Advertisment

ବର୍ଷର ସବୁଠାରୁ ବଡ଼ ଦୁର୍ଘଟଣା: ବସ୍‌ ଓଲଟି ଚାଲିଗଲା ୨୭ ଜଣଙ୍କ ଜୀବନ

ବେଜିଂ: ଦକ୍ଷିଣ ପଶ୍ଚିମ ଚାଇନାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଗୋଟିଏ ବସ୍‌ ଓଲଟି ପଡ଼ିବାରୁ ୨୭ ଜଣ ଲୋକଙ୍କ ଜୀବନ ଯାଇଛି। ଚଳିତ ବର୍ଷର ଏହା ସବୁଠାରୁ ବଡ଼ ସଡ଼କ ଦୁର୍ଘଟଣା ବୋଲି ଚାଇନା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଗୁଇଝୋଉ ପ୍ରଦେଶର ଅତ୍ୟନ୍ତ ଉପାନ୍ତ ଅଞ୍ଚଳ କ୍ୟୁଏନ୍ନାନ ସ୍ଥିତି ଜାତୀୟ ରାଜପଥରେ ଆଜି ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ମୋଟ ୪୭ ଜଣ ଲୋକ ଥିଲେ। ତେବେ ରାସ୍ତାରେ ଯାଉଥିବା ବେଳେ ଏହା […]

author-image
Hemant Lenka
ବର୍ଷର ସବୁଠାରୁ ବଡ଼ ଦୁର୍ଘଟଣା: ବସ୍‌ ଓଲଟି ଚାଲିଗଲା ୨୭ ଜଣଙ୍କ ଜୀବନ

BUs

ବେଜିଂ: ଦକ୍ଷିଣ ପଶ୍ଚିମ ଚାଇନାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଗୋଟିଏ ବସ୍‌ ଓଲଟି ପଡ଼ିବାରୁ ୨୭ ଜଣ ଲୋକଙ୍କ ଜୀବନ ଯାଇଛି। ଚଳିତ ବର୍ଷର ଏହା ସବୁଠାରୁ ବଡ଼ ସଡ଼କ ଦୁର୍ଘଟଣା ବୋଲି ଚାଇନା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Advertisment

ଗୁଇଝୋଉ ପ୍ରଦେଶର ଅତ୍ୟନ୍ତ ଉପାନ୍ତ ଅଞ୍ଚଳ କ୍ୟୁଏନ୍ନାନ ସ୍ଥିତି ଜାତୀୟ ରାଜପଥରେ ଆଜି ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ମୋଟ ୪୭ ଜଣ ଲୋକ ଥିଲେ। ତେବେ ରାସ୍ତାରେ ଯାଉଥିବା ବେଳେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨୭ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି।

ସେହିପରି ବାକି ୨୦ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ପୁଲିସ୍‌ କହିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏହା ଘଟିଲା ଓ ଲୋକମାନେ କୁଆଡ଼େ ଯାଉଥିଲେ, ସେ ବିଷୟରେ ପୁଲିସ୍‌ ବିସ୍ତୃତ ସୂଚନା ଦେଇନାହିଁ।

Advertisment

କ୍ୟୁଏନ୍ନାନ ଅଞ୍ଚଳରେ ଅନେକ ସଂଖ୍ୟାଲଘୁ ଲୋକ ରହୁନ୍ତି। ଏହା ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଚାରିପଟେ ପାହାଡ଼ ରହିଛି। ତେଣୁ ବସ୍‌ଟି ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଓଲଟି ପଡ଼ିଛି କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ପୁଲିସ୍‌ ଏ ସମ୍ପର୍କରେ କିଛି ବି କହିନି।