ୍ତି, “ଏହା ଅତ୍ୟନ୍ତ ଦୃଦୟ ବିଦାରକ। ମୃତକମାନେ ସବୁ ଛୋଟ ପିଲା। ସେମାନଙ୍କ ବୟସ ୧୩/୧୪ ବର୍ଷ ହେବ। କିଛି ପିଲାଙ୍କ ବୟସ ୧୯ ବର୍ଷ। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ମୃତଦେହ ଦେଖିଲେ, ଆପଣ ଆଦୌ ନିଜକୁ ସମ୍ଭାଳି ପାରିବେ ନାହିଁ।”

ଇଷ୍ଟର୍ଣ୍ଣ କେପର ପ୍ରୋଭିନସିଆଲ ସରକାର କହିଛନ୍ତି, ୮ ଜଣ ଝିଅ ଓ ୧୩ ଜଣ ପୁଅଙ୍କ ମୃତ୍ୟୁ ଘଟିଛି। ବାର ଭିତରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ୪ ଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ବାର୍‌ରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଦ ପିଇବାକୁ ଅନୁମତି ରହିଛି। ହେଲେ ଅନେକ ସମୟରେ ଏଠାରେ ମଦ ପିଇବା ନିୟମକୁ ପାଳନ କରାଯାଇ ନଥାଏ।

କିନ୍ତୁ ମଦ ପିଇବା ଯୋଗୁ ନା ଆଉ କୌଣସି କାରଣରୁ ଏତେବଡ଼ ଘଟଣା ଘଟିଲା, ସେକଥା ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଏବେ ସବୁ ଦିଗକୁ ଦୃଷ୍ଟି ରଖି ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

Unnatural Death