Advertisment

ଯୁଦ୍ଧରେ ରୁଷ ହରାଇଲାଣି ୯ ହଜାରରୁ ଅଧିକ ସୈନ୍ୟ, ୨୫୦ ଟ୍ୟାଙ୍କ ଧ୍ୱଂସ

କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ରୂପ ନେଉଛି। ରୁଷ ଏବେ ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଉଥିବାରୁ ସାରା ୟୁରୋପ ପାଇଁ ବିପଦ ସୃଷ୍ଟି ହୋଇଛି। ଗତ ଗୁରୁବାର ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଆଜି ୯ମ ଦିନରେ ପହଞ୍ଚିଛି। ହେଲେ ଯୁଦ୍ଧ ଆରମ୍ଭର ୮ ଦିନ ଭିତରେ ରୁଷ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ସରକାର ଦାବି କରିଛନ୍ତି। ରୁଷ ଆକ୍ରମଣରେ ୟୁକ୍ରେନର ପ୍ରାୟ […]

author-image
Hemant Lenka
ଯୁଦ୍ଧକୁ ବିରାମ ଦେଲା ରୁଷ, ସ୍ଥାନାନ୍ତର ସରିଲେ ପୁଣି ଆକ୍ରମଣ !

Ukraine1

କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ରୂପ ନେଉଛି। ରୁଷ ଏବେ ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଉଥିବାରୁ ସାରା ୟୁରୋପ ପାଇଁ ବିପଦ ସୃଷ୍ଟି ହୋଇଛି। ଗତ ଗୁରୁବାର ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଆଜି ୯ମ ଦିନରେ ପହଞ୍ଚିଛି।

Advertisment

ହେଲେ ଯୁଦ୍ଧ ଆରମ୍ଭର ୮ ଦିନ ଭିତରେ ରୁଷ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ସରକାର ଦାବି କରିଛନ୍ତି। ରୁଷ ଆକ୍ରମଣରେ ୟୁକ୍ରେନର ପ୍ରାୟ ସବୁ ସହର ଛିନଛତ୍ର ହୋଇଯାଇଛି ସତ, ହେଲେ କିଭ୍‌ ପାଲଟା ଜବାବ ଦେବାରେ କୌଣସି ଅବହେଳା କରିନି। ୟୁକ୍ରେନର ଜବାବୀ କାର୍ଯ୍ୟାନୁଷ୍ଠାନରେ ରୁଷ ଏଯାଏ ୯ ହଜାରରୁ ଅଧିକ ଯବାନଙ୍କୁ ହରାଇଲାଣି। ସେହିପରି ରୁଷର ୨୫୦ଟି ଟ୍ୟାଙ୍କକୁ ୟୁକ୍ରେନ ସେନା ଧ୍ୱଂସ କିମ୍ବା କବଜା କରିବାକୁ ସକ୍ଷମ ହୋଇଛନ୍ତି।

ଶୁକ୍ରବାର ସକାଳ ୯ଟା ସୁଦ୍ଧା ରୁଷ ଯୁଦ୍ଧରେ ସହିଥିବା କ୍ଷୟକ୍ଷତି ସମ୍ପର୍କରେ ୟୁକ୍ରେନ ଆର୍ମଡ ଫୋର୍ସ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଗତ ୮ ଦିନର ଏହି ଯୁଦ୍ଧ ଭିତରେ ରୁଷର ୨୫୧ଟି ଟ୍ୟାଙ୍କ ନଷ୍ଟ କରିଛି ୟୁକ୍ରେନ୍ ସେନା। ସେହିପରି ସମ୍ମୁଖ ଯୁଦ୍ଧରେ ରୁଷ ୯,୬୬୧ ଜଣ ଯବାନଙ୍କୁ ହରାଇଛି।

Advertisment

୩୩ଟି ଯୁଦ୍ଧ ବିମାନ, ୩୩ଟି ହେଲିକପ୍ଟର, ୧୦୫ଟି ତୋପ, ୯୩୯ଟି ଯୁଦ୍ଧ ଗାଡ଼ି, ୫୦ଟି ଏମଏଲଆର, ୨ଟି ଡଙ୍ଗା, ୪୦୪ଟି କାର, ୬୦ଟି ତୈଳ ପରିବହନ ଟ୍ୟାଙ୍କ, ୩ଟି ଡ୍ରୋନ ଓ ୧୮ଟି ବିମାନ ଧ୍ୱଂସକାରୀ ସିଷ୍ଟମକୁ ୟୁକ୍ରେନ ସେନା ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି ବୋଲି କିଭ୍ ପକ୍ଷରୁ ଦାବି କରାଯାଇଛି।

ଅନ୍ୟପକ୍ଷରେ ରୁଷ ହମଲାରେ ମଧ୍ୟ ୟୁକ୍ରେନ ବ୍ୟାପକ କ୍ଷତି ସହିଛି। ୟୁକ୍ରେନର ଏକାଧିକ ସାମରିକ ମୁଖ୍ୟାଳୟ, ହସ୍ପିଟାଲ, ସ୍କୁଲ ଓ ଆବାସିକ କୋଠାକୁ ରୁଷ ସେନା ମାଟିରେ ମିଶାଇ ଦେଇଛନ୍ତି। ସେହିପରି ଦେଶର ୪ ପ୍ରମୁଖ ସହର ମଧ୍ୟ ରୁଷ କବଜାକୁ ଆସି ଯାଇଛି।

ଖାରକିଭର ୭୦ ପ୍ରତିଶତ ଅଞ୍ଚଳ ରୁଷ ପଞ୍ଝାରେ ରହିଛି। କୌଣସି ମୁହୂର୍ତ୍ତରେ ରାଜଧାନୀ କିଭ୍ ଉପରେ ମଧ୍ୟ ରୁଷ ତା’ର ଅଧିକାର ଜାହିର କରିବ। ଏହାବାଦ ଏକାଧିକ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ରୁଷ ସେନା ପ୍ରବେଶ କରି ସାରିଛନ୍ତି।

Russia-Ukraine War